ବିଚାର

ଆମ ଦେଶ ଭାରତ ବିଭିନ୍ନ ପ୍ରକାର ବନସ୍ପତି ଓ ଜଡିବୁଟିର ଖଜାନା ଅଟେ । ଆପଣ ନିମପତ୍ର ସେବନ କରିବାର ଅନେକ ଫାଇଦା ବିଷୟରେ ଶୁଣିଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ବାଗଭଟ୍ଟ ଋଷିଙ୍କ ଦ୍ଵାରା ଲିଖିତ ଆୟୁର୍ବେଦିକ ଗ୍ରନ୍ଥ ଅଷ୍ଟାଙ୍ଗ ହୃଦୟମ ଅନୁସାରେ ଏହାର ସଠିକ ଉପଯୋଗୀତା ବିଷୟରେ କହିବୁ । ନିମପତ୍ରକୁ ବିଶେଷ କରି ହଳଦୀ ସହ ସେବନ କଲେ ଏହା ଆପଣଙ୍କ ଦାନ୍ତ ପାଇଁ, ଅଣ୍ଟା ଏବଂ ଶରୀର ବ୍ୟଥା ପାଇଁ, ଆଥ୍ରାଇଟିସ ରୋଗ ପାଇଁ, କେଶ ଝଡିବା ଓ ଯାଦୁ କାଛୁ କୁଣ୍ଡିଆ ପାଇଁ, ପୁରୁଷଙ୍କ ଆଭ୍ୟନ୍ତରୀୟ ସମସ୍ଯା ପାଇଁ ଖୁବ ଲାଭଦାୟକ ଅଟେ । ପ୍ରତିଦିନ ସକାଳୁ ତମ୍ବା ପାତ୍ରରେ ରଖା ଯାଇଥିବା ଏକ ପାଣି ନେଇ ହାଲୁକା ଗରମ କରି ଦିଅନ୍ତୁ । ସେଥିରେ ଏକ ଚାମୁଚ ନିମଗୁଣ୍ଡ କିମ୍ବା ୧୦-୧୨ଟି ନିମପତ୍ରକୁ ଭଲଭାବେ କୁଟି ମିଶାଇ ଦିଅନ୍ତୁ । ଏବେ ସେଥିରେ ଅଧ ଚାମୁଚ ତାଜା ହଳଦୀ ରସ କିମ୍ବା ଏକ ଚୁଟ୍କିଆ ଶୁଦ୍ଧ ହଳଦୀ ଗୁଣ୍ଡ ମିଶାଇ ଏହାକୁ ପ୍ରତିଦିନ ସକାଳୁ ସେବନ କରନ୍ତୁ । ଏହା ଆପଣଙ୍କ ଶରୀରର ଊର୍ଜା ବୃଦ୍ଧି କରେ । ଯାହାଫଳରେ ଆପଣ ସୁସ୍ଥସବଳ ରହିବେ ଓ ଏହା ଆପଣଙ୍କ ତ୍ଵଚା ମଧ୍ୟ ଉଜ୍ଜ୍ଵଳ ରଖିବାରରେ ସାହାଯ୍ୟ କରେ । ଯଦି ଆପଣଙ୍କୁ ଡାଇବେଟିସ ନାହିଁ ତେବେ ଆପଣ ଚାହିଁଲେ ଏଥିରେ ଏକ ଚାମୁଚ ମହୁ ମିଶାଇ ସେବନ କରିପାରିବେ । You Won’t Believe Which Snake Is Actually The Biggest Brainberries मधुमेह हमेशा के लिए ख़त्म हो जाएगा! सोने से पहले करें ये काम Insulux Diabetic Support Boat Missing For 20 Years Reappears: What Fishermen Found Inside! Buzz Day Why Are People Suddenly Questioning The Obamas’ Marriage? Zestradar ସକାଳୁ ଉଠି ୨-୪ଟି ନିମ ପତ୍ରକୁ ଭଲ ଭାବେ ଧୋଇ, ଚୋବାଇ କରି ଖାଇବା ଦ୍ଵାରା ଏହା ଆପଣଙ୍କ ରକ୍ତ ପରିଷ୍କାର କରିବାରେ ସାହାଯ୍ୟ । ରକ୍ତ ଅପରିଷ୍କାର ରହିବା ଦ୍ଵାରା ବା ଅମ୍ଳ ଅଂଶ ବୃଦ୍ଧି ପାଇବା ଦ୍ଵାରା ରକ୍ତଚାପ, ଡାଇବେଟିସ ପରି ଅନେକ ପ୍ରକାର ରୋଗ ହୋଇଥାଏ । ଏହା ଆପଣଙ୍କ ରକ୍ତରୁ ଏସିଡିଟି କମ କରିବାରେ ଓ ଆଲକାଲାଇନ ସ୍ତର ବଢାଇବାରେ ସାହାଯ୍ୟ କରେ । ସେହିପରି ନିମକାଠିରେ ଦାନ୍ତ ଘଷିବା ଦ୍ଵାରା ଏହା ଆପଣଙ୍କ ଦାନ୍ତ ଓ ମାଢିକୁ ମଜବୁତ କରିବାରେ, ପାଟି ଦୁର୍ଗନ୍ଧମୁକ୍ତ କରିବାରେ, ଦାନ୍ତ ପୋକ କାଟିବାକୁ ରୋକିବାରେ, ଏପରିକି ପାଇରିଆ ଭଳି ସମସ୍ଯା ଦୂର କରିବାରେ ସାହାଯ୍ୟ କରେ । अन्य जबरदस्त कंटेंट मधुमेह हमेशा के लिए ख़त्म हो जाएगा! सोने से पहले करें ये काम Insulux Diabetic Support Boat Missing For 20 Years Reappears: What Fishermen Found Inside! Buzz Day Kate Breaks Her Silence: Most Personal Health Update Yet! Herbeauty These Beauty Pageant Fails Are Hard To Forget Zestradar ଯଦି ଆପଣଙ୍କ ଆଥ୍ରାଇଟିସ ଯୋଗୁଁ ଶରୀରର ବିଭିନ୍ନ ଅଙ୍ଗରେ ବ୍ୟଥା ହେଉଛି ତେବେ ଅଳ୍ପ ନିମପତ୍ର ନେଇ ସେଥିରୁ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ଶୁଖିଲା ମେଥି ସହ ମିଶାଇ ବ୍ୟଥା ହେଉଥିବା ସ୍ଥାନରେ ଏକ କପଡା ସାହାଯ୍ୟରେ ବାନ୍ଧି ଦିଅନ୍ତୁ । ଏହା ଆପଣଙ୍କ ବ୍ୟଥାକୁ ଜଡରୁ ସେଶ କରିବାରେ ସାହାଯ୍ୟ କରିବ । ଆପଣଙ୍କର କେଶ ଝଡିବା, ପତଳା ହେବା, ଚନ୍ଦାପଣ ଦେଖାଦେବା, ରୂପୀ କିମ୍ବା ଅନ୍ୟ କୌଣସି କେଶଜନିତ ସମସ୍ଯା ଥିଲେ ଅଳ୍ପ ଖଟା ଦହିରେ ଏକ ଚାମୁଚ ନିମଗୁଣ୍ଡ କିମ୍ବା ୧୦-୧୨ଟି ନିମପତ୍ର ପେଷ୍ଟ ମିଶାଇ ସପ୍ତାହରେ ଦୁଇରୁ ତିନି ଥର କେଶରେ ଲଗାନ୍ତୁ । ଦେଖିବେ କେଶଜନିତ ସମସ୍ତ ସମସ୍ଯା ଦୂର ହୋଇଯିବ । ଯାଦୁ, କାଛୁ, କୁଣ୍ଡିଆ ଆଦି ସମସ୍ଯା ହେଉଥିଲେ ୨୦-୨୫ଟି ନିମପତ୍ରର ପେଷ୍ଟ ବନେଇ ଏହାକୁ କାୟାକଳ୍ପ ତେଲରେ ମିଶାଇ ସେହି ସ୍ଥାନରେ ଲଗାଇଲେ ଏହି ସମସ୍ଯା ମଧ୍ୟ ଖୁବ ଶୀଘ୍ର ଭଲ ହୋଇଯିବ । ଏହି ତେଲ ଆପଣଙ୍କୁ ଯେକୌଣସି ଆୟୁର୍ବେଦ ଷ୍ଟୋରରେ ମିଳିଯିବ । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଏହାକୁ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ହେଲଥ ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।

କେଶ ଝଡିବା, ଅଳ୍ପ ବୟସରୁ ଚନ୍ଦାପାନ ଆଦି ଦେଖାଯିବା ଆଜିକାଲିର ଏକ ବଡ ସମସ୍ଯା ଅଟେ । କେଶ ଝାଡିବାକୁ ନେଇ ଆମେ ସବୁବେଳେ ଚିନ୍ତିତ ରହିଥାଉ ଓ ଅନେକ ସମୟରେ ବିଭିନ୍ନ ପ୍ରକାର ଉପାୟ ମଧ୍ୟ ପ୍ରୟୋଗ କରିବା ଦ୍ଵାରା ଏହି ସମସ୍ଯା ହୁରି ବୃଦ୍ଧି ପାଏ । ତେବେ ଆପଣଙ୍କ ସମସ୍ୟାର ସମାଧନ କରିବା ପାଇଁ ଆମେ ଆଜି ଆପଣଙ୍କ ପାଇଁ ଏକ ସଂପୂର୍ଣ୍ଣ ପ୍ରକୃତିକ ଉପାୟରେ ପ୍ରସ୍ତୁତ ଏକ ଘରୋଇ ଆୟୁର୍ବେଦିକ ଉପଚାର ନେଇ ଆସିଛୁ । ତେବେ ଚାଲନ୍ତୁ ବିଳମ୍ବ ନ କରି ଜାଣିବା ଏହି ସହଜ ଉପଚାରଟି କେମିତି ପ୍ରସ୍ତୁତ କରିବେ ।

କେବଳ ଦୁଇଟି ସାମଗ୍ରୀ ବ୍ୟବହାର କରି ଆପଣ ଏହି ଉପଚାର ପ୍ରସ୍ତୁତ କରିପାରିବେ । ଏଥିପାଇଁ ଆପଣଙ୍କୁ ଦରକାର ହେବ ୧୦୦ ଗ୍ରାମ ଡାଳିମ୍ବ ପତ୍ର ଏବଂ ୨୫୦-୫୦୦ ଗ୍ରାମ ସୋରିଷତେଲ । ପ୍ରଥମେ ଆପଣ ନେଇଥିବା ଡାଳିମ୍ବ ପତ୍ରକୁ ଭଲଭାବେ ଧୋଇ ଦିଅନ୍ତୁ ଓ ଏହାକୁ ବାଟି ଏକ ପେଷ୍ଟ ପ୍ରସ୍ତୁତ କରି ଦିଅନ୍ତୁ । ବର୍ତ୍ତମାନ ଏକ ଛାଣି ସାହାଯ୍ୟରେ ଏହି ପେଷ୍ଟକୁ ଛାଣି ଏହାର ରସ ଏବଂ ଖଦଡ ଭାଗ ଅଲଗା କରିଦିଅନ୍ତୁ । ଏବେ ଆପଣ ଏକ ପାତ୍ରରେ ନିଅନ୍ତୁ ସୋରିଷ ତେଲ ।

ସେଥିରେ ପ୍ରଥମେ ଡାଳିମ୍ବ ପତ୍ରର ପେଷ୍ଟ ବା ଆଲଗା କରି ରଖିଥିବା ଖଦଡ ଭାଗ କୁ ତେଲର ପକାଇ ଭଲଭାବେ ମିଶାନ୍ତୁ ଓ ତାପରେ ଡାଳିମ୍ବ ପତ୍ରର ରସକୁ ସେହି ତେଲରେ ପକାଇ ଭଲଭାବେ ମିଶାଇ ଦିଅନ୍ତୁ । ଏବେ ଏକ ଲୁହା କଢେଇ ନେଇ ଗ୍ଯାସରେ ବସାନ୍ତୁ ଓ ତାହା ହାଲୁକା ଗରମ ହୋଇଗଲେ ସେଥିରେ ଏହି ତେଲ ମିଶ୍ରଣକୁ ପକାନ୍ତୁ ଓ ଏହାକୁ ଘାଣ୍ଟି ଘାଣ୍ଟି ଗରମ କରନ୍ତୁ । ଧ୍ୟାନ ରଖନ୍ତୁ ଯେପରି ଗ୍ଯାସର ଫ୍ଲେମ ପୁରା କମ ହିଁ ରଖିବେ, ନଚେତ ତେଲ ଜଳିଯିବ ।

ଏହିପରି ଭାବେ ଏହି ତେଲକୁ ୫ ରୁ ୭ ମିନିଟ ପର୍ଯ୍ୟନ୍ତ ଗରମ କରନ୍ତୁ । ତାପରେ କଢେଇରୁ ଏକ ପାଟରେ ଢାଳି ଏହାକୁ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ । ଥଣ୍ଡା ହୋଇଯିବା ପରେ ଏହି ତେଲକୁ ଏକ ଛାଣି ସାହାଯ୍ୟରେ ଛାଣି ନିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ କେଶ ପାଇଁ ଚମତ୍କାରୀ ତେଲ । ଏହି ତେଲକୁ ଆପଣ କେଶ ଧୋଇବାର ପୂର୍ବ ଦିନ ରାତିରୁ କେଶରେ ଭଲଭାବେ ଲଗାଇ ଦିଅନ୍ତୁ ଓ ପରଦିନ ସକାଳେ କୌଣସି ଆୟୁର୍ବେଦିକ ଶାମ୍ପୁ ସାହାଯ୍ୟରେ କେଶ ଧୋଇ ଦିଅନ୍ତୁ ।

ଏହିପରି ଏହି ତେଲକୁ ବ୍ୟବହାର କରନ୍ତୁ, ଦେଖିବେ ଆପଣଙ୍କ କେଶ ଲମ୍ବା, ଘନ ଓ କଳା ରହିବା ସହ ଝଡିବା ମଧ୍ୟ ବନ୍ଦ ହୋଇଯିବ । ଆଉ ଯଦି ଆପଣଙ୍କ ମୁଣ୍ଡରେ କେଉଁ ସ୍ଥାନରେ ଚନ୍ଦା ହୋଇଯାଇଛି ତେବେ କିଛି ଦିନ ପ୍ରୟୋଗ କରିବା ପରେ ଦେଖିବେ ସେହି ସ୍ଥାନରେ ନୂଆ କେଶ ମଧ୍ୟ ଉଠିବ । ଆପଣଙ୍କୁ ଏହି ଉପାୟଟି କିପରି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଏହିପରି ପୋଷ୍ଟ ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button