ବିଚାର

ଫେଙ୍ଗସୁଇରେ କୁହାଯାଇଛି କି ଭାଗ୍ୟକୁ ଚମକାଇବା ପାଇଁ କରନ୍ତୁ ଏହି ଉପାୟ, ଏହାକୁ କରିବା ଦ୍ଵାରା ଘରେ ବାସ କରନ୍ତି ମା ଲକ୍ଷ୍ମୀ

ସମସ୍ତେ ନିଜ ଜୀବନରେ ଆରାମରେ ରହିବା ପାଇଁ ଚେଷ୍ଟା କରିଥାନ୍ତି । କିନ୍ତୁ ଏହା ହୋଇ ପାରେ ନାହିଁ । ବ୍ୟକ୍ତିକୁ ଜୀବନରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ କରିବାକୁ ପଡିଥାଏ । ଯଦି ଆପଣଙ୍କ ଜୀବନରେ ବି ସମସ୍ୟା ଅଛି ତେବେ ଫେଙ୍ଗସୁଇରେ ଏହି ଛୋଟ ଛୋଟ ଟିପ୍ସ ଆପଣଙ୍କର ଜୀବନକୁ ବଦଳାଇବାରେ ସାହାର୍ଯ୍ୟ କରିବ । ଫେଙ୍ଗସୁଇରେ କିଛି ଏମିତି ଜିନିଷ ବିଷୟରେ କୁହାଯାଇଛି ଯାହାକୁ ଯଦି ଆପଣ ନିଜ ଘରେ ରଖିବେ ତେବେ ଏହା ଦ୍ଵାରା ଆପଣଙ୍କର ଭାଗ୍ୟ ଚମକିବାକୁ ଲାଗିବ ।

ଆସନ୍ତୁ ଜାଣିବା ଫେଙ୍ଗସୁଇ ଦ୍ଵାରା କୁହା ଯାଇଥିବା ଭାଗ୍ୟ ଚମକାଇବାର ଏହି ଉପାୟ ବିଷୟରେ

ତିନି ଗୋଡ ବାଲା ବେଙ୍ଗ ଆପଣଙ୍କର ଦୁର୍ଭାଗ୍ୟକୁ କରିବ ଦୂର

ଯଦି ଆପଣ ନିଜ ଘରେ ତିନି ଗୋଡ ବାଲା ବେଙ୍ଗ ଯାହାର ମୁହଁରେ ଗୋଟିଏ ମୁଦ୍ରା ଥିବ, ଏହାକୁ ଘରେ ରଖୁଛନ୍ତି ତେବେ ଆପଣଙ୍କର ଖରାପ ଭାଗ୍ୟ ଦୂର ହୋଇଯିବ । ଫେଙ୍ଗସୁଇ ଅନୁସାରେ ଘରେ ଏହାକୁ ରଖିବା ଦ୍ଵାରା ଭାଗ୍ୟ ଚମକିଥାଏ । କିନ୍ତୁ ଏହାକୁ ରୋଷେଇ ଘରେ କିମ୍ବା ଶୌଚାଳୟରେ ରଖିବେ ନାହିଁ ।

ଲାଫିଙ୍ଗ ବୁଦ୍ଧ

ଫେଙ୍ଗସୁଇ ଅନୁସାରେ ଆପଣ ନିଜ ବେଡରୁମର ମୁଖ୍ୟ ଦ୍ଵାରର କୋଣରେ ଏକ ଲାଫିଙ୍ଗ ବୁଦ୍ଧ ନିଶ୍ଚିତ ରଖନ୍ତୁ । ଏହା ଦ୍ଵାରା ଆପଣଙ୍କ ଘରର ସୁଖ – ସମୃଦ୍ଧି ବୃଦ୍ଧି ହୋଇଥାଏ । କିନ୍ତୁ ଲାଫିଙ୍ଗ ବୁଦ୍ଧକୁ ନିଜ ଘରର ମୁଖ୍ୟ ଦ୍ଵାରରେ ରଖନ୍ତୁ ନାହିଁ ।

ଗୋଲ୍ଦେନ ଫିସ

ଯଦି ଆପଣ ନିଜ ଘରେ ମାଛ ରଖୁଛନ୍ତି ତେବ ଏହା ଦ୍ଵାରା ଆପଣଙ୍କୁ ସୋଭାଗ୍ୟ ପ୍ରାପ୍ତି ହୋଇଥାଏ । ଫେଙ୍ଗସୁଇ ଅନୁସାରେ ଘରେ ମାଛ ରଖିବା ଦ୍ଵାରା ମାନ – ସମ୍ମାନ ବୃଦ୍ଧି ହୋଇଥାଏ । ସେଥିପାଇଁ ଘରେ ଗୋଲ୍ଦେନ ଫିସ ଅବଶ୍ୟ ରଖନ୍ତୁ ।

କଇଁଛ ଆପଣଙ୍କ ଜୀବନରେ ଆଣିବ ଖୁସି

ଯଦି ଆପଣ ନିଜ ଘର ଭିତରେ କଇଁଛ ରଖୁଛନ୍ତି ତେବେ ଏହା ଦ୍ଵାରା ଆପଣଙ୍କୁ ସଫଳତାର ମାର୍ଗ ହାସଲ ହୋଇଥାଏ । ଏହା ସହିତ ଆପଣଙ୍କର ଧନ ସମ୍ପତିରେ ବି ବୃଦ୍ଧି ହୋଇଥାଏ । ଘର ପରିବାର ସୁଖମୟ ରହିଥାଏ । ଆପଣ କଇଁଛକୁ ଘରର କିମ୍ବା ଅଫିସର ଉତ୍ତର ଦିଗରେ ରଖନ୍ତୁ ।

ଘରେ ରଖନ୍ତୁ ୩ଟି ମୁଦ୍ରା

ଯଦି ଆପଣ ଘରର କବାଟରେ ଭିତର ଆଡକୁ ନାଲି ସୂତାରେ ତିନୋଟି ମୁଦ୍ରା ବାନ୍ଧି ଝୁଲାଇ ଦେଉଛନ୍ତି ତେବେ ଏହା ଫେଙ୍ଗସୁଇ ଅନୁସାରେ ବହୁତ ଶୁଭ ହୋଇଥାଏ । ଏହାକୁ ଝୁଲାଇବା ଦ୍ଵାରା ଆପଣଙ୍କ ଘରେ ଧନ ଓ ସମୃଦ୍ଧିର ଆଗମନ ହୋଇଥାଏ । ଏହା କରିବା ଦ୍ଵାରା ଆପଣଙ୍କ ଘରେ ଲକ୍ଷ୍ମୀଙ୍କର ବାସ ହୋଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button