ବିଚାର

ମୃତ ପରିଜନଙ୍କୁ ସ୍ୱପ୍ନରେ ଦେଖିବାର ଅର୍ଥ କଣ, ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ

ରତ୍ରକାଳରେ ଆମେ ସୋଇଥିବା ଅବସ୍ଥାରେ ଆମ ପାଖରେ ପଡିଥିବା ବସ୍ତୁ କୁ ଯଦି କେହି ନେଇଯିବ ଆମକୁ ଜଣାପଡେନାହିଁ କିନ୍ତୁ ସ୍ୱପ୍ନରେ ଆମକୁ ଅଲଗା ଦୁନିଆର ଆଭାସ ହୋଇଥାଏ । କିଛି ସ୍ବପ୍ନ ମାନେ ରୁହେ ଏବଂ କିଛି ମନେ ରୁହେ ନାହିଁ । ସ୍ୱପ୍ନରେ ଆମେ ଖୁସି ହେଉ ଏବଂ ଦୁଃଖୀ ମଧ୍ୟ ହେଉ । ଆମେ ସ୍ବପ୍ନ ଦେଖି ଡରିଯାଇ ଆଖି ମଧ୍ୟ ଖୋଲିଦେଇଥାଉ । ଶାସ୍ତ୍ର ଅନୁସାରେ ସ୍ବପ୍ନ ପଛରେ ରହସ୍ୟ ଲୁଚିରହିଥାଏ । ପ୍ରତେକ ସ୍ୱପ୍ନର ଅର୍ଥ ରହିଛି । ତେବେ ସ୍ୱପ୍ନରେ ଯଦି ଆମେ ମୃତ ପରିବାର ଲୋକଙ୍କୁ ଦେଖୁ ତେବେ ତାର ଅର୍ଥ କଣ ।

ବହୁତ ଥର ଆମେ ନିଶ୍ଚୟ ଏଭଳି ସ୍ବପ୍ନ ଦେଖିଥିବାର ଯେଉଁ ଥିରେ ମୃତ ବନ୍ଧୁ, ପରିବାର ସଦସ୍ୟ ନା ଅନ୍ୟ କାହାକୁ ଆମେ ଦେଖିଥିବା । ପରିବାର ବା ବନ୍ଧୁ ରେ ଯଦି କାହାର ମୃତ୍ୟୁ ହୋଇଥାଏ ତେବେ ସମସ୍ତେ ମନ ଦୁଃଖ କରିଥାନ୍ତି । ଦୁଃଖର ଛାୟା ଘେରି ରହିଥାଏ । ତେବେ ସେତେବେଳେ ଯଦି ସ୍ୱପ୍ନରେ ମୃତ ବ୍ୟକ୍ତି ଯଦି ନିଜର ସୁସ୍ଥ ଶରୀର ଦେଖାନ୍ତି ତେବେ ସେ ଏହା ଜଣାଇଥାନ୍ତି କି ସେ ଭଲ ସ୍ଥାନରେ ଅଛନ୍ତି କିମ୍ବା ସେ ଖୁବ ଶୀଘ୍ର ଅନ୍ୟ କାହା ଘରେ ଜନ୍ମ ନେଇଯିବେ । ଶାସ୍ତ୍ର ଅନୁସାରେ ଏହା ଆଶ୍ଵାସନ ସ୍ବପ୍ନ ଅଟେ । ମୃତକ ସ୍ବପ୍ନ ଦ୍ଵାରା ଆଶ୍ଵାସନା ଦିଅନ୍ତି । ଏହି ସ୍ବପ୍ନ ଦେଖିବା ପରେ ପ୍ରସନ୍ନ ହେବା ଉଚିତ ।

ଯଦି ମୃତ୍ୟ ପରେ ଜଣେ ବ୍ୟକ୍ତି ସ୍ୱପ୍ନରେ ରୋଗିଣା ବା ଦୁଃଖୀ ଦେଖାଯାଉଛନ୍ତି ତେବେ ତାହାର ଅର୍ଥ ସେ କୌଣସି ଇଚ୍ଛା ଜଣାଇବାକୁ ଚାହୁଁଛନ୍ତି । କିମ୍ବା ମୃତ୍ୟୁ ପୂର୍ବରୁ ତାଙ୍କର କୌଣସି ଇଚ୍ଛା ସମ୍ପୂର୍ଣ୍ଣ ହୋଇନଥାଏ । ଯଦି ମୃତକ ଙ୍କ ଇଚ୍ଛା ଆପଣଙ୍କୁ ଜଣା ଥାଏ ତେବେ ଅବଶ୍ୟ ସେହି ଇଚ୍ଛା କୁ ପୁରଣ କରନ୍ତୁ । ଏହା ଦ୍ଵାରା ତାଙ୍କ ଆତ୍ମ ଶାନ୍ତି ପାଇବ ।

ଯଦି ଆପଣ ସ୍ୱପ୍ନରେ ଜଣେ ଜୀବିତ ଙ୍କ ମୃତ୍ୟୁ ଦେଖୁଛନ୍ତି ତେବେ ଜଣାନ୍ତୁ ସେହି ବ୍ୟକ୍ତି ଦୀର୍ଘ ଯିବି ହେବେ ତାଙ୍କର ଆୟୁ ବଢ଼ିଯାଇଥାଏ । ତେଣୁ ଏଭଳି ସ୍ବପ୍ନକୁ ଖରାପ ସ୍ବପ୍ନ ବୋଲି ଭାବନ୍ତୁ ନାହିଁ । ଯଦି ସ୍ୱପ୍ନରେ ମୃତ ବ୍ୟକ୍ତି ଚୁପ ରହୁଛନ୍ତି ତେବେ ଜଣାନ୍ତୁ ସେ ଆପଣଙ୍କୁ ସତର୍କ କରିବାକୁ ଚାହୁଁଛନ୍ତି ।

ସ୍ୱପ୍ନରେ ମୃତ ବ୍ୟକ୍ତି ଯଦି ଆଶୀର୍ବାଦ ଦେଉଛନ୍ତି ତେବେ ଆପଣ ସବୁ କାର୍ଯ୍ୟରେ ସଫଳତା ହାସଲ କରିବେ ବୋଲି ଜଣାନ୍ତୁ । ତେବେ ଆପଣଙ୍କୁ ଏମିତି କେବେ ସ୍ବପ୍ନ ଆସିଛି କି ଆମକୁ ନିଶ୍ଚୟ ଜଣାନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button