ଓଡିଶା

Duplicate paneer: କଟକ ପରେ ବ୍ରହ୍ମପୁରରେ ପନିର୍ ଦୋକାନରେ ଚଢ଼ାଉ, ଖୁଆ ଓ କ୍ଷୀର ନଷ୍ଟ

କଟକ ପରେ ବ୍ରହ୍ମପୁରରେ ପନିର୍ ଦୋକାନରେ ଚଢ଼ାଉ । ଅପମିଶ୍ରଣ ଜଣାପଡ଼ିବା ପରେ ବିପୁଳ ପରିମାଣର ପନିର୍, ଖୁଆ ଓ କ୍ଷୀରକୁ ନଷ୍ଟ କରିଛି ବିଇଏମସିର ଖାଦ୍ୟ ନିରାପତ୍ତା ବିଭାଗ । ସହରର ଖାସ୍ପା ଓ ଆଗା ସାହିରେ ରହିଥିବା ୫ରୁ ଅଧିକ ପନିର୍ ଓ କ୍ଷୀର ଦୋକାନରେ ଚଢ଼ାଉ କରିଥିଲା । ଚଢ଼ାଉ ପରେ ଦୋକାନରେ ବିକ୍ରୀ ପାଇଁ ରଖାଯାଇଥିବା ପନିରର କିଛି ଅଂଶକୁ ଏକ ଥାଳିରେ ବାହାର କରାଯାଇଥିଲା । ସମ୍ପୃକ୍ତ ଥାଳିରେ ଥିବା ପନିରରେ ଆୟୋଡିନ୍ ମିଶାଯିବା ପରେ ପନିରର ରଙ୍ଗ ବଦଳି ଯାଇଥିଲା । ଆଉ ଏଥିରୁ ସ୍ପଷ୍ଟ ହୋଇଥିଲା ଯେ ପନିର ଗୁଡ଼ିକ ଅପମିଶ୍ରିତ ହୋଇଛି ।

ସେହିପରି ଦୋକାନରେ ବିକ୍ରି ହେଉଥିବା ଖୁଆ ଗୁଡ଼ିକରେ ମଧ୍ୟ ପରୀକ୍ଷା ପାଇଁ କ୍ୟାମିକାଲ ପକାଯିବା ପରେ ତାହା କଳା ରଙ୍ଗରେ ପରିଣତ ହୋଇଥିଲା । ଆଉ ଏଥିରୁ ସ୍ପଷ୍ଟ ହୋଇଥିଲା ଖୁଆ ବି ଅପମିଶ୍ରିତ । ସେହିପରି ଦୋକାନରେ ଏକ୍ସପାୟରୀ ଡେଟ୍ ହୋଇଥିବା କ୍ଷୀର ପ୍ୟାକେଟକୁ ମଧ୍ୟ ବିକ୍ରି ପାଇଁ ରଖିଥିଲେ ବ୍ୟବସାୟୀ । ତେଣୁ ବିପୁଳ ପରିମାଣର ପନିର୍, ଖୁଆ ଓ କ୍ଷୀରକୁ ବିଇଏମସିର ଖାଦ୍ୟ ନିରାପତ୍ତା ବିଭାଗ ନଷ୍ଟ କରିଥିଲା । କିଛି ଦୋକାନୀ ଭଲ ପନିର୍, ଖୁଆ ଓ କ୍ଷୀର ରଖିଥିବା ବେଳେ ଅନ୍ୟ କିଛି ଦୋକାନୀ ଅପମିଶ୍ରିତ ପନିର୍, ଖୁଆ ଓ କ୍ଷୀର ରଖି ଗ୍ରାହକଙ୍କୁ ବିକ୍ରି କରୁଥିଲେ । ଯାଞ୍ଚ ବେଳେ ଯେଉଁ ଦୋକାନୀ ମାନେ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ବିକ୍ରୀ କରୁଥିଲେ ସେମାନଙ୍କର ରେଜିଷ୍ଟ୍ରେସନ ସାର୍ଟିଫିକେଟ ମଧ୍ୟ ଆସନ୍ତା ୭ ଦିନ ପାଇଁ ରଦ୍ଦ କରାଯିବ । ଏଭଳି ଚଢ଼ାଉ ଆସନ୍ତା ଦିନରେ ମଧ୍ୟ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ଖାଦ୍ୟ ନିରାପତ୍ତା ବିଭାଗର ଅଧିକାରୀ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button