ଦେଶ ବିଦେଶ

ପରୀକ୍ଷାରେ ଭଲ ମାର୍କ ଆଣିବା ପାଇଁ ବିଦ୍ୟାର୍ଥୀମାନେ କରନ୍ତୁ ଏହି ୭ ଟି ଉପାୟ

ଶିକ୍ଷା ହାସଲ କରିବା ସମସ୍ତଙ୍କ ଜୀବନର ପ୍ରଥମ ପ୍ରାଥମିକତା ହୋଇଥାଏ । ସମସ୍ତେ ନିଜ ଜୀବନରେ ଭଲ ଶିକ୍ଷା ହାସଲ କରିବା ପାଇଁ ବହୁତ ପରିଶ୍ରମ କରିଥାନ୍ତି । ସେଥିପାଇଁ ପିଲାମାନେ ଦିନ ରାତି ପଢି ଥାନ୍ତି । ଯାହାଦ୍ୱାରା ସେମମାନେ ଭଲ ମାର୍କ ଆଣି ପାରିବେ ଏବଂ ନିଜର ପସନ୍ଦିତା ବିଷୟକୁ କିମ୍ବା କଲେଜକୁ ଯାଇ ତାହାକୁ ବାଛି ପାରିବେ । କିନ୍ତୁ ସମସ୍ତେ ଭଲ ମାର୍କ ଆଣି ପାରନ୍ତି ନାହିଁ । ବହୁତ କଷ୍ଟ କରିବା ସତ୍ବେ ବି ତାଙ୍କର ଭାଗ୍ୟ ପରୀକ୍ଷା ସମୟରେ ତାଙ୍କର ସାଥ ଦିଏ ନାହିଁ । କିଛି ଏମିତି ହିଁ ପିଲା ବି ହୋଇଥାନ୍ତି ଯେଉଁମାନେ ଅଳ୍ପ କଷ୍ଟ କରି ବି ଭଲ ମାର୍କ ନେଇ ଆସନ୍ତି ।

ଯେଉଁ ପିଲାମାନଙ୍କର ଭାଗ୍ୟ ତାଙ୍କର ସାଥ ଦିଏ ନାହିଁ ସେମାନେ ଯଦି ତଳେ ଦିଆ ଯାଇଥିବା ଉପାୟକୁ କରିବେ, ତେବେ ସେମାନେ ବି ଭଲ ମାର୍କ ହାସଲ କରି ପାରିବେ ଏବଂ କୌଣସି ବି ପରୀକ୍ଷାକୁ ବି ଅତି ସହଜରେ ପାସ କରି ପାରିବେ ।

ଭଲ ମାର୍କ ହାସଲ କରିବାର ଉପାୟ

ସଠିକ ହେବା ଦରକାର ପଢିବା ସ୍ଥାନର ଦିଗ

ପିଲାମାନେ ଯେଉଁ ଘରେ ପଢୁଛନ୍ତି ସେହି ଜାଗାର ଦିଗ ଉତ୍ତର କିମ୍ବା ପୂର୍ବ ଦିଗ ମଧ୍ୟରେ ହେବା ଦରକାର । ଏହି ଦିଗ ପଟେ ମୁହଁ ରଖି ପିଲାମାନେ ପଢୁଛନ୍ତି ତେବେ ତାଙ୍କୁ ଜଲ୍ଦି ହିଁ ସେ ନିଜର ବିଷୟକୁ ବୁଝି ପାରିବେ ।

କରନ୍ତୁ ଏହି ମନ୍ତ୍ରର ଜପ

ସବୁଦିନ ସକାଳେ ଉଠି “ଗୁରୁ ଗୃହ ଗଏ ପଢନ ରଘୁରାଈ । ଅଲ୍ପ କାଲ ବିଦ୍ୟା ସବ ଆଈ” ମନ୍ତ୍ରର ଜପ କରିବା ଦ୍ଵାରା ନିଜ ପଢା ଉପରେ ଭଲ ପ୍ରଭାବ ପଡିଥାଏ ଏବଂ ସଫଳତା ମିଳିଥାଏ । ଏହି ମନ୍ତ୍ରକୁ ଜପ କରିବାର ଶୁଭ ସମୟ ସକାଳ ୭ ଟା ଅଟେ ।

କରନ୍ତୁ ସରସ୍ଵତୀଙ୍କର ଜପ

ମା ସରସ୍ଵତୀଙ୍କର ପୂଜା କରିବା ଦ୍ଵାରା ବିଦ୍ୟାର୍ଥୀଙ୍କ ଉପରେ ମାତା ସରସ୍ଵତୀଙ୍କର କୃପା ରହିଥାଏ । ଏଥିପାଇଁ ବିଦ୍ୟାର୍ଥୀମାନେ କେବଳ ସକାଳେ ଉଠି ନିଜର ମନରେ ମାତାଙ୍କୁ ମନେ ପକାଇ “ଐଂ ହ୍ରୀଂ ଶ୍ରୀଂ ବାଗ୍ଦେବୈ ସରସ୍ୱତ୍ଯୈ ନମ:” ମନ୍ତ୍ରର ଜପ କରନ୍ତୁ ।

ଗାଈକୁ ଦିଅନ୍ତୁ ରୁଟି

ଗାଈକୁ ଗୁରୁବାର ଦିନ ରୁଟି ଖୁଆଇବା ଦ୍ଵାରା ବିଦ୍ୟାର୍ଥୀଙ୍କର ମନ ପଢାରେ ଲାଗି ଥାଏ ।

ଭଗବାନଙ୍କୁ ଲଗାନ୍ତୁ ଭୋଗ

ବିଦ୍ୟାର୍ଥୀଙ୍କୁ ସବୁ ଦିନ ଭଗବାନ ଗଣେଶଙ୍କର ପୂଜା ଅର୍ଚନା କରି ତାଙ୍କୁ ବେସନର ଲଡୁ ଭୋଗ ଲଗାନ୍ତୁ ।

ମୁଣ୍ଡ ଉପରୁ ସୋରିଷକୁ ପକାନ୍ତୁ

କୌଣସି ବି ପରୀକ୍ଷାରେ ଯିବା ପୂର୍ବରୁ ବିଦ୍ୟାର୍ଥୀ ନିଜ ଘରର ମୁଖ୍ୟ କବାଟରେ ଛିଡା ହୋଇ ନିଜ ମୁଣ୍ଡ ଉପରୁ ଅଳ୍ପ ହଳଦିଆ ସୋରିଷ ପକାନ୍ତୁ ।

ସୂର୍ଯ୍ୟଙ୍କୁ ଦିଅନ୍ତୁ ଅର୍ଘ୍ୟ

ବିଦ୍ୟାର୍ଥୀମାନଙ୍କୁ ସବୁଦିନ ଭଗବାନ ସୂର୍ଯ୍ୟଙ୍କୁ ଦେଖି ତାଙ୍କୁ ଜଳ ଅର୍ପଣ କରିବା ଉଚିତ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button