ନୀତି

ଯେଉଁ ଘରେ ଥାଏ ଏହି ୫ଟି ଜିନିଷ, ସେହି ଘର ର ଦ୍ଵାର ମଧ୍ୟ ମାଡେ ନାହିଁ ଦାରିଦ୍ରତା – Vastu Shastra

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜିକାଲି ଦୁନିଆ ରେ ଭିନ୍ନ ଭିନ୍ନ ଧରଣର ବ୍ୟକ୍ତି ମାନେ ବାସ କରୁଛନ୍ତି। ସେମାନେ ନିଜ ଜୀବନକୁ ଆନନ୍ଦ ର ସହିତ ବିତାଉଛନ୍ତି। କିନ୍ତୁ କିଛି ଏଭଳି ବ୍ୟକ୍ତି ମଧ୍ୟ ଅଛନ୍ତି ଯେଉଁ ମାନେ ବାସ୍ତୁ ଦୋଷ କାରଣରୁ ନିଜ ଜୀବନ କୁ ଆନନ୍ଦ ରେ ଅତିବାହିତ କରିପାରୁ ନାହାନ୍ତି। ତେବେ ଯଦି ଆପଣ ବାସ୍ତୁ ଶାସ୍ତ୍ର କୁ ବିଶ୍ୱାସ ଅଥବା ଭରସା କରୁଥିବେ ତେବେ ବାସ୍ତୁ ଶାସ୍ତ୍ର ଅନୁସାରେ ଏଭଳି ୫ଟି ଜିନିଷ ରହିଛି ଯାହାକୁ ଘରେ ରଖିବା ଦ୍ୱାରା ବାସ୍ତୁ ଦୋଷ ଦୁର ହୋଇଥାଏ ଏବଂ ସେହି ଘରେ ସଦା ସର୍ବଦା ମାତାଲକ୍ଷ୍ମୀ ବାସ କରନ୍ତି। ତେବେ ଆସନ୍ତୁ ଜାଣିବା ସେହି ୫ଟି ଜିନିଷ ସମ୍ବନ୍ଧରେ।

୧. ବନ୍ଧୁଗଣ ପ୍ରଥମ ଜିନିଷ ଟି ହେଉଛି, ‘ଭଗବାନ ଗଣେଶ ଙ୍କ ମୂର୍ତ୍ତି’। ଗଣେଶ ଙ୍କୁ ବିଘ୍ନ ହର୍ତା ବୋଲି କୁହାଯାଏ। ଯଦି ଆପଣ ନିଜ ଘରେ ଧନର ବୃଦ୍ଧି ଏବଂ ସୁଖ ସମୃଦ୍ଧି ପ୍ରାପ୍ତି ନିମନ୍ତେ ଭଗବାନ ଗଣେଶ ଙ୍କ ମୂର୍ତ୍ତି କୁ ସ୍ଥାପନ କରିବେ

ତେବେ ଆପଣଙ୍କ ଜୀବନ ଧନଧାନ୍ୟ ରେ ପରିପୂର୍ଣ୍ଣ ହେବ ଏବଂ ସୁଖ ଓ ସମୃଦ୍ଧି ପ୍ରତିଷ୍ଠା ହେବ। ଏଥିପାଇଁ ଆପଣ ଘରର ମୁଖ୍ୟ ଦ୍ୱାର ଆଡ଼କୁ ଦୃଷ୍ଟି କରିଥିବା ନାଚୁ ଥିବା ଗଣେଶ ଙ୍କ ମୂର୍ତ୍ତି ପ୍ରତି ସ୍ଥାପନ କରନ୍ତୁ।

୨. ବନ୍ଧୁଗଣ ଦ୍ଵିତୀୟ ଜିନିଷ ଟି ହେଉଛି, ‘ବଇଁଶୀ’। ଧନ ପ୍ରାପ୍ତି ନିମନ୍ତେ ଘରେ ଚାନ୍ଦି ରୁ ନିର୍ମିତ ବଇଁଶୀ ସ୍ଥାପନ କରିବା ଉଚିତ। ଯେଉଁ ଘରେ ବଇଁଶୀ ରହିଥାଏ ସେହି ଘରେ ମାତାଲକ୍ଷ୍ମୀ ଙ୍କ ବାସ ରହିଥାଏ। ଘରେ ଚାନ୍ଦିର ବଇଁଶୀ ରଖିବା ଦ୍ୱାରା ବାସ୍ତୁ ଦୋଷ ଦୁର ହୋଇଥାଏ ଏବଂ ଏହା ସହିତ ଧନ ଆଗମନ ର ସ୍ରୋତ ତିଆରି ହୋଇଥାଏ।

୩. ବନ୍ଧୁଗଣ ତୃତୀୟ ଜିନିଷ ଟି ହେଉଛି, ‘ଶଙ୍ଖ’। ଶଙ୍ଖ ରେ ବାସ୍ତୁ ଦୋଷ ଦୂର କରିବାର ଅଦ୍ଭୁତ କ୍ଷମତା ରହିଥାଏ। ଯେଉଁ ସ୍ଥାନରେ ଶଙ୍ଖ ର ଘୋଷ ହୋଇଥାଏ ସେହି ସ୍ଥାନର ବାତାବରଣ ଶୁଦ୍ଧ ଓ ପବିତ୍ର ହୋଇଯାଇଥାଏ । ଯେଉଁ ଘରେ ମାତାଲକ୍ଷ୍ମୀ ଙ୍କ ହାତରେ ଶୋଭା ପାଉଥିବା ଦକ୍ଷିଣାବର୍ତ୍ତି ଶଙ୍ଖ ଥାଏ ସେହି ଘରେ ମାତାଲକ୍ଷ୍ମୀ ସ୍ୱୟଂ ବାସ କରିଥାନ୍ତି ଏବଂ ସେହି ଘରେ ସକାରାତ୍ମକ ଉର୍ଜା ର ସୃଷ୍ଟି ହୋଇଥାଏ। ଘରେ ଶଙ୍ଖ ରଖିବା ଦ୍ୱାରା ଧନର ଆଗମନ ହୋଇଥାଏ। ତେଣୁ ଘରେ ପୂଜା ସ୍ଥାନରେ ଶଙ୍ଖ କୁ ଏକ ଲାଲ କପଡ଼ା ରେ ବାନ୍ଧି ରଖିବା ଉଚିତ ଏବଂ ନିୟମିତ ଭାବରେ ପୂଜା କରିବା ଉଚିତ।

୪. ବନ୍ଧୁଗଣ ଚତୁର୍ଥ ଜିନିଷ ଟି ହେଉଛି, ‘ମାତାଲକ୍ଷ୍ମୀ ଓ କୁବେର ଙ୍କ ମୂର୍ତ୍ତି’। ଆପଣ ମାନଙ୍କ ଘରେ ମାତାଲକ୍ଷ୍ମୀ ଙ୍କ ମୂର୍ତ୍ତି ତ ନିଶ୍ଚିତ ଭାବରେ ସ୍ଥାପନ ହୋଇଥିବ।ଧନ ପ୍ରାପ୍ତି ନିମନ୍ତେ ମାତାଲକ୍ଷ୍ମୀ ଙ୍କ ସହିତ କୁବେର ଙ୍କ ମୂର୍ତ୍ତି କୁ ସ୍ଥାପନ କରିବା ଉଚିତ। ଏହାଦ୍ବାରା ଆପଣଙ୍କ ଘରେ ସୁଖ ସମୃଦ୍ଧି ସ୍ଥାପନ ହେବା ସହିତ ଧନ ବୃଦ୍ଧି ହୋଇଥାଏ। କୁବେର ମହାରାଜ ଉତ୍ତର ଦିଗର ଦେବତା ଅଟନ୍ତି। ତେଣୁ କୁବେର ମହରାଜ ଙ୍କ ମୂର୍ତ୍ତି କୁ ସର୍ବଦା ଉତ୍ତର ଦିଗରେ ସ୍ଥାପନ କରିବା ଉଚିତ।

୫. ବନ୍ଧୁଗଣ ପଞ୍ଚମ ଜିନିଷ ଟି ହେଉଛି, ‘କପୁର’। ଧନ ସମ୍ବନ୍ଧୀୟ ସମସ୍ତ ସମସ୍ୟା କୁ ଦୁର କରିବା ନିମନ୍ତେ ଏବଂ ଧନ ର ଆଗମନ ପାଇଁ ପ୍ରତିଦିନ ଘରର ମଝି ସ୍ଥାନରେ ଏକ କପୁର ଜଳାନ୍ତୁ। ଏହାଦ୍ବାରା ଆପଣଙ୍କ ଧନ ସହ ଜଡ଼ିତ ସମସ୍ତ ସମସ୍ୟା ଦୂର ହେବ ଏବଂ ଆପଣଙ୍କ ଜୀବନ ଧନଧାନ୍ୟ ରେ ପରିପୂର୍ଣ୍ଣ ହୋଇଯିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button