ଜୀବନଶୈଳୀ

ପୁରୁଣା ରୀତିନୀତି ଛାଡ଼ି ବିବାହ ସମୟରେ ନିଅନ୍ତୁ ଏହି ୭ଟି ନୂଆ ବଚନ

ବିବାହରେ ସାତ୍‌ ଫେରେ ବହୁତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ। ଫେରେ ନେବା ସମୟରେ ୭ଟି ବଚନ କୁହାଯାଇଥାଏ, ଯାହାକୁ ସମସ୍ତ ଦମ୍ପତି ପାଳନ କରିଥାଆନ୍ତି। ଏହି ବଚନ ଅଗ୍ନି ଏବଂ ଧ୍ରୁବ ତାରାକୁ ସାକ୍ଷୀ ମାନି ନେବାକୁ ପଡ଼ିଥାଏ। କିନ୍ତୁ ଯୁଗ ପରିବର୍ତ୍ତନ ହେବା ସହ ବିବାହ ଟ୍ରେଣ୍ଡରେ ମଧ୍ୟ ବହୁତ ପରିବର୍ତ୍ତନ ଆସିଛି। ଆଜିକାଲି ବରକନ୍ୟା ପୁରୁଣା ରୀତିନୀତି ଛାଡ଼ି ବିବାହ ସମୟରେ ନେଉଛନ୍ତି ଏହି ୭ଟି ନୂଆ ବଚନ। ଆସନ୍ତୁ ଜାଣିବା।

୧. ଘରକାମ ବାଣ୍ଟିକି କରିବା

ଆଜିକା ସମୟରେ ସବୁ ଦମ୍ପତି ପ୍ରାୟତଃ କର୍ମଜୀବୀ ଏବଂ ଏକା ରହିଥାଆନ୍ତି। ଏଭଳି ସ୍ଥିତିରେ ଘରର ସବୁ କାମ ସେମାନଙ୍କୁ ହିଁ ସମ୍ଭାଳିବାକୁ ପଡ଼ିଥାଏ। କିନ୍ତୁ ଘରର ସମସ୍ତ କାମର ଦାୟିତ୍ୱ କେବଳ ଜଣେ ନୁହେଁ, ବରଂ ଦୁଇଜଣ ମିଶିକି ନେବା ଉଚିତ।

୨. ଉଭୟ ଉଭୟଙ୍କ ସାଙ୍ଗକୁ ସମ୍ମାନ ଦେବା

ବିବାହ ପରେ ସବୁକିଛି ବଦଳିଯାଏ। କିନ୍ତୁ ସାଙ୍ଗ ସହ ସମ୍ପର୍କ ପୂର୍ବଭଳି ରହିଥାଏ। ବିବାହ ପରେ ଯେବେ ସାଙ୍ଗମାନେ ଦେଖା କରିବାକୁ ଆସନ୍ତି କିମ୍ବା ବାହାରକୁ ବୁଲିବା ପାଇଁ ଡାକନ୍ତି, ସେ ସମୟରେ ଦମ୍ପତିଙ୍କ ମଧ୍ୟରେ କଥା କଟାକଟି ହୋଇଥାଏ। ସମସ୍ତଙ୍କୁ ନିଜ ସାଙ୍ଗଙ୍କ ସହ ସମୟ ବିତାଇବାର ହକ୍‌ ରହିଛି। ତେଣୁ ଆପଣ ନିଜ ପାର୍ଟନରଙ୍କ ସାଙ୍ଗକୁ ମଧ୍ୟ ସମ୍ମାନ ଦେବା ଉଚିତ।

mar2

୩. ଜଣେ ଜଣଙ୍କ ମନକଥା ବୁଝନ୍ତୁ

ବିବାହ ପରେ ପରେ କପଲ୍ସଙ୍କ ଦୁନିଆ ସବୁଠାରୁ ଅଲଗା ହୋଇଥାଏ। ଲଭିଙ୍ଗ୍‌, କେୟାରିଙ୍ଗ୍‌, ଶେୟାରିଙ୍ଗରେ ସେମାନଙ୍କ ପୂରା ସମୟ ବିତିଯାଇଥାଏ। କିନ୍ତୁ ଯେତେବେଳେ ସେମାନେ କାମକୁ ଫେରନ୍ତି, ସେତେବେଳେ ଅସଲ ପରୀକ୍ଷା ଆରମ୍ଭ ହୋଇଯାଏ। ବିବାହ ପୂର୍ବରୁ ଯେଉଁଠି ମା’ବାପା ସବୁକିଛି ସମ୍ଭାଳୁଥିଲେ, ବିବାହ ପରେ ଏତେସବୁ କରିବା ସହଜ ହୋଇ ନ ଥାଏ। ତେଣୁ ଏଭଳିସ୍ଥିତିରେ ଜଣେ ଜଣଙ୍କ ମନକଥା ବୁଝିବା ଉଚିତ।

୪. ସୁସ୍ଥ ଜୀବନ ବିତାଇବା ପାଇଁ ଜଣେ ଜଣଙ୍କୁ ସାହାଯ୍ୟ କରିବା

ଆଜିକାଲି ଆମ ଜୀବନଶୈଳୀରେ ହେଲ୍‌ଥ ଏବଂ ଫିଟ୍‌ନେସ ବହୁତ ଜରୁରୀ। ତେଣୁ ଡାଏଟ୍‌ରୁ ନେଇ ବ୍ୟାୟାମ ପଯ୍ୟର୍ନ୍ତ, ସବୁଥିରେ ଦୁହେଁ ଦୁହିଁଙ୍କୁ ସାହାଯ୍ୟ କରିବା ଉଚିତ। ଏଠାରେ ଦୁଇଜଣଙ୍କୁ ସନ୍ତୁଳିତ ରହିବାକୁ ପଡ଼ିବ।

mar4

୫. ନିଜ ଇଚ୍ଛାରେ ସବୁକିଛି ନ କରିବା

ବୈବାହିକ ଜୀବନରେ ସ୍ୱାମୀସ୍ତ୍ରୀ ଉଭୟଙ୍କ ଉପରେ ବହୁତ ଦାୟିତ୍ୱ ରହିଥାଏ। ଜଣେ ଜଣଙ୍କ କେୟାର ନେଇଥାଏ। କିନ୍ତୁ ଯଦି ଆପଣ ଛୋଟ ଛୋଟ କଥାରେ ବି ତାଙ୍କର ପରାମର୍ଶ ନେବେ, ତା’ହେଲେ ଦାମ୍ପତ୍ୟ ଜୀବନ ଆହୁରି ସୁଖମୟ ହେବ।

୬. ସବୁ ଖର୍ଚ୍ଚ ପାଇଁ ଉଭୟଙ୍କ ଦାୟିତ୍ୱବୋଧ ବରାବର ରହିବ

ସୁଖି ବୈବାହିକ ଜୀବନରେ ଫାଇନାନ୍ସର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ। ତେଣୁ ସ୍ୱାମୀସ୍ତ୍ରୀ ଉଭୟ ମିଶି ଘର ଖର୍ଚ୍ଚ ଉଠାଇବା ଉଚିତ।

୭. ହାପି ସେକ୍ସୁଆଲ ଲାଇଫ୍‌

କୁହାଯାଏ ହାପି ମ୍ୟାରେଡ୍‌ ଲାଇଫ୍‌ରେ ମୂଳଦୁଆ ସେକ୍ସ ଲାଇଫ୍‌ ଉପରେ ନିର୍ଭର କରିଥାଏ। ଏଥିପାଇଁ ଦୁଇଜଣଙ୍କୁ ହିଁ ସେକ୍ସୁଆଲ ହେଲ୍‌ଥର ଖାସ୍‌ ଯତ୍ନ ନେବା ଉଚିତ। ଯେପରି ଶୋଇବା ପୂର୍ବରୁ ବ୍ରଶ କରିବା ଏବଂ ବଡି ପାର୍ଟସ୍‌କୁ କ୍ଲିନ୍‌ କରିବା ଆଦି ଦୁଇଜଣଙ୍କର ଦାୟିତ୍ୱ ଅଟେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button