ଦେଶ ବିଦେଶ

ଦହି ଖାଇବାର ରହିଛି ଅନେକ ଫାଇଦା, ଦୂର କରିଥାଏ ମହିଳାଙ୍କର ବହୁ ସମସ୍ୟା

କ୍ଷୀର ଏବଂ ଦହି ଖାଇବା ଆମ ସ୍ୱାସ୍ଥ୍ୟପକ୍ଷେ ହିତକର। କିନ୍ତୁ ଆଜିକାଲି ଅନେକ ଲୋକ ନିରାମିଷ ଡାଏଟ କରିବା ପାଇଁ ପସନ୍ଦ କରୁଛନ୍ତି। ଏହି ଡାଏଟ କରିବା ଦ୍ୱାରା ପଶୁଙ୍କ ସହିତ ଜଡିତ କୌଣସି ପଦାର୍ଥ ମଧ୍ୟ ଖାଇବାକୁ ବାରଣ କରାଯାଏ। ଏଥିରେ କ୍ଷୀର ମଧ୍ୟ ସାମିଲ ରହିଛି। ଏହି ପ୍ରକାର ଡାଏଟକୁ ମହିଳା ଏବଂ ପୁରୁଷ ଦୁହେଁ ଅନୁକରଣ କରୁଛନ୍ତି। କିନ୍ତୁ ଅନେକ ଅଧ୍ୟୟନରୁ ଜଣାପଡିଛି ଯେ, ପ୍ରତିଦିନ ଦହି ଖାଇବା ଦ୍ୱାରା ମହିଳାମାନଙ୍କ ଠାରେ ଦେଖାଯାଉଥିବା ରୋଗ ଏବଂ ଫୁଲିବା ସମସ୍ୟା କମ୍‌ ହୋଇଥାଏ।

dahi

ପ୍ରତିଦିନ ଦହି ସେବନ କରିବା ଦ୍ୱାରା ଅନ୍ତନଳୀରେ ଉତ୍ତମ ଜୀବାଣୁ ସୃଷ୍ଟି ହୋଇଥାନ୍ତି। ଯାହା ଖାଦ୍ୟକୁ ପାଚନ କରିବାରେ ସାହାଯ୍ୟ କରିଥାଏ। କେବଳ ଏତିକି ନୁହେଁ, କୋଷ୍ଠକାଠିନତ୍ୟ ଏବଂ ଆଜମା ଭଳି ରୋଗ କମ୍‌ ହେବାରେ ମଧ୍ୟ ସାହାଯ୍ୟ କରିଥାଏ। ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଦହି ଏଣ୍ଡୋଟକ୍ସିନକୁ ରୋକିବାରେ ସହାୟକ ହୋଇଥାଏ, ଯାହା ମହିଳାମାନଙ୍କୁ ଫୁଲିବା ସମ୍ବନ୍ଧିତ ମଲିକ୍ୟୁଲ୍ସକୁ ବଢିବାରୁ ରୋକିଥାଏ।

ଏକ ପରୀକ୍ଷଣରେ କିଛି ମହିଳାଙ୍କୁ ପ୍ରତିଦିନ ଦହି ଖାଇବା ପାଇଁ ଦିଆଯାଇଥିବା ବେଳେ ଅନ୍ୟ କେତେକ ମହିଳାଙ୍କୁ ବିନା କ୍ଷୀର ଜାତୀୟ ଖାଦ୍ୟ ଖାଇବାକୁ ଦିଆଯାଇଥିଲା। ଦୁଇ ମାସ ପରେ ଉକ୍ତ ମହିଳାମାନଙ୍କ ରକ୍ତକୁ ପରୀକ୍ଷା କରାଯାଇଥିଲା। ଯେଉଁ ମହିଳାମାନେ ଲଗାତାର ଦହି ଖାଇଥିଲେ ସେମାନଙ୍କ ରକ୍ତରେ ଫୁଲିବାର ମାତ୍ରା କମ୍‌ ଦେଖିବାକୁ ମିଳିଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button