ଜୀବନଶୈଳୀ

ଏହି ଅନ୍ଧ ବୟସ୍କ ବ୍ୟକ୍ତିର ସନ୍ତାନ ନାହିଁ, ରୋଗରେ ପୀଡିତା ପତ୍ନୀ ପାଇଁ ଯାହା କରୁଛନ୍ତି ସେ ତାଙ୍କୁ ଦୁନିଆ କରୁଛି ସଲାମ, ଜାଣନ୍ତୁ

ରୋଗରେ ପୀଡିତ ନିଜର ପତ୍ନୀ ପାଇଁ ୟୋମ ବହୁତ ପରିଶ୍ରମ କରିଥାନ୍ତି । ସେ ସବୁ ଶୁକ୍ରବାର ଦିନ ଗାଁ ଗାଁ ବୁଲି ଅର୍ଡର ନିଅନ୍ତି । ଏହା ପରେ ମାର୍କେଟ ରେ ବୈମ୍ବୂ ଷ୍ଟିକ ରେ ଚାଉଳ କରି ବିକ୍ରି କରନ୍ତି । ୟୋମଙ୍କର ପତ୍ନୀଙ୍କୁ ଡାଇବେଟିସ ଓ ହାଈ ବ୍ଲଡପ୍ରେଶର ଅଛି । ଏହି ଦମ୍ପତିଙ୍କର କୌଣସି ସନ୍ତାନ ବି ନାହିଁ । ସେଥିପାଇଁ ଅନ୍ଧ ୟୋମ ନିଜ ପତ୍ନୀଙ୍କର ଚିକିଶ୍ଚା ପାଇଁ ଟଙ୍କା ଏକାଠି କରିବା ପାଇଁ ଏହି କାମ କରୁଛନ୍ତି ।

ୟୋମ ମନ୍ଦିର ପାଖରେ ନିଜର ସାଇକେଲ ଲଗାଇ ନିଜର ଜିନିଷ ବିକ୍ରି କରନ୍ତି । ତାଙ୍କ ପାଖରେ ଏକ ମାଇକ ଅଛି, ଯାହା ଜରିଆରେ ସେ ଲୋକମାନଙ୍କୁ ଆବାଜ ଦେଇ ଡାକିଥାନ୍ତି ।

କହିବାକୁ ଗଲେ ୟୋମ ଜନ୍ମରୁ ଅନ୍ଧ ନ ଥିଲେ । ଥରେ ସେ ନିଜର ମା’ଙ୍କ ସହିତ କାମ କରିବା ସମୟରେ ତାଙ୍କ ସହିତ ଏକ ଦୁର୍ଘଟଣା ହୋଇଥିଲା । ଏକ ବଳଦ ତାଙ୍କ ଉପରେ ଆକ୍ରମଣ କରି ଦେଇଥିଲା । ଏହି ଦୁର୍ଘଟଣା ପରେ ତାଙ୍କର ଆଖିର ଦୃଷ୍ଟିଶକ୍ତି ଚାଲି ଯାଇଥିଲା ।

ଗରିବ ହେବା କାରଣରୁ ୟୋମ ବହୁତ ଭଲ ହୃଦୟର ବି ଅଟନ୍ତି । ଯଦି ଦିନର ଶେଷରେ ତାଙ୍କ ପାଖରେ କିଛି ଚାଉଳ ବଞ୍ଚି ଯାଉଛି ତେବେ ସେ ସେଠିକାର ମନ୍ଦିରରେ ଥିବା ମାଙ୍କଡମାନଙ୍କୁ ସେହି ଚାଉଳକୁ ଖାଇବାକୁ ଦେଇ ଦିଅନ୍ତି । ତାଙ୍କର ଏହି କାମ ଯୋଗୁ ଆଖପାଖର ଲୋକମାନେ ତାଙ୍କର ବହୁତ ଇଜ୍ଜତ କରନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button