କ୍ରାଇମ

୨୦ ବର୍ଷର ନବବିବାହିତାକୁ ଶଶୁର କଲା ଦୁଷ୍କର୍ମ, ଦ୍ଵିତୀୟ ଥର ଚେଷ୍ଟା କରିବା ସମୟରେ ବୋହୁ କରିନେଲା ଭିଡିଓ, ଆଉ ତା ପରେ

ଔଡ ଗାଁର ପନ୍ଦ୍ରୱାଡାରେ ପାଞ୍ଚ ମାସ ପୂର୍ବରୁ ବିବାହ କରି ଆସିଥିବା ନୂଆ ବୋହୁକୁ ଶଶୁର ଜବରଦସ୍ତି କରିଲେ । ଯେତବେଳେ ଏହି କଥା ବୋହୁ ତା ଶାଶୁକୁ କହିଲା ଶାଶୁ ତାକୁ ଚୁପ ରହିବା ପାଇଁ କହିଲେ । ପ୍ରଥମେ ଯେତବେଳେ ସେ ସ୍ଵାମୀଙ୍କୁ କହିଲେ ସ୍ଵାମୀ ବିଶ୍ଵାସ କଲେ ନାହିଁ ଏବଂ କହିଲେ କି ଯଦି ସେ ଆଉ କେବେ ଏମିତି ବ୍ୟବହାର କରନ୍ତି ତାହେଲେ ମୋବାଇଲରେ ଭିଡିଓ କରିବ । ଦ୍ଵିତୀୟ ଦିନ ଯେତବେଳେ ଶଶୁର ବଳାତ୍କାର କରିବା ପାଇଁ ଆସିଲେ ସେତବେଳେ ବୋହୁ ଭିଡିଓ କଲା ଏବଂ ତାହାକୁ ପୋଲିସକୁ ଦେଇଦେଲା । ପୋଲିସ ଅପରାଧୀ ଶଶୁର ଉପରେ ଅଭିଯୋଗ କରି କାର୍ଯ୍ୟକାରୀ ଆରମ୍ଭ କରିଦେଲେ ।

ଥାନାରେ ଅଭିଯୋଗ କରିବା ସମୟରେ ନୂଆବୋହୂ କହିଲା କି ତାଙ୍କ ବିବାହ ୨୦୧୯ ଡିସେମ୍ବର ୧୯ ତାରିଖରେ ହୋଇଥିଲା ଏବଂ ବିବାହର ମାତ୍ର ତିନିଦିନ ପରେ ତାଙ୍କ ଶଶୁର ତାଙ୍କ ସହିତ ଖରାପ ବ୍ୟବହାର କରିବା ସହିତ ଖରାପ କଥା ମଧ୍ୟ କହିବା ଆରମ୍ଭ କରିଦେଲେ । ଦୁଇ ମାସ ପରେ ତାଙ୍କ ଶଶୁର ତାଙ୍କ ସହିତ ଖରାପ ବ୍ୟବହାର କରିବା ପାଇଁ ଚେଷ୍ଟା କରିଥିଲେ । ଏହାପରେ ଯେତେବେଳେ ସେ ତାଙ୍କୁ ବଳାତ୍କାର କରିବାକୁ ଚାହୁଁଥିଲେ ସେତେବେଳେ ସେ ସବୁ କଥା ତାଙ୍କ ସ୍ଵାମୀଙ୍କୁ କହିଥିଲେ ।

ସେ କହିଥିଲେ କି ମେ ୨୩ ତାରିଖ ଦିନ ତାଙ୍କ ସ୍ଵାମୀ କାମକୁ ଯାଇଥିଲେ ଏବଂ ସେ ରାତିରେ ଏକୁଟିଆ ଥିଲେ ସେହି ଦିନ ତାଙ୍କ ଶଶୁର ତାଙ୍କ ରୁମକୁ ଯାଇ ତାଙ୍କୁ ବଳାତ୍କାର କରିଥିଲେ । ତା ପରଦିନ ସକାଳେ ସେ ତାଙ୍କ ଶାଶୁଙ୍କୁ କହିବାରୁ ତାଙ୍କ ଶାଶୁ ତାଙ୍କୁ ଚୁପ ରହିବା ପାଇଁ କହିଲେ ଏବଂ ସ୍ଵାମୀ ପ୍ରଥମେ ଏହି କଥାକୁ ବିଶ୍ଵାସ କଲେ ନାହିଁ । ତାଙ୍କ ସ୍ଵାମୀ କହିଲେ କି ମୁଁ ଆଜି ରାତିରେ ଘରକୁ ଆସିବି ନାହିଁ ଯଦି ସେ ଆଜି ରାତିରେ ତମ ସହିତ ଖରାପ ବ୍ୟବହାର କରନ୍ତି ତାହେଲେ ତୁମେ ତାକୁ ମୋବାଇଲରେ ଭିଡିଓ କରି ରଖିବ ।

ନୂଆ ବୋହୁ ଏମିତି ହିଁ କଲା ଏବଂ ଭିଡିଓ କରିବା ପାଇଁ ମୋବାଇଲକୁ ଅନ କରି ଲୁଚାଇ ଦେଲା । ରାତିରେ ପୁଣି ତାଙ୍କ ଶଶୁର ତାଙ୍କ ରୁମକୁ ଆସିଲେ ଏବଂ ତାଙ୍କ ସହିତ ଜବରଦସ୍ତି କରିବା ପାଇଁ ଚେଷ୍ଟା କଲେ । ଏହା ପରେ ସକାଳୁ ସେ ସେହି ଭିଡିଓକୁ ନିଜ ସ୍ଵାମୀଙ୍କୁ ଦେଖାଇବା ସହିତ ପୋଲିସ ପାଖରେ ଅଭିଯୋଗ ମଧ୍ୟ କଲେ ।

ପୋଲିସ ଯାଞ୍ଚ ପରେ ପୀଡ଼ିତାଙ୍କ ଶଶୁରଙ୍କ ବିରୁଦ୍ଧରେ ଧାରା ୩୭୬ ମାମଲା ରୁଜୁ କଲେ । ଏଏସଆଇ ବଲବିନ୍ଦର କୌର କହିଛନ୍ତି କି ସୋମବାର ଦିନ ପୀଡ଼ିତାଙ୍କର ମେଡିକାଲ ଟେଷ୍ଟ କରାଯାଇଛି, ଅଭିଯୁକ୍ତ ଜଣକ ପଳାଇଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button