ବିଚାର

Vastu Shastra – ଧନତେରସ ଦିନ ଏହି 3 ଟି ଜିନିଷ ଭୁଲରେ ମଧ୍ୟ କିଣନ୍ତୁ ନାହିଁ, ଦରିଦ୍ରତା ପିଛା ଛାଡ଼ିବନି

ଧନତେରସ ଦିନ କେବଳ ଶୁଭ ବସ୍ତୁ ସବୁ କ୍ରୟ କରିବା ପାଇଁ ଆମେ ସବୁବେଳେ ଚିନ୍ତା କରି ଥାଉ। ଯାହା ଆମର ଧନବୃଦ୍ଧି ଓ ସୁଖ ସମୃଦ୍ଧିର କାରଣ ହେବ। କିନ୍ତୁ ଅଜାଣତରେ ଆମେ ଏପରି କିଛି ଭୁଲ କରି ବସୁ ଯାହା ଆମର ହାନି କରାଇ ଥାଏ। ଏହି ଦିନ କିଣିବା ପାଇଁ ଆମେ ଅନେକ ବସ୍ତୁର ତାଲିକା କରିଥାଉ। କିନ୍ତୁ ଏପରି କିଛି ବସ୍ତୁ ଅଛି ଯାହା ଧନତେରସ ଦିନ କିଣିବା ଅଶୁଭ ଅଟେ। ଆସନ୍ତୁ ଜାଣିବା ସେଗୁଡିକ କଣ।

ଧନତେରସ ଦିନ କାଚ ବା କାଚ ତିଆରି କୌଣସି ବସ୍ତୁ କିଣନ୍ତୁ ନାହିଁ। କାରଣ କାଚର ସମ୍ବନ୍ଧ ରାହୁ ସହ ରହିଛି ଓ ରାହୁ ଆମ ଜୀବନ ପାଇଁ ଅଶୁଭ ବୋଲି କୁହାଯାଏ। ସେଥିପାଇଁ ଧନତେରସ ଦିନ ଗ୍ରହ ନକ୍ଷତ୍ର ଙ୍କୁ ଠିକ୍ ରଖିବା ପାଇଁ ଘର ସଜାଇବା ଜିନିଷ ହେଉ କି ରୋଷେଇ ଘର ପାଇଁ କିଛି ମଧ୍ୟ କାଚ ଜିନିଷ କିଣନ୍ତୁ ନାହିଁ।

ଧନତେରସ ଦିନ ଲୁହା ତିଆରି କୌଣସି ବସ୍ତୁ ମଧ୍ୟ କିଣନ୍ତୁ ନାହିଁ। କାରଣ ଏହି ଦିନ ଲୁହା ତିଆରି କୌଣସି ବସ୍ତୁ କିଣିବା ଦ୍ଵାରା ତାହା ଆମ ଆଗାମୀ ଜୀବନ ଉପରେ ଅଶୁଭ ପ୍ରଭାବ ପକାଇ ଥାଏ। ଲୁହାର ସମ୍ବନ୍ଧ ସିଧାସଳଖ ଶନିଦେବଙ୍କ ସହ ରହିଛି। ସେଥିପାଇଁ ଏହି ଦିନ ତାହା କିଣିବା ଉଚିତ୍ ନୁହେଁ।

ଧନତେରସ ଦିନ ଆଲୁମିନିୟମ ଜିନିଷ କିଣିବା ମଧ୍ୟ ଅଶୁଭ ଅଟେ। କାରଣ ଆଲୁମିନିୟମ ର ସମ୍ବନ୍ଧ ମଧ୍ୟ ରାହୁ ସହ ରହିଛି। ଏହି କାରଣରୁ ରାହୁ କାଳେ ଚଳଚଞ୍ଚଳ ହୋଇଯିବେ ବୋଲି ପୂଜାପାଠ ରେ ମଧ୍ୟ ଆଲୁମିନିୟମ ବସ୍ତୁର ବ୍ୟବହାର ବାରଣ କରାଯାଏ।

କଳା ରଙ୍ଗର କୌଣସି ବସ୍ତୁ ମଧ୍ୟ ଧନତେରସ ଦିନ କିଣନ୍ତୁ ନାହିଁ। କଳା ବସ୍ତ୍ର କିମ୍ବା କଳା ରଙ୍ଗର ଯେ କୌଣସି ଆସବାବପତ୍ର ହେଉ ତାହା କିଣନ୍ତୁ ନାହିଁ। କାରଣ କଳା ରଙ୍ଗକୁ ଦୁର୍ଭାଗ୍ୟ ସହ ତୁଳନା କରାଯାଏ ଓ ଏହି ଦିନ କେହି ମଧ୍ୟ ନିଜ ଘରକୁ ଦୁର୍ଭାଗ୍ୟ ଆଣିବାକୁ ଚାହିଁବେ ନାହିଁ। ସେଥିପାଇଁ କଳା ରଙ୍ଗର ବସ୍ତ୍ର ଓ ବସ୍ତୁ କିଣନ୍ତୁ ନାହିଁ କି ପିନ୍ଧନ୍ତୁ ନାହିଁ।

ଧନତେରସ ଦିନ ଖାଲି ପାତ୍ର କିଣି ଘରକୁ ଆଣନ୍ତୁ ନାହିଁ। ଯାହା ବି ପାତ୍ର କିଣନ୍ତୁ ତା ସହ କିଛି ଶସ୍ୟ କିମ୍ବା ମିଠା କିଣି ଘରକୁ ଆଣନ୍ତୁ।

ଧନତେରସ ଦିନ ନକଲି ଗହଣା ବା ଆଭୂଷଣ କିଣନ୍ତୁ ନାହିଁ। ଯଦି କିଣିବାର ଅଛି ତେବେ ଆଗରୁ କିଣି ରଖନ୍ତୁ। ଏହି ଦିନ ନକଲି ମୁଦ୍ରା ମଧ୍ୟ କିଣନ୍ତୁ ନାହିଁ। ଏହାଦ୍ବାରା ମା ଲକ୍ଷ୍ମୀ ରାଗି ଯାଆନ୍ତି।

ଧନତେରସ ଦିନ ତେଲ ମଧ୍ୟ କିଣନ୍ତୁ ନାହିଁ। ରିଫାଇନ ତେଲ, ସୋରିଷ ତେଲ କିମ୍ବା ଅନ୍ୟ କୌଣସି ତେଲ ମଧ୍ୟ କିଣନ୍ତୁ ନାହିଁ। ଦୀପ ଜଳାଇବା ପାଇଁ ଆଗରୁ ତେଲ କିଣି ରଖନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button