ମନୋରଞ୍ଜନ

କେତେ କୋଟି ଟଙ୍କାର ମାଲିକ ଅଟନ୍ତି IPL କମ୍ପାନୀ ର ଏହି ମାଲିକ ମାନେ ? 5 ନମ୍ବର ଙ୍କ ମୋଟ ସମ୍ପତ୍ତି କେତେ ଶୁଣିଲେ ତ ଆପଣ ଚମକି ପଡିବେ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ସମ୍ପୂର୍ଣ୍ଣ ଦୁନିଆର ୨୦-୨୦ ଲିଗ୍ସ ମଧ୍ୟରୁ ଆଇ.ପି.ଏଲ ସବୁଠାରୁ ଅଧିକ ମହଙ୍ଗା ଅଟେ। ଏଥିରେ ଖେଳୁଥିବା ସମସ୍ତ ପ୍ଲେୟର ବହୁତ ଅଧିକ ଚାର୍ଜ ମଧ୍ୟ ନେଇଥାନ୍ତି। ତେବେ ବନ୍ଧୁଗଣ ଯଦି ଆଇ.ପି.ଏଲ ରେ ଖେଳାଳୀ ମାନଙ୍କୁ ଏତେ ଟଙ୍କା ଚାର୍ଜ ରୂପରେ ପ୍ରଦାନ କରା ଯାଉଛି, ତେବେ ସେହି ଟିମ୍ ର ମାଲିକ ଙ୍କ ପାଖରେ କେତେ ଟଙ୍କା ଥିବ ଏହା ଭାବିବାର ବିଷୟ ବସ୍ତୁ ଅଟେ। ତେବେ ଆସନ୍ତୁ ଜାଣିବା ଆଇ.ପି.ଏଲ ଟିମ୍ ର ଓନର ଏବଂ ତାଙ୍କର ନେଟ୍ ୱର୍ଥ ସମ୍ବନ୍ଧରେ।

୧. ସାହରୁଖ ଖାଁ- ବଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତା ‘ସାହରୁଖ ଖାଁ’ ଆଇ.ପି.ଏଲ ର ଏକ ଦମଦାର ଟିମ ର ଓନର ଅଟନ୍ତି। ଏହି ଅଭିନେତା ଆଇ.ପି.ଏଲ ଟିମ “କୋଲକାତା ନାଇଟ୍ ରାଇଡର” ର ଓନର ଅଟନ୍ତି। ଏହି ଅଭିନେତା ଙ୍କ ସମୁଦାୟ ସମ୍ପତ୍ତି ର ମୂଲ୍ୟ ୫୯୦୦ କୋଟି ଟଙ୍କା ଅଟେ।

୨. ପ୍ରୀତି ଜିଣ୍ଟା- ବଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତ୍ରୀ ହେବା ସହିତ ‘ପ୍ରୀତି ଜିଣ୍ଟା’ ଆଇ.ପି.ଏଲ ଟିମ ‘କିଙ୍ଗ ସିଲେଭନ ପଞ୍ଜାବ’ ର ଓନର ଅଟନ୍ତି। ଏହି ଅଭିନେତ୍ରୀ ଙ୍କ ସମୁଦାୟ ନେଟ ୱର୍ଥ ୮୭୦ କୋଟି ଟଙ୍କା ଅଟେ।

୩. ପାର୍ଥ ଜିନ୍ଦଲ- ‘ପାର୍ଥ ଜିନ୍ଦଲ’ ଯେ.ଏସ.ଡବ୍ଲ୍ୟୁ କମ୍ପାନୀ ର ମ୍ୟାନେଜିଙ୍ଗ ଡାଇରେକ୍ଟର ଅଟନ୍ତି। ଏହା ସହିତ ସେ ଆଇ.ପି.ଏଲ ଟିମ ଦେଲ୍ହୀ ଡେଭିଲ୍ସ ର ଓନର ଅଟନ୍ତି। ତାଙ୍କର ସମୁଦାୟ ନେଟ ୱର୍ଥ ୨୧୦ କୋଟି ଟଙ୍କା ଅଟେ।

୪. ମନୋଜ ବଡ଼ାଲେ- ଜଣେ ନାମିଦାମୀ ଓ ପ୍ରସିଦ୍ଧ ବିଜନେସ ମ୍ୟାନ ‘ମନୋଜ ବଡ଼ାଲେ’ ଆଇ.ପି.ଏଲ ଟିମ ରାଜସ୍ଥାନ ରୟାଲ ର ଓନର ତଥା କୋ-ଓନର ଅଟନ୍ତି। ତାଙ୍କର ସମୁଦାୟ ସମ୍ପତ୍ତି ୧୧୭୮ କୋଟି ଟଙ୍କା ଅଟେ।

୫.ବିଜୟ ମାଲ୍ୟା- ‘ବିଜୟ ମାଲ୍ୟା’ ଙ୍କୁ ତ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ। ସେ ଜଣେ ନାମିଦାମୀ ବିଜନେସ ମ୍ୟାନ ଅଟନ୍ତି।ଏହା ସହିତ ସେ ପାର୍ଲମେଣ୍ଟ ର ମେମ୍ବର ମଧ୍ୟ ଅଟନ୍ତି। ସେ ଆଇ.ପି.ଏଲ ଟିମ ‘ରୟାଲ ଚଲେଞ୍ଜର୍ସ ବାଙ୍ଗାଲୁର’ ର ଓନର ଅଟନ୍ତି। ତାଙ୍କର ସମୁଦାୟ ନେଟ ୱର୍ଥ ୮୫୬ କୋଟି ଟଙ୍କା ଅଟେ।

୬. ମୁକେଶ ଅମ୍ବାନୀ- ଦୁନିଆ ର ସବୁଠାରୁ ଧନୀ ବ୍ୟକ୍ତି ମଧ୍ୟରୁ ଜଣେ ‘ମୁକେଶ ଅମ୍ବାନୀ’ ଅଟନ୍ତି। ସେ ରିଲାଏନ୍ସ ଜିଓ ର ମାଲିକ ଅଟନ୍ତି। ସେ ଆଇ.ପି.ଏଲ ଟିମ ‘ମୁମ୍ବାଇ ଇଣ୍ଡିଆନ୍ସ’ ର ଓନର ଅଟନ୍ତି। ତାଙ୍କର ସମୁଦାୟ ସମ୍ପତ୍ତି ୬,୫୮,୪୦୦ କୋଟି ଟଙ୍କା ଅଟେ।

୭. କଲାନିଥି ମାରଣ୍ୟ- ‘କଲାନିଥି ମାରଣ୍ୟ’ ମିଡିଆ ଦୁନିଆ ର ଏକ ଜଣାଶୁଣା ନାମ ଅଟେ। ସେ ଆଇ.ପି.ଏଲ ଟିମ ‘ସନ୍ ରାଇଜର ହାଇଦ୍ରାବାଦ’ ର ଓନର ଅଟନ୍ତି। ତାଙ୍କର ସମୁଦାୟ ସମ୍ପତ୍ତି ୧୩୦୦୦ କୋଟି ଟଙ୍କା ଅଟେ।

୮. ଶ୍ରୀ ନିବାସନ- ‘ଶ୍ରୀ ନିବାସନ’ ଜଣେ ଇଣ୍ଡଷ୍ଟ୍ରିଆଲିଷ୍ଟ ଏବଂ ବିଜନେସ ମ୍ୟାନ ଅଟନ୍ତି। ସେ ଆଇ.ପି.ଏଲ ର ପ୍ରସିଦ୍ଧ ଟିମ ‘ଚେନ୍ନାଇ ସୁପର କିଙ୍ଗ’ ର ଓନର ଅଟନ୍ତି। ତାଙ୍କର ସମୁଦାୟ ନେଟ ୱର୍ଥ ୫୬୦ କୋଟି ଟଙ୍କା ଅଟେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button