ଦେଶ ବିଦେଶ

ଅନ୍ୟର ବ୍ୟବହାର ଜାଣିବା ପାରିବେ ଆପଣ, ଆଚାର୍ଯ୍ୟ ଚାଣକ୍ୟ ଙ୍କର ଏହି କଥାରୁ

ଆଚାର୍ଯ୍ୟ ଚାଣକ୍ୟ ଜଣେ ବିଦ୍ଵାନ ଏବଂ ଜ୍ଞାନୀ ମଧ୍ୟ ଥିଲେ । ଚାଣକ୍ୟ ଙ୍କୁ ସବୁ ବିଷୟର ଜ୍ଞାନ ଥିଲା ଯାହାକୁ କି ସେ ଲୋକାମାନଙ୍କୁ କହୁଥିଲେ । ସେ ନିଜର ଜ୍ଞାନକୁ କେବେ ହେଲେ ବି ନିଜ ଭିତରେ ସୀମିତ ରଖି ନଥାନ୍ତି । ସେ ନିଜର ଜ୍ଞାନକୁ ନିଜର ବହି ଚାଣକ୍ୟ ନୀତିରେ ଲେଖି ଲୋକଙ୍କୁ ବାଣ୍ଟୁଥିଲେ । ସେ ଦେଇଥିବା ଜ୍ଞାନ ଲୋକ ମାନଙ୍କର ଜୀବନକୁ ବଦଳାଇ ଦେଉଥିବା ଏବଂ ଆଜି ବି ଏତେ ବର୍ଷ ପରେ ତାଙ୍କ ଜ୍ଞାନ ବହୁତ କାମରେ ଲାଗୁଛି । ଚାଣକ୍ୟ ସମ୍ରାଟ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଙ୍କର ଗୁରୁ ଏବଂ ତାଙ୍କ ମନ୍ତ୍ରୀ ମଧ୍ୟ ଥିଲେ ।

ଜୀବନକୁ ଘେରି ଯାଉଥିବା କେତେକ ସମସ୍ୟା

ଚାଣକ୍ୟ କହିଥିବା କଥାର ବହୁତ ମହତ୍ଵ ରହିଥାଏ । ଯେଉଁ ଲୋକ ଚାଣକ୍ୟ ଙ୍କର କଥାକୁ ନିଜ ଜୀବନରେ ଆପଣାଇ ଥାଏ ତା ଜୀବନ ସୁଖ ଏବଂ ସମୃଦ୍ଧିରେ ଭାରି ରହିଥାଏ । ଯେଉଁ ଲୋକ ଚାଣକ୍ୟ କହିଥିବା କଥାକୁ ମଜାକ ଭାବିଥାଏ ତାଙ୍କ ଜୀବନରେ ଅନେକ ସମସ୍ୟା ଘେରି ରହିଥାଏ । ଚାଣକ୍ୟ ନିଜର ନୀତି ମାଧ୍ୟମରେ କିଛି ଜରୁରୀ କଥା କହିଛନ୍ତି ଯାହା କି ସବୁ ଲୋକମାନେ ନିଜର ଜୀବନରେ ତାକୁ ଅପଣାଇବା ଦରକାର । ଚାଣକ୍ୟ ଙ୍କର ଏହି କଥା ଉପରେ ଧ୍ୟାନ ଦେବା ନିହାତି ଦରକାର ।

ଶ୍ଳୋକ

ଦଣ୍ଡେ ପ୍ରତିୟତେ ବୃର୍ତି

ଅର୍ଥ

ଏହାର ଅର୍ଥ ହେଉଛି କି ଜଣେ ରାଜା ନିଜର ରାଜ୍ୟରେ ଦଣ୍ଡନୀତି ନିର୍ଧାରିତ କରିଥାଏ, ସେଥିରୁ ସେହି ରାଜା ଙ୍କର ବ୍ୟବାହାର ବିଷୟରେ ଜଣାପଡି ଥାଏ । ରାଜାଙ୍କର ଏହି ଦଣ୍ଡନୀତି କୁ ଦେଖି ଜଣା ପଡିଥାଏ କି ସେ ଜଣେ ରାଜା ହେବା ପାଇଁ ଯୋଗ୍ୟ ନା ଅଯୋଗ୍ୟ, ଭାବନାଯୁକ୍ତ ନା ଭାବନାହିନ ଅଟନ୍ତି, ଲୋକଙ୍କୁ ଭଲ ପାଉଛନ୍ତି ନା ଲୋକଙ୍କୁ ଘୃଣା କରୁଛନ୍ତି, ଲୋଭୀ ନା ଜନତାଙ୍କ ବିଷୟରେ ଭଲ ଭାବୁଛନ୍ତି ନା ଖରାପ ଏବଂ ସେ ସତ୍ୟ ରାସ୍ତାରେ ନା ଭୁଲ ରାସ୍ତାରେ ଚାଲୁଛନ୍ତି ସେ ସବୁ ବିଷୟରେ ଜାଣି ହୋଇଥାଏ ।

ଶ୍ଳୋକ

ବିବେକସମ୍ମତ ହୋ ଦଣ୍ଡ ଦଣ୍ଡୋ ହି ବିଜ୍ଞାନେ ପ୍ରଣୀୟତେ

ଅର୍ଥ

ଏହାର ଅର୍ଥ ହେଉଛି କୌଣସି ବି ରାଜାଙ୍କ ଦ୍ଵାରା ନ୍ୟାୟ କରିବା ପୂର୍ବରୁ ଏହା ଆଶା କରାଯାଇ ଥାଏ କି ସେ ଦଣ୍ଡ ଦେବା ଆଗରୁ ବହୁତ ଭାବି ବିଚାରି ନିଷ୍ପତ୍ତି ନିଅନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button