ଦେଶ ବିଦେଶ

୩୬ ଘଣ୍ଟା ପୂର୍ବରୁ ନିଜ ମୃତ୍ୟୁ ଜାଣି ଗଲେ ଏହି ଲେଡି ଡାକ୍ତର, ଫେସବୁକ ରେ ପୋଷ୍ଟ କରି ଲେଖିଲେ କିଛି ଏମିତି ….

କରୋନା ଭାଇରସ ପୁରା ବିଶ୍ବରେ ଏତେ ମାତ୍ରାରେ ବଢିବାରେ ଲାଗିଛି ଯାହାର ଅନ୍ତ କେବେ ହବ କହି ହେବ ନାହି । କରୋନା ସଂକ୍ରମଣ କେତେ ଲୋକଙ୍କର ଜୀବନ ନେଲାଣି ତାହାର ଗଣନା କରା ଯାଇପାରିବ ନାହି । ଏହି ମାରାତ୍ମକ ରୋଗ ଛୋଟ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ମାନଙ୍କୁ ହେବାରେ ଲାଗିଛି । କରୋନାର ଭୟ ସବୁ ଦେଶବାସୀ ମାନଙ୍କ ହୃଦୟରେ ଆତଙ୍କର ଭୟ ସୃଷ୍ଟି କରି ସାରିଲାଣି ।

ଏଥିରୁ ମୁକ୍ତି ପାଇବାକୁ ହେଲେ ଆମ ସମସ୍ତଙ୍କୁ ସାବଧାନ ରହିବାକୁ ପଡିବ । କିଛି ନିୟମର ମଧ୍ୟ ପାଳନ କରିବାକୁ ପଡିବ । ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଜଣେ ଭଲ ମଣିଷ ହେବା ସହ ଜଣେ ଭଲ ଡାକ୍ତର ମଧ୍ୟ ଥିଲେ ଯାହାଙ୍କର କରୋନାରେ ଆଙ୍କ୍ରାନ୍ତ ହୋଇ ମୃ-ତ୍ୟୁ-ବ-ର-ଣ ହୋଇଛି ।  ମୁମ୍ବାଇର ଡାକ୍ତର ଭାବେ ମନୀଷା ଯାଦବ କାମ କରୁଥିଲେ । ମହାରାଷ୍ଟ୍ରର ଚିଫ ମେଡିକାଲ ଅଫିସର ଭାବେ ମନୀଷା ଯାଦବଙ୍କୁ ଜଣାଯାଏ ।

ଗତ ଶୁକ୍ରବାର ଦିନ କରୋନାରେ ସଂକ୍ରମିତ ହୋଇଥିବାରୁ ଡାକ୍ତର ମନୀଷା ଯାଦବଙ୍କର ମୃ-ତ୍ୟୁ ଘଟିଛି । ତାଙ୍କର ମୃ-ତ୍ୟୁର କିଛି ସମୟ ପୂର୍ବରୁ ସେ ତାଙ୍କ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଥିଲେ । ସେଥିରେ ଲେଖା ଯାଇଥିଲା ଯେ “ଏହା ହୁଏ ତ ମୋର ଶେଷ ଶୁଭ ସକାଳ, ମୁଁ ହୁଏତ ଆପଣ ମାନଙ୍କୁ ଆଉ ଭେଟି ନ ପାରେ, ଆପଣ ମାନେ ସମସ୍ତେ ନିଜର ଯତ୍ନ ନେଉଥିବେ, ଶରୀରର ମୃ-ତ୍ୟୁ ହୁଏ, କିନ୍ତୁ ଆତ୍ମାର ମୃ-ତ୍ୟୁ ହୁଏ ନାହି, ଏହା ଅମର ରହେ” ଏହିଭଳି କିଛି ଦୁଖ ଦାୟକ କଥା ଲେଖା ଯାଇଥିଲା ।

ଏହି ଫେସ୍ବୂକ ପୋଷ୍ଟର ୩୬ ଘଣ୍ଟା ପରେ ଡାକ୍ତର ମନୀଷାଙ୍କର ମୃ-ତ୍ୟୁ ଘଟିଛି । ମଣିଷ ନିଜ ମୃ-ତ୍ୟୁର ସଙ୍କେତ ବହୁତ ଆଗରୁ ଅନୁମାନ କରି ନେଇଥାଏ । ସେହି ଭଳି ମନୀଷା ମଧ୍ୟ ନିଜ ମୃ-ତ୍ୟୁର ଆଭାସ ପାଇ ଯାଇଥିଲେ । ସେ ଜାଣି ଯାଇଥିଲେ ଯେ ତାଙ୍କୁ ଏ ଦୁନିଆ ଛାଡିବା ସହ ତାଙ୍କର ପରିବାର ଲୋକଙ୍କୁ ମଧ୍ୟ ସବୁ ଦିନ ପାଇଁ ବିଦାୟ ଦେବାକୁ ପଡିବ ।

ସେହି ସମୟରେ ତାଙ୍କୁ କେତେ ଅସହାୟ ମନେ ହେଉଥିବ ତାହା କହିବା କାହା ପକ୍ଷେ ସମ୍ଭବ ନୁହେ । ମନୀଷା ବହୁତ ଆକ୍ଟିଭ ୱୋମ୍ୟାନ ଥିଲେ । ସେ ଗେମ ଖେଳିବାକୁ ପସନ୍ଦ କରିଥାନ୍ତି । ସମୟ ମିଳିଲେ ସେ ଅଧିକାଂଶ ସମୟ ଗେମ ଖେଳି ନିଜ ଫେସବୂକରେ ପୋଷ୍ଟ କରିଥାନ୍ତି ।

ତାଙ୍କର ଅନ୍ୟ ଏକ ପୋଷ୍ଟରେ ତାଙ୍କ ବିଷୟରେ କିଛି ସଠିକ କଥା ଲେଖା ଯାଇଛି ଯେ “ତାଙ୍କ ହୃଦୟରେ ଥିଲା ଏକ ଛୋଟ ଛୁଆ”, “ଅସମ୍ଭବକୁ ଶମ୍ଭ କରିବା”,”ଅନ୍ୟକୁ ସମାନ ଦେବା”, “ନୂଆ ମଣିଷ ମାନଙ୍କୁ ଭେଟିବାକୁ ସେ ଭଲ ପାଆନ୍ତି” ଏହିଭଳି ଉଲ୍ଲେଖ କରା ଯାଇଛି ।  ତାଙ୍କ ପାଖରେ ଏତେ ଭଲ ଗୁଣ ରହିଥିଲେ ମଧ୍ୟ ଇଶ୍ଵର ତାଙ୍କୁ ସବୁ ଦିନ ପାଇଁ ଏ ଦୁନିଆରୁ ନେଇ ଯାଇଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button