ଦେଶ ବିଦେଶ

Breaking News: ୫୨ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଓ ୬୦ ଲକ୍ଷ ପେନସନ୍ ଭୋଗୀଙ୍କ ପାଇଁ ଖୁସିଖବର ! ମିଳିବ ଏହି ସୁବିଧା

ବନ୍ଧୁଗଣ ନମସ୍କାର, କେନ୍ଦ୍ର କର୍ମଚାରୀ ମାନଙ୍କ ପାଇଁ ଆସିଛି ଖୁସି ଖବର । ମହଙ୍ଗା ଭତ୍ତା ବଢ଼ିବାକୁ ଅପେକ୍ଷା କରିଥିବା ପାଖାପାଖି ୫୨ ଲକ୍ଷ କର୍ମଚାରୀ ଓ ୬୦ ଲକ୍ଷ ପେନ୍ସନ ଭୋଗୀ ଙ୍କୁ ଖୁବ ଶୀଘ୍ର ସରକାର ଉପହାର ଦେଇ ପାରନ୍ତି ।

କେନ୍ଦ୍ରୀୟ କର୍ମଚାରୀ ଙ୍କୁ ମିଳିବାକୁ ଥିବା ଡିଏ ଏବଂ ପେନ୍ସନ ଭୋଗୀ ଙ୍କୁ ମିଳିବାକୁ ଥିବା ଡିଆର ମାମଲା କୁ ନେଇ ସେଣ୍ଟ୍ରାଲ ଗଭରମେଣ୍ଟ ସର୍ଭିସେସ କୁ ପ୍ରତିନିଧିତ୍ୱ କରୁଥିବା ନ୍ୟାସନାଲ କାଉନସିଲ ଅଫ ଜେସିଏମ୍ ତରଫ ରୁ ଜୁନ ୨୬ ତାରିଖ ରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଏ ନେଇ ନ୍ୟାସନାଲ କାଉନ୍ସିଲ ଅଫ ଜେସିଏମ୍ ସୂଚନା ଦେଇଥିବା ବେଳେ ଏହି ବୈଠକ ରେ କ୍ୟାବିନେଟ ସେକ୍ରେଟାରୀ ଅଧ୍ୟକ୍ଷତା କରିବେ ।

ନ୍ୟାସନାଲ କାଉନ୍ସିଲ ଅଫ ଜେସିଏମ୍ ର ସୂଚନା ମୁତାବକ ଏହି ବୈଠକ ରେ ଅର୍ଥ ମନ୍ତ୍ରାଳୟ ର ବ୍ୟୟ ବିଭାଗ,କାର୍ମିକ ବିଭାଗ ଓ ପ୍ରଶିକ୍ଷଣ ବିଭାଗ ଅଧିକାରୀ ଓ ନ୍ୟାସନାଲ କାଉନ୍ସିଲ ଅଫ ଜେସିଏମ୍ ଅଧିକାରୀ ଙ୍କ ମଧ୍ୟରେ ବୈଠକ ହେବ । ଏହି ସମ୍ମିଳନୀ ର ଅଧ୍ୟକ୍ଷତା ଭାରତ କ୍ୟାବିନେଟ ସଚିବ କରିବେ ।

ଏ ନେଇ ନ୍ୟାସନାଲ କାଉନ୍ସିଲ ଅଫ ଜେସିଏମ୍ ରାଷ୍ଟ୍ରୀୟ ପରିଷଦ ର ସଦସ୍ୟ ଶିବ ଗୋପାଳ ମିଶ୍ରା କହିଛନ୍ତି କି କେନ୍ଦ୍ରୀୟ କର୍ମଚାରୀ ଓ ପେନ୍ସନ ଭୋଗୀ ଙ୍କ ସପ୍ତମ ସିପିସି ଡିଏ ଓ ସପ୍ତମ ସିପିସି ଡିଆର ଲାଭ ଉପରେ ଚର୍ଚ୍ଚା ହେବ । କହିବାକୁ ଚାହିଁବୁ ଯେ, ମେ ୮ ତାରିଖରେ ମଧ୍ୟ ଏ ନେଇ ଏକ ବୈଠକ ହେବାକୁ ଥିଲା । ବଢ଼ୁଥିବା କୋରନା ସଂକ୍ରମଣ କୁ ଦୃଷ୍ଟି ରେ ରଖି ଏହାକୁ ବାତିଲ କରାଯାଇଥିଲା ।

କେନ୍ଦ୍ର ସରକାର ଙ୍କ ଘୋଷଣା ମୁତାବକ ଜୁଲାଇ ପହିଲା ଠାରୁ କେନ୍ଦ୍ରୀୟ କର୍ମଚାରୀ ଙ୍କ ଡିଏ ଲାଗୁ ହେବ । ଅର୍ଥ ମନ୍ତ୍ରଣାଳୟ ର ଅନୁରାଗ ଠାକୁର ରାଜ୍ୟସଭା ରେ ଏହି ସମ୍ବନ୍ଧରେ ସୂଚନା ଦେଇ କହିଥିଲେ କି,ଅଲ ଇଣ୍ଡିଆ କଂଯ୍ୟୁମ ର ଇଂଡ଼େକ୍ସ ମୁତାବକ ଜାନୁଆରୀ ରୁ ଜୁନ ମଧ୍ୟରେ ଅତିକମ ରେ ୪ ପ୍ରତିଶତ ଡିଏ ବୃଦ୍ଧି କରାଯାଇ ପାରିବ ।

ଏଭଳି ଦେଖାଗଲେ କେନ୍ଦ୍ରୀୟ କର୍ମଚାରୀ ଙ୍କ ଡିଏ ୧୭ ପ୍ରତିଶତ ରୁ ବୃଦ୍ଧି ପାଇ ୨୮ ପ୍ରତିଶତ ରେ ପହଂଚିବ । ଏହା ମଧ୍ୟରେ ଜାନୁଆରୀ ରୁ ଜୁନ ୨୦୨୦, ୩ ପ୍ରତିଶତ, ଜୁଲାଇ ରୁ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ୪ ପ୍ରତିଶତ ଓ ଜାନୁଆରୀ ରୁ ଜୁନ ୨୦୨୧ ପର୍ଯ୍ୟନ୍ତ ୪ ପ୍ରତିଶତ ବୃଦ୍ଧି ସାମିଲ ରହିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button