ସ୍ୱାସ୍ଥ୍ୟ

ମାତ୍ର ୧୫ ମିନିଟ ରେ ହାତ, ଗୋଡ, ଅଣ୍ଟା ବିନ୍ଧା ଭଲ ହୋଇଯିବ, କେବଳ କରନ୍ତୁ ଏହି ଘରୋଇ ଉପାୟ- Health Tips

ଆଜି କାଲିର ବ୍ୟସ୍ତ ସମୟରେ ଖାଇବା ପିବା ଭୁଲି ଯାଇଛି ମଣିଷ ତେବେ ଏହି କାରଣରୁ ଅନେକ ପ୍ରକାର ରୋଗ ମଧ୍ୟ ଗ୍ରାସି ବସୁଛି ମଣିଷକୁ । ଖାଇବା ପିବା ସଠିକ ରୂପେ ନକଲେ ଆମେ ଅନେକ ସମସ୍ଯା କରିଥାଉ ଆମ ଜିନ ପାଇଁ । ସବୁଠୁ ବଡ ଉଦାହରଣ ହେଉଛି ଆଣ୍ଠୁ ଗଣ୍ଠି ବିନ୍ଧା । ପ୍ରାୟତ ବୟସ ହୋଇ ଗଲେ ଅନେକ ଲୋକଙ୍କ ଆଣ୍ଠୁ ଗଣ୍ଠି ବିନ୍ଧା ହୁଅ ମାତ୍ର ଆଜି କଲିର ସମାଜର ଲୋକଙ୍କୁ ଦେଖିଲେ ଆପଣ ଜାଣିପାରିବେ କି ବୁଢା ଠୁ ନେଇକି ଯୁବକ ଶ୍ରେଣୀର ଲୋକ ମାନଙ୍କୁ ବି ଏହି ବେମାରି ହଉଛି ।

ଅଧିକାଂଶ ଏଥିରେ ମହିଳା ମାନେ ଆସନ୍ତି । ଅନେକ ଡାକ୍ତରଙ୍କ ପାଖକୁ ଆମେ ଯାଇ ଥାଉ ତଥାପି ଏଥିରୁ ଆମକୁ ଅଧିକ ଲାଭ ହୁଏନି । ଯେତେବେଳେ ଆମେ ଏହି ମେଡିସିନ ନେବା ବନ୍ଦ କରି ଦଉ ସେତେବେଳେ ଆମକୁ ଏହାର ଯନ୍ତ୍ରଣା ପୁଣି ଅନୁଭୂତ ହୁଏ ।

ତେବେ ଆଜି ଆମେ ଆପଙ୍କୁ ଘରେ ଥିବା କିଛି ଜିନିଷରୁ ଏକ ତେଲ ବନେଇବା ଶିଖେଇବୁ ଯାହା ଆପଣଙ୍କୁ ଏହି ଯନ୍ତ୍ରଣାରୁ ମୁକ୍ତି ଦେବା । ଆସନ୍ତୁ ଜାଣିବା କିପରି ବନେଇବେ । ପ୍ରଥମେ ଏକ ପ୍ୟାନ ନିଅନ୍ତୁ ଏହାକୁ ନିଜର ଗ୍ଯାସ ଉପରେ ରଖୀ ଗ୍ଯାସ ଅନ କରନ୍ତୁ ଏହା ଉପରେ ଏକ ଗିନା ରଖନ୍ତୁ । ଗିନା ଗରମ ହେବା ପରେ ଏଥିରେ ସୋରିଷ ତେଲ ନିଅନ୍ତୁ । ପୁଣି କିଛି ସମୟ ପାଇଁ ଏହାକୁ ଛାଡନ୍ତୁ ।

ଗରମ ହେବା ସମୟରେ ଏଥିରେ ଏକ ଡାଳିଚିନି ପକାନ୍ତୁ । ଧ୍ୟାନ ରଖିବେ ତେଲ ଅଧିକ ଗରମ ହୋଇ ନଥିବ । ଡାଳିଚିନି ପକେଇବା ପରେ ଏଥିରେ ୪ରୁ ୫ କୋଲା ରସୁଣ ପକାନ୍ତୁ । ଏଥିରେ ଅଳ୍ପ କିଛି ମେଥି ବି ପକାନ୍ତୁ । ଏବେ ଏହାକୁ କିଛି ସମୟ ପାଇଁ ଫୁଟିବାକୁ ଛାଡି ଦିଅନ୍ତୁ । କିଛି ସମୟ ଫୁଟିବା ପରେ ଏହାକୁ ଗ୍ଯାସରୁ ଓହ୍ଲାଇ ତଳେ ରଖିବେ । ଏହାକୁ ମନକୁ ମନ ଥଣ୍ଡା ହେବାକୁ ଦିଅନ୍ତୁ କାରଣ ଯଦି ଆମେ ନିଜେ ଥଣ୍ଡା କରିବା ଏହାର କିଛି ମୂଲ୍ୟ ରହିବ ନାହିଁ । ଏବେ ଏହା ଥଣ୍ଡା ହେବା ପରେ ଏହାକୁ ଏକ ପାତ୍ରକୁ କାଢି ଦିଅନ୍ତୁ ।

ଏହାକୁ ଛଣିକି କାଢିବେ ଏଥିରେ ଥିବା ମେଥି , ରସୁଣ, ଡାଲିଚିନିକୁ ଅଲଗା କରିବେ । ଏବେ ଦେଖନ୍ତୁ ଆପଣଙ୍କର ଘରୋଇ ଉପଚାର ପ୍ରସ୍ତୁତ । ଏହାକୁ ଆପଣ ଯେତେବେଳେ ଚାହିଁବେ ଲଗେଇ ପାରିବେ ମାତ୍ର ବିଶେଷ କରି ରାତିରେ ଏହାକୁ ଲଗେଇଲେ ଏହା ଅଧିକ ଲାଭ ଦେବ । ଏହାର ନିୟମିତ ବ୍ୟବହାର ଦ୍ଵାରା ଆପଣ ସମ୍ପୂର୍ଣ ରୂପରେ ଏହି ଯନ୍ତ୍ରଣାରୁ ମୁକ୍ତି ପାଇବେ ।  ମାତ୍ର ଗୋଟେ ଜିନିଷର ଧ୍ୟାନ ଦେବେ ନିଜକୁ ପାଣି ଓ ଥଣ୍ଡାରୁ ଦୂରେଇ ରଖିବେ ।

ନହେଲେ ଏହା ଭଲ ହେବା ପାଇଁ ଅଧିକ ସମୟ ନେଇ ପାରେ ।ଏହାଥିଲା ଆମର ଏକ ଛୋଟ ପ୍ରୟାସ ଯାହା ପାଇଁ ଆପଣ ନିଜକୁ ଯନ୍ତ୍ରଣାରୁ ମୁକ୍ତି ଦେଇ ପାରିବେ ତେବେ ଯଦି ଆପଣଙ୍କୁ ଆମର ଏହି ସୂଚନା ଭଲ ଲାଗେ ତେବେ ବନ୍ଧୁଗଣ ଆପଣ ଆମ ପେଜକୁ ଲାଇକ କରନ୍ତୁ ଓ ଆମ ସହ ନିଜକୁ ସାମିଲ କରନ୍ତୁ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button