ଜୀବନଶୈଳୀ

ପାର୍ଟନର ଲୁଚି ଲୁଚି ଆପଣଙ୍କ ଫୋନ୍‌ ଚେକ୍‌ କରୁଛନ୍ତି କି? ଜାଣନ୍ତୁ ଏହା ପଛରେ ରହିଛି କେଉଁ କାରଣ

ବର୍ତ୍ତମାନ ଯୋଗାଯୋଗର ପ୍ରମୁଖ ମାଧ୍ୟମ ଭାବେ ମୋବାଇଲ୍‌ ଫୋନ୍‌ ବ୍ୟବହାର କରାଯାଉଛି। ମୋବାଇଲ୍‌ ଦ୍ୱାରା ଜଣେ ଦୂରରେ ଥିବା ବନ୍ଧୁଙ୍କ ସହ ସମ୍ପର୍କ ସ୍ଥାପନ କରିବା ସହ ଭଲ ମନ୍ଦ ପଚାରି ବୁଝିପାରୁଛି। ତେବେ ସମ୍ପର୍କକୁ ମଜଭୁତ୍‌ କରିବା ପାଇଁ ବ୍ୟବହାର କରାଯାଉଥିବା ମୋବାଇଲ୍‌ ଏବେ ସମ୍ପର୍କରେ ଫାଟ ମଧ୍ୟ ସୃଷ୍ଟି କରୁଥିବା ଦେଖିବାକୁ ମିଳୁଛି। ଖାସ୍‌ କରି ଯଦି ଆପଣଙ୍କ ପାର୍ଟନରଙ୍କ ହାବୁଡ଼ରେ ଆପଣଙ୍କ ଫୋନ୍‌ ପଡ଼ିଗଲା ଆଉ ସେଥିରୁ ସେ କିଛି ସନ୍ଦେହଜନକ ଜିନିଷ ପାଇଲେ ତେବେ ସମ୍ପର୍କରେ ସେଇଠି ହିଁ ପୂର୍ଣ୍ଣଚ୍ଛେଦ ପଡ଼ିବ, ଏଥିରେ କୌଣସି ସନ୍ଦେହ ନାହିଁ।

ପ୍ରାୟ ସମସ୍ତଙ୍କ କ୍ଷେତ୍ରରେ ଏଭଳି ହୋଇଥାଏ। ବିନା ଅନୁମତିରେ ପାର୍ଟନର ଫୋନ୍‌ ଚେକ୍‌ କରିଥାନ୍ତି। କେହି ଏହାକୁ ସାଧାରଣ କଥା ବୋଲି ଭାବି ଅଣଦେଖା ମଧ୍ୟ କରିଦେଇଥାନ୍ତି। କିନ୍ତୁ କେବେ ଭାବିଛନ୍ତି ଏହାର କାରଣ କ’ଣ। ସାଥୀ କାହିଁକି ଆପଣଙ୍କ ଅଜାଣତରେ ଆପଣଙ୍କ ଫୋନ୍‌ ଚେକ୍‌ କରିବାକୁ ଇଚ୍ଛୁକ?

ଯଦି ପାର୍ଟନର ସବୁବେଳେ ଆପଣଙ୍କ ଫୋନ୍‌ ଚେକ୍‌ କରୁଛନ୍ତି ତେବେ ଏହା ଆପଣଙ୍କ ସମ୍ପର୍କ ପାଇଁ ଆଦୌ ଭଲ ନୁହେଁ। ଏଥିରୁ ପାର୍ଟନର ଆପଣଙ୍କ ଉପରେ ବିଶ୍ୱାସ କରୁନାହାନ୍ତି ବୋଲି ପ୍ରମାଣିତ ହେଉଛି। ସବୁବେଳେ ଜଣଙ୍କ ଅଜାଣତରେ ତାଙ୍କ ଫୋନ୍‌ ଚେକ୍‌ କରିବା ଅର୍ଥ ଆପଣଙ୍କ ସମ୍ପର୍କ ସେତିକି ମଜଭୁତ ନୁହେଁ, ଯେ ଆପଣ ନିଜ ସାଥୀ ଉପରେ ଆଖି ବନ୍ଦ କରି ବିଶ୍ୱାସ କରିବେ। କାରଣ ଗୋଟିଏ ସମ୍ପର୍କରେ ବିଶ୍ୱାସ ରହିବା ନିହାତି ଆବଶ୍ୟକ। ଆଉ ସ୍ୱାମୀ-ସ୍ତ୍ରୀ ବା ପ୍ରେମିକ-ପ୍ରେମିକାଙ୍କ ସମ୍ପର୍କର ଏହା ହିଁ ମୂଳଦୁଆ।

ସ୍ୱାମୀଙ୍କ ଏକ୍ସଟ୍ରା ମ୍ୟାରିଟାଲ ଆଫେୟାର୍ସ ବା ଆଉ କେଉଁ ପରମହିଳାଙ୍କ ସହ ସମ୍ପର୍କ ବିଷୟରେ ଜାଣିବାକୁ ଅଧିକାଂଶ ମହିଳା ସ୍ୱାମୀଙ୍କ ଅଜାଣତରେ ତାଙ୍କ ଫୋନ୍‌ ଚେକ୍‌ କରିଥାନ୍ତି। ଖାସ୍‌ କରି ଫୋନ୍‌ ମେସେଜ୍‌, ହ୍ଵାଟ୍ସଆପ୍‌, ମେସେଞ୍ଜର ଆଦିରୁ ସେମାନେ ସ୍ୱାମୀଙ୍କ ନିୟମିତ କାମ ବିଷୟରେ ପତ୍ତା ଲଗେଇଦେଇଥାନ୍ତି। ସ୍ୱାମୀଙ୍କୁ ହାତମୁଠାରେ ରଖିବାକୁ ତଥା ବାହାର ସମ୍ପର୍କରୁ ଦୂରେଇ ରଖିବାକୁ ସ୍ତ୍ରୀମାନେ ଲୁଚି ଲୁଚି ସେମାନଙ୍କ ଫୋନ୍‌ ଚେକ୍‌ କରିଥାନ୍ତି ବୋଲି ଏକ ଗବେଷଣାରୁ ଜଣାଯାଇଛି। ଭାରତରେ ୪୫ ପ୍ରତିଶତ ଲୋକ (ଉଭୟ ମହିଳା ଓ ପୁରୁଷ) ପାର୍ଟନରଙ୍କ ଫୋନ୍‌ ଚେକ୍‌ କରିଥାନ୍ତି।

ବେଳେବେଳେ ଏହି ଛୋଟ ଘଟଣା ସମ୍ପର୍କରେ ଫାଟ ସୃଷ୍ଟି କରିବା ପାଇଁ ଯଥେଷ୍ଟ ହୋଇଥାଏ। ଆପଣଙ୍କ ପାର୍ଟନର ଯଦି ଏଭଳି କରୁଛନ୍ତି ତେବେ ତାଙ୍କୁ ବୁଝାନ୍ତୁ ଓ ତାଙ୍କୁ ଆପଣଙ୍କ ଉପରେ ବିଶ୍ୱାସ କରିବାକୁ କିଛି ବିଶ୍ୱାସଯୋଗ୍ୟ କାମ କରନ୍ତୁ। ତଥାପି ଯଦି ସାଥୀ ଏଭଳି କାମରୁ ବିରତ ହେଉନାହାନ୍ତି, ତେବେ ସମ୍ପର୍କକୁ ଆଗକୁ ବଢ଼ାଇବା ପୂର୍ବରୁ ଆଉ ଥରେ ଚିନ୍ତା କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button