ଦେଶ ବିଦେଶ

ବାପ ନିଜର ଦୁଇ ଝିଅଙ୍କୁ ଝରଣାକୁ ପେଲିଦେଲା, ଯୁବକ ଜଣକ ଝରଣାକୁ ଡେଇଁ ବଞ୍ଚେଇଲେ ଦୁଇ ଝିଅଙ୍କ ଜୀବନ, ଆଉ ତା ପରେ…

ହିମାଚଳ ପ୍ରଦେଶର ଜଣେ ପିତା ନିଜର ଦୁଇ ଝିଅକୁ ଝରଣାରେ ଧକ୍କା ଦେଇ ତାଙ୍କୁ ମାରିବାକୁ ଚେଷ୍ଟା କରୁଥିଲା । ଏହି ଘଟଣାଟି ହିମାଚଳ ପ୍ରଦେଶର ବଂଗାଣାରେ ଘଟିଛି । କୁହାଯାଉଛି କି ଚମକୌର ସିଂହ ନାମକ ବ୍ୟକ୍ତି ଯେତେବେଳେ ନିଜର ପରିବାରର ସଦସ୍ୟମାନଙ୍କ ସହିତ ବସି ନିଜ ଘରକୁ ଯାଉଥିଲା ସେହି ସମୟରେ ସେ ନିଜର ଦୁଇ ଝିଅକୁ ଝରଣାରେ ଧକ୍କା ଦେଇଦେଲା । ଏହା ପରେ ଜଣେ ବ୍ୟକ୍ତି ଝରଣାରେ ଡେଇଁ ଦୁଇ ଝିଅର ଜୀବନ ବଞ୍ଚାଇଥିଲା ।

ବାବା ବାଲକ ନାଥର ଦର୍ଶ କରିବା ପାଇଁ ଆସିଥିଲେ ହିମାଚଳ ପ୍ରଦେଶ

ଏହି ଘଟଣାଟି ଲାଠିୟାନୀ ନାମକ ଜାଗା ପାଖରେ ହୋଇଛି । କୁହାଯାଉଛି କି ପଞ୍ଜାବରେ ରହୁଥିବା ଚମକୌର ସିଂହ ନିଜର ଭାଇର ପରିବାର, ନିଜର ପତ୍ନୀ, ଦୁଇ ଝିଅ ଓ ଗୋଟିଏ ପୁଅ ସହିତ ହିମାଚଳ ପ୍ରଦେଶର ସ୍ଥିତ ବାବା ବାଳକ ନାଥ ମନ୍ଦିର ଦିୟୋଟସିଦ୍ଧର ଦର୍ଶନ ପାଇଁ ଆସିଥିଲା । ଦର୍ଶନ କରିବା ପରେ ଏମାନେ ଲାଠିୟାନୀ ପାଖରେ ସ୍ଥିତ ଝରଣା ରାସ୍ତା ଦେଇ ନିଜ ଗ୍ରାମକୁ ଫେରୁ ଥିଲେ ।

ସେହି ସମୟରେ ସେ ନିଜର ଦୁଇ ଝିଅକୁ ଝରଣାରେ ଧକ୍କା ଦେଇଦେଲା । ଏହା ପରେ ପାଖରେ ଥିବା ସୁନୀଲ କୁମାର ନାମକ ଜଣେ ଯୁବକ ସଙ୍ଗେ ସଙ୍ଗେ ଝରଣାରେ ଡେଇଁ ଝିଅମାନଙ୍କର ଜୀବନ ବଞ୍ଚାଇଲା ।

ଝିଅମାନେ ବଞ୍ଚାଇଲେ ନିଜ ପିତାକୁ

ଏହି ଘଟଣା ପରେ ସେହି ଜାଗାରେ ଥିବା ଲୋକମାନେ ସେହ ପରିବାରକୁ ଧରି ପକାଇଲେ ଓ ଚମକୌର ସିଂହକୁ ମାରିବାକୁ ଲାଗିଲେ । ଏହା ପରେ ନିଜ ପିତାଙ୍କୁ ମାରୁଥିବାର ଦେଖି ଝିଅମାନେ କାନ୍ଦିବାକୁ ଲାଗିଲେ ଓ ନିଜ ପିତାକୁ ଛାଡି ଦେବା ପାଇଁ ଅନୁରୋଧ କରିଲେ । ଏହା ପରେ ଲୋକମାନେ ଚମକୌର ସିଂହ ମାରିବା ବନ୍ଦ କରିଦେଲେ ଓ ପୁଲିସକୁ ସୂଚନା ଦେଲେ ।

କହିଲେ ମାନସିକ ରୋଗୀ

ଘଟଣା ସ୍ଥାନରେ ପୁଲିସ ପହଞ୍ଚି ଚମକୌର ସିଂହକୁ ଗିରଫ୍ତାର କରି ନେଲା । ଚମକୌର ସିଂହର ପାରିବାର ଲୋକମାନଙ୍କର କହିବା ଅଟେ କି ଚମକୌର ମୁଣ୍ଡ ଖରାପ ଅଛି ଓ ତାକୁ ଜଣା ନାହିଁ କି ସେ କଣ କରୁଛି । ପରିବାର ବାଲାଙ୍କର ଏହି କଥାରେ ପୁଲିସ ଚମକୌରର ମେଡିକାଲ ରିପୋର୍ଟ ମାଗିଲେ କିନ୍ତୁ ପରିବାର ପାଖରେ କୌଣସି ମେଡିକାଲ ରିପୋର୍ଟ ନ ଥିଲା । ଏହା ପରେ ପୁଲିସ ସମସ୍ତଙ୍କୁ ଗିରଫ୍ତାର କରି ନେଇଛି । କହିଦେଉଛୁ ଯେ ଦୁଇ ଝିଅଙ୍କର ବୟସ ୫ ଓ ୧୨ ବର୍ଷ ଥିଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button