ଦେଶ ବିଦେଶ

ଆମେରିକା ରାଷ୍ଟ୍ରପତିଙ୍କୁ ମିଳିଥାଏ କେତେ ଦରମା ? ଏହା ସହିତ ଦୁନିଆର ସବୁଠୁ Powerful ବ୍ୟକ୍ତିଙ୍କୁ ମିଳିଥାଏ ଆଉ କେଉଁ କେଉଁ ସୁବିଧା

ଆମେରିକା ନିର୍ବାଚନର ଫଳାଫଳ ଆସି ସାରିଛି । ଏଥର ଆମେରିକାରେ ଡେମୋକ୍ରାଟିକ୍ ପ୍ରାର୍ଥୀ ର ଜୋ ବିଡେନ ଡୋନାଲ୍ଡ ଟ୍ରମ୍ପ ଙ୍କୁ ହରାଇ ଆମେରିକାର ନୂତନ ରାଷ୍ଟ୍ରପତି ହୋଇଛନ୍ତି ଏଭଳି ପରିସ୍ଥିତିରେ ଆମେରିକାର ରାଷ୍ଟ୍ରପତି କେତେ ବେତନ ପାଆନ୍ତି ସେ ନେଇ ଲୋକଙ୍କ ମଧ୍ୟରେ କୌତୁହଳ ରହିଛି ଓ ତାଙ୍କୁ କେଉଁ ପ୍ରକାର ସୁବିଧା ଦିଆଯାଏ । ଏହା ନୁହେଁ ଯେ ଦୁନିଆର ସର୍ବାଧିକ ଦରମା ଆମେରିକାର ରାଷ୍ଟ୍ରପତିଙ୍କୁ ଦିଆଯାଉଛି । ଦୁନିଆରେ ଏପରି 2-3 ଦେଶ ଅଛନ୍ତି ଯାହାର ରାଷ୍ଟ୍ରପତିଙ୍କ ଦରମା ଆମେରିକାର ରାଷ୍ଟ୍ରପତିଙ୍କ ଠାରୁ ମଧ୍ୟ ଅଧିକ ।

ବାର୍ଷିକ ତିନି କୋଟି ଦରମା – ଆମେରିକାରେ ରାଷ୍ଟ୍ରପତିଙ୍କୁ ବର୍ଷକୁ 400,000 ଡଲାର୍ ବାର୍ଷିକ ବେତନ ମିଳିଥାଏ । ଅର୍ଥାତ୍ ଭାରତୀୟ ମୁଦ୍ରା ଅନୁଯାୟୀ 2.9 କୋଟି । ଏହା ବ୍ୟତୀତ ଅନେକ ପ୍ରକାରର ସୁବିଧା ଏବଂ ଭତ୍ତା ମଧ୍ୟ ଦିଆଯାଏ । ଆମେରିକାର ରାଷ୍ଟ୍ରପତିଙ୍କୁ ରହିବା ପାଇଁ ବିଶ୍ୱର ସବୁଠାରୁ ସୁରକ୍ଷିତ ଘର ହ୍ଵାଇଟ ହାଉସ, ମିଳିଥାଏ । ଏହା ବ୍ୟତୀତ ବ୍ୟକ୍ତିଗତ ବିମାନ, ହେଲିକପ୍ଟର ସୁବିଧା ଯୋଗାଇ ଦିଆଯାଏ । ଯେତେବେଳେ ରାଷ୍ଟ୍ରପତି ଅବସର ନିଅନ୍ତି, ତାଙ୍କୁ ଅବସରକାଳୀନ ପେନ୍ସନ୍ ମଧ୍ୟ ଦିଆଯାଏ ।

ଅନେକ ଭତ୍ତା

ଆମେରିକା ରାଷ୍ଟ୍ରପତିଙ୍କୁ ବାର୍ଷିକ 50,000 ଡଲାର (40 ଲକ୍ଷ ଟଙ୍କା) ଭତ୍ତା ମିଳିଥାଏ । ସେ ଏକ ଲକ୍ଷ ଡଲାର (80 ଲକ୍ଷ ଟଙ୍କା) ର ଯାତ୍ରା ମଧ୍ୟ କରିପାରିବେ । ଏହା ଉପରେ କୌଣସି ଟ୍ୟାକ୍ସ ନାହିଁ । ଏଥି ସହିତ, ସେ ବାର୍ଷିକ ମନୋରଞ୍ଜନ ଭତ୍ତା ଭାବରେ 19000 ଡଲାର (14 ଲକ୍ଷ ଟଙ୍କା) ପାଆନ୍ତି । ଆମେରିକା ରାଷ୍ଟ୍ରପତିଙ୍କ ଦରମା ଉପରେ ଟ୍ୟାକ୍ସ ଲାଗିଥାଏ କିନ୍ତୁ ସେ ପାଉଥିବା ଭତ୍ତା ଉପରେ ଟ୍ୟାକ୍ସ ଲାଗେ ନାହିଁ ।

ହ୍ଵାଇଟ ହାଉସ୍ କାହିଁକି ଅଟେ ଖାସ

ଏହାଙ୍କୁ ପ୍ରଥମ ଥର 1792 ମସିହାରେ ଆମେରିକାର ରାଷ୍ଟ୍ରପତିଙ୍କୁ ଦିଆ ଯାଇଥିଲା । ଏଥିରେ ଛଅ ମହଲା ଏବଂ 132 ଟି ରୁମ୍ ଅଛି । ଯେଉଁଥିରେ ଟେନିସ୍ କୋର୍ଟ ଏବଂ ଅନେକ ରୁମ୍ ସହିତ ସୁଇମିଂ ପୁଲ୍ ଥାଏ । ହ୍ଵାଇଟ ହାଉସରେ 51 ଟି ସିଟ୍ ବିଶିଷ୍ଟ ଥିଏଟର ମଧ୍ୟ ଅଛି । ଯେଉଁଠାରେ ଚଳଚ୍ଚିତ୍ରର ସ୍କ୍ରିନିଂ ସହିତ ଖେଳ କିମ୍ବା ଅନ୍ୟାନ୍ୟ ଘଟଣା ଘଟେ ।

ହ୍ଵାଇଟ ହାଉସରେ ଏକ ପ୍ରଶସ୍ତ ବଗିଚା ମଧ୍ୟ ଅଛି । ବାରାକ ଓବାମାଙ୍କ ପତ୍ନୀ ମିସେଲ ଏଥିରେ ନିଜେ ଗାର୍ଡେନିଙ୍ଗ କରୁଥିଲେ ଓ ସ୍କୁଲ ପିଲାମାନଙ୍କୁ ଏଠାକୁ ଡାକି ଏହାର ମହତ୍ଵ ବିଷୟରେ କହୁଥିଲେ । ବର୍ତ୍ତମାନ ଏହି ଉଦ୍ୟାନରେ ଅନେକ ପ୍ରକାରର ଫଳ ଏବଂ ପନିପରିବା ଚାଷ କରାଯାଏ, ଯାହା ହ୍ଵାଇଟ ହାଉସରେ ବ୍ୟବହୃତ ହୁଏ । ରାଷ୍ଟ୍ରପତି ଏବଂ ତାଙ୍କ ପରିବାର ହ୍ଵାଇଟ ହାଉସରେ ସ୍ଥାୟୀ ଭାବରେ ବାସ କରନ୍ତି । ଏଥିରେ ସେବକ, ରୋଷେଇଆ, ମାଳୀ ଏବଂ ମୁଖ୍ୟ ଗୃହରକ୍ଷୀ ମଧ୍ୟ ନିଯୋଜିତ ଥାଆନ୍ତି ।

ଡିଜାଇନର୍ ପୋଷାକ ଉପହାର ନେଇପାରିବେ ନାହିଁ

ଆମେରିକାର ରାଷ୍ଟ୍ରପତି ଏବଂ ତାଙ୍କ ପରିବାର ସଦସ୍ୟ ଡିଜାଇନର ମାନଙ୍କ ଠାରୁ ଉପହାର ସ୍ୱରୂପ ପୋଷାକ ନେଇ ପାରିବେ ନାହିଁ କିନ୍ତୁ ଯଦି ସେମାନେ ଏହାକୁ ନେଇଯାଆନ୍ତି ତେବେ ଥରେ ଏହାକୁ ପିନ୍ଧିବା ପରେ ଏହା ଜାତୀୟ ଅଭିଲେଖାଗାରକୁ ଚାଲିଯାଏ ।

ସୁରକ୍ଷିତ ବିମାନ

 

ରାଷ୍ଟ୍ରପତିଙ୍କୁ ନିଜ ବ୍ୟବହାର ପାଇଁ ଜୋ ବୋଇଙ୍ଗ 747 ବିମାନ ମିଳିଥାଏ । ଏହାର 4000 ବର୍ଗଫୁଟର ଜାଗା ଥାଏ । ଏଥିରେ ଏକ ମେଡିକାଲ୍ ଅପରେଟିଂ ରୁମ୍, ରାଷ୍ଟ୍ରପତିଙ୍କ ପାଇଁ ଏକ ଘରୋଇ କୋଠରୀ ଏବଂ ଏକ ସମୟରେ 100 ଜଣ ଲୋକ ବସିବା ସ୍ଥାନ ଅଛି ।

ଯେତେବେଳେ ଏହା ଉଡିଥାଏ, ତେବେ ଏକ ଘଣ୍ଟାରେ ଏଥିରେ 200,000 ଡଲାର୍ ଖର୍ଚ୍ଚ ହୋଇଥାଏ । ରାଷ୍ଟ୍ରପତିଙ୍କ ସେବାରେ ମେରାଇନ୍ ୱାନ ହେଲିକପ୍ଟର ମଧ୍ୟ ଅଛି । ଏହା ବ୍ୟତୀତ, ଯେତେବେଳେ ରାଷ୍ଟ୍ରପତି କାରରେ ଯାଆନ୍ତି, ସେତେବେଳେ ତାଙ୍କୁ ବୁଲେଟ୍ ଏବଂ ବମା ପୃଫ୍ ବାହନ ଦ ବିଷ୍ଟସ କାର୍ ମିଳିଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button