କ୍ରାଇମ

ଯାହାକୁ କରୁଥିଲା ପ୍ରେମ, ସ୍ଵାମୀ କହିବା ପରେ ତାକୁ ଡାକିଲା, ପୁଣି ସମସ୍ତେ ମିଶି ନେଇଗଲେ ଜୀବନ

ଭରତପୁର ସୀକରୀ ନଗର ଥାନା ପାଖରେ ଥିବା ଭୁରାକା ଗ୍ରାମରେ ମଙ୍ଗଳବାର ଦିନ ଏକ ଆଡଭୋକଟେର ହତ୍ୟାକରା ଯାଇଥିଲା । କିନ୍ତୁ ପୋଲିସ ବର୍ତ୍ତମାନ ଏହି ହତ୍ୟାପଛରେ ଥିବା ଅପରାଧୀମାନଙ୍କୁ ଧରି ନେଇଛି । ଏସଏଚଓ ହରିନାରାୟଣ ମୀଣା କହିଲେ କି ମୃତକ ଆଡଭୋକଟେ ଶ୍ୟୋରାମ ସିଂହର ଗୁର୍ଜରର ଆରୋପୀ ରବିଶା ସହ ଅବୈଧ ସମ୍ବନ୍ଧ ଥିଲା । ଯାହା ବିଷୟରେ ତାହାର ସ୍ଵାମୀ ଓ ଭାଇକୁ ଜଣା ପଡିଗଲା । ଏହା ପରେ ଆରୋପି ରବିଶା, ସ୍ଵାମୀ ଅରଫିନ ଓ ଭାଇ ସଦ୍ଦାମ ମିଶି ଶ୍ୟୋରାମ ସିଂହକୁ ସୋମବାର ସକାଳେ ଫୋନ କରି ଗୋଟିଏ ସ୍ଥାନକୁ ଡାକିଲେ । ଏହା ଅପରେ ସେହି ସ୍ଥାନରେ ଶ୍ୟୋରାମ ସିଂହର ନେଇଗଲେ ଜୀବନ ଓ ଶବକୁ ଜଙ୍ଗଲରେ ଫୋପାଡି ଦେଇଥିଲେ ।

ଯଦି ଏହି ଘଟଣା ବିଷୟରେ ବିସ୍ତାର ରୂପରେ କହିବା ତେବେ ମୃତକ ଆଡଭୋକଟେ ଶ୍ୟୋରାମ ସିଂହ ଆରୋପି ରବିଶାର ପିତା ସାବୁ ଖାନ ଯିଏକି ତାଜୁକା ନିବାସୀ ଅଟନ୍ତି ତାଙ୍କ ସହ ଶ୍ୟୋରାମ ସିଂହର ବହୁ ବର୍ଷ ହେବ ଟଙ୍କାର ଦବା ନେବା ଚାଲୁଥିଲା । ଏହା ସହିତ ଶ୍ୟୋରାମ ସିଂହ ନିଜର ଚାଷ ଜମିକୁ ସାବୁକୁ ଚାଷ କରିବା ପାଇଁ ବି ଦେଉଥିଲା । ଏହି କାମକୁ ନେଇ ତଥା ଟଙ୍କାର ନେବା ଦେବାକୁ ନେଇ ଶ୍ୟୋରାମ ସିଂହ ପ୍ରାୟତଃ ସାବୁର ଘରକୁ ଯିବା ଆସିବା କରୁଥିଲା ।

ଏହା ମଧ୍ୟରେ ମୃତକ ଆଡଭୋକଟେ ସାବୁ ଖାନର ପୁତ୍ରୀ ରବିଶା ସହ ଅବୈଧ ସମ୍ପର୍କ ଗଢି ଉଠିଲା । ଏହା ପରେ ୨୦୧୭ରେ ସାବୁ ଖାନ ନିଜର ପୁତ୍ରୀ ରବିଶାର ବିବାହ ଅଲୱରର ଖେଡ଼ଲୀ ବହାଦୁର ଗ୍ରାମର କମରୁଦ୍ଦୀନ ମେୱରର ପୁତ୍ର ଅରଫିନ ସହ କରିଦେଲା । ଏହା ପରେ ରବିଶା ଓ ଶ୍ୟୋରାମ ସିଂହ ମଧ୍ୟରେ ଦୂରତା ଆସିଗଲା । କିନ୍ତୁ ଆଡଭୋକଟେ ଶ୍ୟୋରାମ ସିଂହ ରବିଶା ସହ ପୁଣି ଥରେ ସମ୍ବନ୍ଧ ସ୍ଥାପିତ କରିବା ପାଇଁ ଚେଷ୍ଟା କରିଲା ଓ ଏଥିପାଇଁ ସେ ରବିଶାକୁ ବାରମ୍ବାର ଫୋନ ମଧ୍ୟ କରୁଥିଲା ।

ଏହା ପରେ ଯେତେବେଳେ ଏହି ବିଷୟ ରବିଶାର ସ୍ଵାମୀ ଓ ଭାଇ କାନରେ ପଡିଲା ତେବେ ସେମାନେ ଶ୍ୟୋରାମ ସିଂହକୁ ମାରିବା ପାଇଁ ଏକ ଷଡଯନ୍ତ୍ର କରିଲେ । ସେମାନେ ପ୍ରଥମେ ଶ୍ୟୋରାମ ସିଂହକୁ ରବିଶା ଦ୍ଵାରା ଫୋନ କରାଇ ସୋମବାର ଦିନ ଗୋଟିଏ ସ୍ଥାନକୁ ଡାକିଲେ । ଏହା ପରେ ଶ୍ୟୋରାମ ସିଂହ ପହଞ୍ଚିବା ମାତ୍ରେ ହିଁ ରବିଶା, ତାହାର ସ୍ଵାମୀଓ ଭାଇ ମିଶି ଶ୍ୟୋରାମ ସିଂହର ବେକକୁ ଚିପି ହତ୍ୟାକରି ଦେଲେ ଓ ଶବକୁ ଜଙ୍ଗଲରେ ଲୁଚାଇ ଦେଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button