ଦେଶ ବିଦେଶ

ଟ୍ରାଫିକ ନୀୟମ ହେଲା କଡା ସତର୍କ ରୁହନ୍ତୁ, ଆପଣଙ୍କର କଣ ଅଧିକାର ରହିଛି ଜାଣି ରଖନ୍ତୁ

ନୂଆ ମୋଟରଯାନ ଆଇନ ଆସିବା ପରେ ସକ୍ରିୟ ହୋଇ ଉଠିଛନ୍ତି ଟ୍ରାଫିକ ଅଧିକାରୀ । ପ୍ରତି ଛକ, ପ୍ରତି ରାସ୍ତାରେ ଗାଡି ଚାଳକଙ୍କ ଉପରେ କଡା ନଜର ରଖିଛନ୍ତି ଟ୍ରାଫିକ ପୋଲିସ । ନିୟମ ଉଲଂଘନ କଲେ କଟାଯାଉଛି ଚାଲାଣ । ଯାହାକୁ ଦେଖିବା ପରେ ଏବେ ଗାଡି ଚାଳକଙ୍କ ମନରେ ଛନକା ପସିଛି । ତେବେ କୌଣସି ଛକରେ ଯଦି ଟ୍ରାଫିକ ପୋଲିସ ଅଟକାନ୍ତି ତେବେ ଆଦୌ ବିଚଳିତ ହୁଅନ୍ତୁ ନାହିଁ ।

ଜଣେ ଗାଡିଚାଳକ ଭାବରେ ଯଦି ଆପଣ ଟ୍ରାଫିକ ନିୟମ ଜାଣିଥିବେ ତେବେ ଆପଣଙ୍କୁ ବିଶେଷ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ଟ୍ରାଫିକ ନିୟମ ଭାଙ୍ଗିଲେ ଚାଲାଣ କାଟିବାକୁ ପଡିଥାଏ । ଏ କଥା ସମସ୍ତେ ଜାଣିଥାନ୍ତି କିନ୍ତୁ ଚାଲାଣ କାଟିବା ପାଇଁ ମଧ୍ୟ କିଛି ନିୟମ ରହିଛି ।

୧. ଚାଲାଣ ବହି କିମ୍ବା ଇ-ଚାଲାଣ ମେସିନ ବିନା ଟ୍ରାଫିକ ଅଧିକାରୀ ଚାଲାଣ କାଟି ପାରିବେ ନାହିଁ ।

୨. ଯଦି ବିନା ଚାଲାଣ ବହିରେ ଯଦି କେହି ଜୋରିମାନା ଆଦାୟ କରୁଥାନ୍ତି ତେବେ ଆଦୌ ଜୋରିମାନା ଦିଅନ୍ତୁ ନାହିଁ ।

୩. ରାସ୍ତାରେ ଗଲାବେଳେ ଯଦି ଟ୍ରାଫିକ ପୋଲିସ ଗାଡି ଅଟକାନ୍ତି ତେବେ ପ୍ରଥମେ ଗାଡି ଅଟକାଇ କାଗଜ ପତ୍ର ଦେଖାନ୍ତୁ । ମନେ ରଖନ୍ତୁ ଗାଡି ଚେକିଙ୍ଗ ବେଳେ ପୋଲିସକୁ କେବଳ ଡ୍ରାଇଭିଂ ଲାଇସେନ୍ସ ହିଁ ଦେଖାନ୍ତୁ ।

୪. ଏହା ଛଡା ବିନା ରସିଦରେ ଟ୍ରାଫିକ ପୋଲିସ ଡ୍ରାଇଭିଂ ଲାଇସେନ୍ସ ଜବତ କରି ପାରିବେନି ।

୫. ଆପଣ ଲାଲ ବତୀ ଜଳିବା ପରେ ରାସ୍ତା ପାର କରିବା, ମଦ୍ୟପାନ କରି ଗାଡି ଚଳାଇବା, ଟ୍ରିପଲ ଡ୍ରାଇଭ କରିବା କିମ୍ବା ଗାଡି ଚଳାଇବା ସମୟରେ ମୋବାଇଲ ବ୍ୟବହାର କରିବା ଦ୍ଵାରା ଟ୍ରାଫିକ ପୋଲିସ ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ ଜବତ କରି ପାରିବେ ।

୬. କିନ୍ତୁ ବିନା ବର୍ଦ୍ଦିରେ ଗାଡି ଚାଳକଙ୍କ ଠାରୁ ଫାଇନ ଆଦାୟ କରି ପାରିବେନି ଟ୍ରାଫିକ ଅଧିକାରୀ ।

୭. ଏହା ଛଡା କୌଣସି ଟ୍ରାଫିକ ଅଧିକାରୀ ଗାଡି ଚାଳକଙ୍କ ଗାଡିରୁ ଚାବି କାଢି ନେଇ ପାରିବେ ନାହିଁ । ଏପରି ସ୍ଥିତିରେ ଆପଣ ବିରୋଧ ମଧ୍ୟ କରି ପାରିବେ ।

୮. ମୋଟର ଯାନ ଅଧିନିୟମ ଅନୁଯାୟୀ ଲାଲ ବତୀ ଜଳିବା ପରେ ରୋଡ ପାର କରିବା, ନୋ ପାର୍କିଂ ଜୋନରେ ଗାଡି ପାର୍କିଂ କରିବା, ହେଲମେଟ ଲାଇସେନ୍ସ ବିନା ଯାତ୍ରା କରିବା, ଅତ୍ୟଧିକ ବେଗରେ ଗାଡି ଚଳାଇବା, ଗାଡି ଚଳାଇବା ବେଳେ ଧୂମ୍ରପାନ କରିବା, ବିନା ନମ୍ବରରେ ଗାଡି ଚଳାଇବା, ପଞ୍ଜୀକରଣ ହୋଇନଥିବା ଗାଡି ଚଳାଇବା, ବୀମା ଓ ବାୟୁ ପ୍ରଦୂଷଣର ଡକୁମେଣ୍ଟ ନଥିଲେ ଏହା ଟ୍ରାଫିକ ନିୟମର ଉଲଂଘନ କରିଥାଏ । କେବଳ ଏଥିପାଇଁ ଚାଲାଣ କଟାଯାଇଥାଏ ।

୯. ପୋଲିସ ଯଦି ବିନା ଚାଲାଣରେ ଟଙ୍କା ମାଗୁଥାନ୍ତି ତେବେ ଆଦୌ ଦିଅନ୍ତୁ ନାହିଁ । ଏପରିକି ପୋଲିସକୁ କିଛି ଲାଞ୍ଚ ଦେଇ ଖସି ଯିବାକୁ ମଧ୍ୟ ଚେଷ୍ଟା କରନ୍ତୁ ନାହିଁ ।

୧୦. ସର୍ବଦା ଚାଲାଣ କାଟୁଥିବା ଅଧିକାରୀଙ୍କ ବକଲ ନମ୍ବର ଓ ନାଁ ପଚାରିବାକୁ ଆଦୌ ଭୁଲନ୍ତୁ ନାହିଁ । ଏପରିକି ତାଙ୍କ ଆଇଡ଼ି କାର୍ଡ ଦେଖାଇବାକୁ ମଧ୍ୟ ଆପଣ କହି ପାରିବେ ।

୧୧. ଯଦି ଟ୍ରାଫିକ ଅଧିକାରୀ ଏହି ତଥ୍ୟ ଦେବାକୁ ମନା କରନ୍ତି ତେବେ ନିୟମ ଅନୁଯାୟୀ ଆପଣ ମଧ୍ୟ ଗାଡି କାଗଜ ପତ୍ର ଦିଅନ୍ତୁ ନାହିଁ ।

୧୨. ଏହା ଛଡା ଯଦି କୌଣସି କାରଣରୁ ଟ୍ରାଫିକ ଅଧିକାରୀ ଆପଣଙ୍କୁ ହଇରାଣ କରୁଥାନ୍ତି ତେବେ ତାଙ୍କ ନାଁ ରେ ଆପଣ ଥାନାରେ FIR ଦେଇ ପାରିବେ ।

ଏ ସବୁ ବ୍ୟତୀତ ଯଦି ଟ୍ରାଫିକ ନିୟମ ଉଲଂଘନ ପାଇଁ ଯଦି ଚାଲାଣ କାଟିଥାନ୍ତି ତେବେ ଏହି ଚାଲାଣ ଉପରେ ଥରେ ନଜର ପକାଇ ଦିଅନ୍ତୁ କାରଣ ଟ୍ରାଫିକ ପୋଲିସ ଦ୍ଵାରା କଟା ଯାଉଥିବା ଚାଲାଣରେ ନିର୍ଦ୍ଧିଷ୍ଟ କିଛି ବିଷୟରେ ଉଲ୍ଲେଖ ରହିବା ନିତ୍ୟାନ୍ତ ଆବଶ୍ୟକ ।

ଚାଲାଣରେ କଣ ରହିବା ଆବଶ୍ୟକ

୧. ଚାଲାଣରେ ନ୍ୟାୟଳୟର ନାମ, ଠିକଣା ରହିବା ଆବଶ୍ୟକ ଯେଉଁଠାରେ ଆପଣଙ୍କର କେଶ ଲଢାଯିବ ।

୨. ଟ୍ରାଫିକ ନିୟମ ଉଲଙ୍ଘନର ସଂପୂର୍ଣ୍ଣ ବିବରଣୀ ରହିବା ଆବଶ୍ୟକ ।

୩. ଟ୍ରାଏଲର ତାରିଖ ମଧ୍ୟ ରହିବା ଆବଶ୍ୟକ ।

୪. ଗାଡିର ସଂପୂର୍ଣ୍ଣ ତଥ୍ୟ ମଧ୍ୟ ଏହି ଚାଲାଣରେ ରହିବା ଆବଶ୍ୟକ ।

୫. ଟ୍ରାଫିକ ନିୟମ ଭାଙ୍ଗିଥିବା ବ୍ୟକ୍ତିର ନାମ ଓ ଠିକଣା ଏହି ଚାଲାଣରେ ରହିବା ଆବଶ୍ୟକ ।

୬. ଏହା ଛଡା ଟ୍ରାଫିକ ନିୟମ ଉଲଂଘନ ପାଇଁ ଯେଉଁ ଅଧିକାରୀ ଆପଣଙ୍କର ଚାଲାଣ କାଟିଥିବେ ତାଙ୍କର ଦସ୍ତଖତ ରହିବା ଆବଶ୍ୟକ ।

୭. ସେହିପରି ସଂପୂର୍ଣ୍ଣ କାଗଜ ପତ୍ରର ବିବରଣୀ ମଧ୍ୟ ଏହି ଚାଲାଣରେ ରହିବା ଆବଶ୍ୟକ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button