ଦେଶ ବିଦେଶ

ଭଙ୍ଗା ଭଙ୍ଗି ନକରି ଦୂର କରନ୍ତୁ ଘରର ବାସ୍ତୁଦୋଷ, ଏହି ସ୍ଥାନରେ ଲଗାନ୍ତୁ ସ୍ୱସ୍ତିକ ଓ ତ୍ରିଶୂଳ

ଘର ତିଆରି କରିବା କୌଣସି ବ୍ୟକ୍ତି ପାଇଁ ଏକ ବହୁତ ବଡ ସ୍ଵପ୍ନ ହୋଇଥାଏ, ଘର ପ୍ରସ୍ତୁତ କରିବା ପୂର୍ବରୁ ନେଇ ତାର ନିର୍ମାଣ ହେବା ପର୍ଯ୍ୟନ୍ତ ଓ ସେଥିରେ ପ୍ରବେଶ କରିବା ପର୍ଯ୍ୟନ୍ତ ତା’ ମନରେ ବହୁତ କଥା ଚାଲିଥାଏ । ତା’ ମନରେ ବହୁତ ଖୁସି ରହିଥାଏ କିନ୍ତୁ ନୂଆ ନୂଆ ଘରେ ପ୍ରବେଶ କରିବା ପରେ ଆପଣଙ୍କ ଜୀବନରେ କିଛି ନୂଆ ନୂଆ ସମସ୍ୟା, ଟଙ୍କାର ଅସୁବିଧା ଆସିଥାଏ ତେବେ ଏହାର କାରଣ ଘରର ବାସ୍ତୁ ଦୋଷ ଅଟେ ।

କେମିତି ବଞ୍ଚିବେ ଏହି ବାସ୍ତୁ ଦୋଷରୁ

ପ୍ରାୟତଃ ବ୍ୟକ୍ତିମାନେ ଅଜଣାତରେ ଘର ନିର୍ମାଣ ସମୟରେ ଏହିଭଳି କାମ କରି ଦିଅନ୍ତି ଯେ, ଯେଉଁଥିରେ ବାସ୍ତୁ ଦୋଷ ରହିଯାଏ । ଯଦି ଆପଣମାନେ ବି ଏହି ସମସ୍ୟାରେ ପୀଡିତ ଅଛନ୍ତି ତେବେ ଆପଣଙ୍କୁ କହିଦେଉଛୁ କି ଆପଣ ନିଜ ଘରକୁ ନ ଭାଙ୍ଗି ମଧ୍ୟ ଏମିତି କିଛି ଉପାୟ କରି ପାରିବେ ଯାହା ଦ୍ଵାରା ଆପଣଙ୍କ ଘରର ବାସ୍ତୁ ଦୋଷର ପ୍ରଭାବ ପ୍ରାୟତଃ କମ ହୋଇଯିବ ।

ଉତ୍ତର – ପଶ୍ଚିମ କୋଣରେ ଅଛି ମୁଖ୍ୟ ଦ୍ଵାର ତେବେ କରନ୍ତୁ ଏହି ଉପାୟ

ସର୍ବ ପ୍ରଥମେ କହି ଦେଉଛୁ କି  ଯଦି ଆପଣଙ୍କର ମୁଖ୍ୟ ଦ୍ଵାର ଉତ୍ତର – ପଶ୍ଚିମ କୋଣରେ ଅଛି ତେବେ ଏହିଭଳି ସ୍ଥିତିରେ ଆପଣ ନିଜ ଘରର କବାଟର ଦୁଇ ପଟେ ସ୍ୱସ୍ତିକ ଏବଂ ତ୍ରିଶୂଳ ଲଗାଇ ଦିଅନ୍ତୁ, ଏହା ଛଡା ଘର କବାଟ ବାହାରେ ପିରାମିଡ ଲଗାନ୍ତୁ, ଏହା ଦ୍ଵାରା ଆପଣଙ୍କର ଘରର ବାସ୍ତୁଦୋଷ ଦୂର ହୋଇଯିବ ।

ଯଦି ରୋଷେଇ ଘର ଅଛି ଉତ୍ତର – ପୂର୍ବରେ

କହି ଦେଉଛୁ କି ଯଦି ଆପଣଙ୍କ ଘରର ରୋଷେଇ ଘର ଉତ୍ତର – ପୂର୍ବ ଦିଗରେ ଅଛି ତେବେ ଏହା ବାସ୍ତୁ ଅନୁସାରେ ଉଚିତ ନୁହେଁ । ଏମିତିରେ ଏହି ବାସ୍ତୁଦୋଷକୁ ଦୂର କରିବା ପାଇଁ ଆପଣ ନିଜ ରୋଷେଇଘରର ବାହାରେ କିମ୍ବା ପୁଣି ଉପର ଦିଗର କାନ୍ଥରେ ୧୮ ଗୁଣା ୧୮ର ସମତଳ ଦର୍ପଣ ଲଗାଇ ଦିଅନ୍ତୁ ଓ ଏହା ସହିତ ଆପଣ ଉତ୍ତର ପୂର୍ବ କୋଣରେ ଗୋଟିଏ ପିରାମିଡ ବି ରଖିପାରନ୍ତି ।

ବାଥରୁମ ଉତ୍ତର – ପୂର୍ବ କୋଣରେ ହେବା ବାସ୍ତୁଦୋଷ ପୂର୍ଣ ହୋଇଥାଏ

ଘରର ବାଥରୁମ ଉତ୍ତର – ପୂର୍ବ ଦିଗରେ କରିବା ଉଚିତ ନୁହେଁ କାରଣ ଏହି ଦିଗରେ ଦେବୀ – ଦେବତାମାନେ ବାସ କରିଥାନ୍ତି । ଏହି ବାସ୍ତୁ ଦୋଷକୁ ଦୂର କରିବା ପାଇଁ ଆପଣ ନିଜ ବାଥରୁମରେ ସମୁଦ୍ର ଲୁଣକୁ ଏକ ପାତ୍ରରେ ରଖି ଦିଅନ୍ତୁ ଓ ଏହାକୁ ୧୫ ରୁ ୨୦ ଦିନ ମଧ୍ୟରେ ବଦଳାନ୍ତୁ । ଏହା ଛଡା ଆପଣ ବାଥରୁମ ବାହାରେ ଉତ୍ତର କିମ୍ବା ପୂର୍ବ ଦିଗରେ ମଧ୍ୟ ସମତଳ ଦର୍ପଣ ଲଗାଇ ପାରିବେ, ଏହା ଦ୍ଵାରା ଆପଣଙ୍କ ଘରର ବାସ୍ତୁ ଦୋଷ ଦୂର ହୋଇଯିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button