ବିଚାର

ବିବାହିତା ମହିଳା ଭୁଲରେ ବି କରନ୍ତୁ ନାହିଁ ଏହି କାମ, ନହେଲେ…

ଆଚାର୍ଯ୍ୟ ଚାଣକ୍ୟଙ୍କ ବିଷୟରେ କିଏ ବା ଜାଣି ନାହାଁନ୍ତି । ଚାଣକ୍ୟ ଜଣେ ବିଦ୍ଵାନ ଏବଂ ମହାନ ଜ୍ଞାନୀ ମଧ୍ୟ ଥିଲେ । ସମାଜର ହିତ ପାଇଁ ସେ ବହୁତ କିଛି କଥା ତାଙ୍କ ନୀତିବାଣୀରେ ଲେଖିଛନ୍ତି ଯାହାକୁ ଆପଣାଇବା ଦ୍ଵାରା ଆମର ବହୁତ ଲାଭ ହୋଇଥାଏ । ଆଜିର ଯୁଗରେ ମଧ୍ୟ କୌଣସି ବି ରାଜନୀତିକ ହେଉ ବା କୌଣସି ବି କାମ ହେଉ ତାଙ୍କ ଦ୍ଵାରା ଲେଖାଯାଇ ଥିବା କାମକୁ ମଣିଷ ସବୁବେଳେ ପଢିଥାଏ କାରଣ ସେ ସବୁ ପ୍ରକାର ସମସ୍ୟାର ଉପାୟ ବାହାର କରିଛନ୍ତି । ଆସନ୍ତୁ ଜାଣିବା ଚାଣକ୍ୟ ତାଙ୍କ ନୀତିରେ ବିବାହିତା ମହିଳାଙ୍କୁ କେଉଁ କାମ କରିବା ପାଇଁ ମନା କରିଛନ୍ତି ।

ବିବାହିତା ମହିଳାଙ୍କୁ ଏହି କାମ କରିବା ଉଚିତ ନୁହେଁ

ପର ଘରେ ରହିବେ ନାହିଁ

ଯେଉଁ ସ୍ତ୍ରୀ ପରେ ଘରେ ରହିଥାନ୍ତି ତାଙ୍କୁ ସମାଜରେ ଖରାପ ନଜରରେ ଦେଖି ଥାଏ ଏଥିପାଇଁ ସେମାନଙ୍କୁ କୌଣସି ବି ପର ଘରେ ରହିବା ଉଚିତ ନୁହେଁ ଏବଂ ଏହା ସହିତ ମଧ୍ୟ କୌଣସି ପର ଲୋକଙ୍କ ଉପରେ ବିଶ୍ଵାସ କରିବା କ୍ଷତିକାରକ ମଧ୍ୟ ପ୍ରମାଣିତ ହୋଇ ଥାଏ ।

ନିଜର ଲୋକଙ୍କୁ କେବେ ଉପେକ୍ଷା କରନ୍ତୁ ନାହିଁ

ଯେତବେଳେ ବି ଘରେ କୌଣସି ସାମାଜିକ ଏବଂ ଘରୋଇ ମୌକା ଆସିଥାଏ ସେତବେଳେ ସ୍ତ୍ରୀଙ୍କୁ ବହୁତ କଥା ଖରାପ ଲାଗିଥାଏ କିନ୍ତୁ କେବେ ହେଲେ ବି ତାଙ୍କର ଏମିତି କରିବା ଉଚିତ ନୁହେଁ । ନିଜ ମନକୁ କାବୁରେ ରଖି ଶାନ୍ତିପୂର୍ଣ ବାତାବରଣ ସୃଷ୍ଟି କରିବାକୁ ଚେଷ୍ଟା କରିବା ଦରକାର । ଏମିତି କିଛି କାମ କରନ୍ତୁ ନାହିଁ ଯାହାଦ୍ୱାରା ପରିବାର ଲୋକଙ୍କର ଅପମାନ ହେବ ଏବଂ କେବେ ହେଲେ ନିଜର ଶୁଭ ଚିନ୍ତକ ଲୋକଙ୍କର ଉପେକ୍ଷା କରନ୍ତୁ ନାହିଁ ।

ଖରାପ ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ

ଏହା ସବୁଠାରୁ ମହତ୍ଵପୂର୍ଣ କଥା ଅଟେ ସବୁବେଳେ ଖରାପ ବ୍ୟବହାର କରୁଥିବା ଏବଂ ଖରାପ ଚରିତ୍ର ଲୋକଙ୍କ ଠାରୁ ମହିଳା ମାନେ ଦୂରେଇ ରହିବା ଉଚିତ ନହେଲେ ଅଯୋଥା ଆପଣ କୌଣସି ଅସୁବିଧାରେ ପଡି ପାରନ୍ତି । କାରଣ ଯେଉଁ ଲୋକଙ୍କ ଭାବନା ଖରାପ ହୋଇଥାଏ ସେମାନେ କାହାକୁ ବି କ୍ଷତି ପହଞ୍ଚାଇବାରେ କୌଣସି ବିଚାର କରନ୍ତି ନାହିଁ ଏବଂ ଆପଣ ତାଙ୍କ ଖରାପ ଅଭ୍ୟାସରେ ମଧ୍ୟ ପଡି ପାରନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button