କ୍ରାଇମ

ନୃଶଂସ ମାଲିକ କୁକୁର ସହିତ ୧୦ ବର୍ଷ ଧରି କରି ଆସୁଥିଲା ଏଭଳି ଖରାପ କାମ, ଜାଣିଲେ ଆପଣଙ୍କର ବି ରୁମ ଟାଙ୍କୁରି ଉଠିବ

ଆଜି ଆମେ ଆପଣଙ୍କୁ ଏକ ଏମିତି ଖବର ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ଜାଣିବା ପରେ ଆପଣଙ୍କର ରୁମ ଟାଙ୍କୁରି ଉଠିବ । ଏହା ପୂର୍ବରୁ ଆମେ ଆପଣଙ୍କୁ କହିଦେଉଛୁ କି ଯଦି ଆପଣ କୌଣସି ପଶୁକୁ ଭଲ ଭାବରେ ପାଳି ପାରିବେ ନାହିଁ କିମ୍ବା ତାହାର ଧ୍ୟାନ ରଖି ପାରିବେ ନାହିଁ ତେବେ ତାକୁ ଘରକୁ ଆଣନ୍ତୁ ନାହିଁ । ଆମର ଏହି ଖବରଟି ଏହି କଥା ସହ ସମ୍ବନ୍ଧିତ ଅଟେ । କହିବାକୁ ଗଲେ ଏହି ମାମଲାଟି କାନାଡାର ଏକ କୁକୁରର ଅଟେ ।

ଆମେ ଯେଉଁ କୁକୁର କଥା ବିଷୟରେ କହିବାକୁ ଯାଉଛୁ ତାହାର ମାଲିକ ତାକୁ ଦଶ ବର୍ଷ ପର୍ଯ୍ୟନ୍ତ ଗୋଟିଏ ହିଁ ଜାଗାରେ ବାନ୍ଧି କରି ରଖିଥିଲା । ଏହା ଛଡା ମାଲିକକୁ ଦେଖି ଲାଗୁଥିଲା କି ସେ ସେହି କୁକୁରକୁ ସେଠି ମାରିଦେବା ପାଇଁ ସେଠି ବାନ୍ଧି ରଖିଥିଲା । କେବଳ ଏତିକି ଦୁଃଖ ତା’ ଭାଗ୍ୟରେ ଲେଖା ହୋଇ ନ ଥିଲା ଆହୁରି ବି ଦୁଃଖ ଥିଲା ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି କୁକୁର ଶରୀରରରେ ବିଭିନ୍ନ ଘା’ର ଚିହ୍ନ ବି ମିଳିଛି । ଏହି କୁକୁର ଉପରେ ହେଉଥିବା ଅତ୍ୟାଚାରକୁ ସେହି ମାଲିକ ର ପଡୋଶୀ ବହୁତ ବର୍ଷ ହେବ ଦେଖୁଥିଲା । ଏହା ପରେ ଯେତେବେଳେ ସେହି ପଡୋଶୀ କୁକୁର ଉପରେ ହେଉଥିବା ଅତ୍ୟାଚାରକୁ ସହି ପାରିଲା ନାହିଁ ତେବେ ସେ ଏକ କଡା ଆକ୍ସନ ନେବା ପାଇଁ ନିଷ୍ପତି ନେଲା ।

ଏହା ପରେ ପଡୋଶୀ ଜଣକ ଏନିମଲ ଏଡବୋକେଟ ସୋସାଇଟି ରେ ଏହାର ଅଭିଯୋଗ କରିଦେଲା । ଏମିତିରେ ଏନିମଲ ଏଡବୋକେଟ ସୋସାଇଟିର ଅଧିକାରୀମାନେ ଯେତେବେଳେ ସେଠି ପହଞ୍ଚିଲେ ତେବେ ସେମାନେ କୁକୁରକୁ ଦେଖି କାନ୍ଦିବାକୁ ଲାଗିଲେ । କାରଣ କୁକୁରଟି ଥଣ୍ଡାରେ କାଦୁଅ ମଧ୍ୟରେ ପଡି ରହିଥିଲା । ତାହାର ମାଲିକକୁ ଏଥିରୁ କୌଣସି ଫରକ ପଡୁ ନ ଥିଲା ।

ଏହା ଛଡା ସେ ସବୁ ଋତୁରେ ଖରା, ବର୍ଷା ଓ ବରଫର ଆକ୍ରମଣକୁ ବି ସହୁ ଥିଲା । ଏମିତିରେ କୁକୁର ଅବସ୍ଥା ଦେଖି ଅଧିକାରୀମାନେ ତାକୁ ନିଜ ଅଧୀନରେ ନେଲେ । ଏହା ପରେ ସେହି କୁକୁରକୁ ଏକ ଦମ୍ପତି ନେଇ ତାହାର ନାମ ଜୁନିଥ ରଖିଲେ  । ଏହା ସହିତ କୁକୁରର ଆରୋପି ମାଲିକକୁ ସ୍ଥାନୀୟ ଆଇନ ଅନୁସାରେ ଦଣ୍ଡ ବି ଦିଆଗଲା ।

କିନ୍ତୁ ଦୁଃଖର କଥା ଏହା ଅଟେ କି ସେ ନୂଆ ମାଲିକ ପାଖକୁ ଯିବା ପରେ ମାତ୍ର ୧୮ ମାସ ହିଁ ବଞ୍ଚିଲା । କହିବାକୁ ଗଲେ ତାହାର ବୟସ ହୋଇ ଯାଇଥିଲା ସେଥିପାଇଁ ତାହାର ମୃତ୍ୟୁ ହୋଇଗଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button