କ୍ରାଇମ

ଚେଞ୍ଜିଙ୍ଗ ରୁମରେ ଲାଗିଥାଏ ଯେଉଁ ‘ଚୋରା’ ମିରର, କେମିତି ଜାଣିପାରିବେ ଦେଖନ୍ତୁ

ଆଜିକାଲି ଚେଞ୍ଜିଙ୍ଗ ରୁମରେ କ୍ୟାମେରା ଲୁଚାଇ ରଖିବାର ଖବର ବହୁତ ଶୁଣି ବାକୁ ମିଳି ଥାଏ । ଏମିତିରେ ଆପଣ ବି ଯଦି ଡ୍ରେସ କିଣିବା ସମୟରେ ଚେଞ୍ଜିଙ୍ଗ ରୁମର ବ୍ୟବହାର କରୁ ଛନ୍ତି ତେବେ ଆପଣଙ୍କୁ ଏହି କଥା ବିଷୟରେ ଜାଣି ନେବା ଉଚିତ କି ଯେତେ ବେଳେ ଆପଣ ଚେଜିଙ୍ଗ ରୁମରେ ଡ୍ରେସ ଚେଞ୍ଜ କରୁଛନ୍ତି ତେବେ ସେଠି କୌଣସି କ୍ୟାମେରା ଲୁଚା ହୋଇ ନାହିଁ ତ । ଏହା ପରେ ଆପଣ ଦୁଇ ପ୍ରକାରର ଦର୍ପଣ ବିଷୟରେ

ବି ଜାଣି ନିଅନ୍ତୁ କାରଣ ପ୍ରାୟତଃ କ୍ୟାମେରା ଦର୍ପଣ ପଛରେ ବି ଲାଗିଥାଏ । ତେବେ ଆସନ୍ତୁ ଆମେ ଆପଣଙ୍କୁ କହିଦେଉଛୁ କି ଏହି କଥା ବିଷୟରେ ଆପଣମାନେ କେମିତି ଜାଣି ପାରିବେ ।

୧. ଆଙ୍ଗୁଠି ଦ୍ଵାରା ଜାଣନ୍ତୁ

 

ଚେଜିଙ୍ଗ ରୁମରେ ଦ୍ଵିତୀୟ ପ୍ରକାର ଦର୍ପଣ ବିଷୟରେ ଜାଣିବା ପାଇଁ ଆପଣ ପ୍ରଥମେ ନିଜର ଆଙ୍ଗୁଠିକୁ ଦର୍ପଣ ଉପରେ ଲଗାନ୍ତୁ । ଯଦି ଦର୍ପଣ ଓ ଆଙ୍ଗୁଠିର ନଖ ମଧ୍ୟରେ ଗ୍ୟାପ ଅଛି ତେବେ ଏହା ଏକ ସାଧାରଣ ଦର୍ପଣ ଅଟେ । କିନ୍ତୁ ଯଦି ଆଙ୍ଗୁଠିର ନଖ ଓ ଦର୍ପଣ ମଧ୍ୟରେ କୌଣସି ବି ଗ୍ୟାପ ନାହିଁ ତେବେ ଏହା ଦ୍ଵିତୀୟ ପ୍ରକାରର ଦର୍ପଣ ନିଶ୍ଚିତ ହୋଇପାରେ ।

୨. ଟର୍ଚ ଦ୍ଵାରା ଜାଣନ୍ତୁ

ଦ୍ଵିତୀୟ ପ୍ରକାର ଦର୍ପଣ ବିଷୟରେ ଜାଣିବା ପାଇଁ ଆପଣ ଟର୍ଚର ବି ସାହାର୍ଯ୍ୟ ନେଇ ପାରିବେ । ଏଥିପାଇଁ ଆପଣ ମୋବାଇଲର ଫ୍ଲାଶକୁ ଦର୍ପଣ ଉପରେ ମାରନ୍ତୁ, ଯଦି ମୋବାଇଲର ଫ୍ଲାସ ଦର୍ପଣ ସହିତ ଟକ୍କର ହୋଇ ଫେରି ଆସୁଛି ତେବେ ଏହା ଏକ ସାଧାରଣ ଦର୍ପଣ ଅଟେ । କିନ୍ତୁ ଯଦି ଦର୍ପଣ ଦ୍ଵିତୀୟ ପ୍ରକାରର ଦର୍ପଣ ହୋଇଥିବ ତେବେ ମୋବାଇଲର ଫ୍ଲାସ ଦ୍ଵାରା ଆପଣଙ୍କୁ ଦର୍ପଣ ପଛର ଅଂଶ ବି ନଜର ଆସିବ ।

୩. ଦର୍ପଣକୁ ଅଳ୍ପ ମାରନ୍ତୁ

ଯଦି ଆପଣ କାଚକୁ ଅଳ୍ପ ମାରୁଛନ୍ତି ତେବେ ଯଦି ସେ ଅଳ୍ପ ସାଉଣ୍ଡ କରୁଛି ତେବେ ଏହା ଏକ ସାଧାରଣ ଦର୍ପଣ ଅଟେ । କିନ୍ତୁ ଯଦି କାଚ ଦ୍ଵିତୀୟ ପ୍ରକାରର ଦର୍ପଣ ହୋଇଥିବ ତେବେ ଅଳ୍ପ ମାରିବା ପରେ ଆପଣଙ୍କୁ ଫମ୍ପା ଆବାଜ ଶୁଣିବାକୁ ମିଳିବ ।

୪. କାଚକୁ ଧ୍ୟାନର ସହ ଦେଖନ୍ତୁ

ଦ୍ଵିତୀୟ ପ୍ରକାରର ଦର୍ପଣକୁ ଜାଣିବା ପାଇଁ ଆପଣ କାଚକୁ ଧ୍ୟାନର ସହ ଦେଖନ୍ତୁ । କହିବାକୁ ଗଲେ କାଚକୁ ପାଖରୁ ଦେଖିବା ଦ୍ଵାରା ସହଜରେ ଜାଣି ହେବ କି ଏହା ସାଧାରଣ କାଚ ଅଟେ ନା ଦ୍ଵିତୀୟ ପ୍ରକାରର ଦର୍ପଣ ବାଲା କାଚ ଅଟେ । ଏହିଭଳି ଭାବରେ ଆପଣ ଜାଣି ପାରିବେ କି ଦର୍ପଣ ପଛରେ କ୍ୟାମେରା ଲୁଚି ଅଛି ନା ନାହିଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button