ଦେଶ ବିଦେଶ

ହାତରୁ ଯଦି ବାରମ୍ବାର ପଡୁଛି ଏହି ସବୁ ଜିନିଷ, ତେବେ ବୁଝି ନିଅନ୍ତୁ କି ଜୀବନରେ କିଛି ଖରାପ ଘଟିବାର ଅଛି

ଜୀବନରେ ପ୍ରାୟତଃ କିଛି ଏମିତି ଘଟଣା ଘଟିଥାଏ ଯାହାକି ଭବିଷ୍ୟରେ କଣ ହେବାର ଅଛି ତାହାର ସଂକେତ ଆମକୁ ଦେଇଥାଏ । ଏମିତି କୁହାଯାଏ କି ଯଦି ହାତରୁ କିଛି ଜିନିଷ ବାରମ୍ବାର ପଡି ଯାଉଛି ତେବେ ତାହା କିଛି ଅଶୁଭ ହେବାର ସଂକେତ ଦେଇଥାଏ । କିନ୍ତୁ କିଛି ଲୋକମାନେ ଏହି ସଂକେତ ଗୁଡିକୁ ବୁଝି ପାରନ୍ତି ନାହିଁ । ବାସ୍ତୁ ଶାସ୍ତ୍ରରେ ଏମିତି ବହୁତ ଜିନିଷ ବିଷୟରେ କୁହାଯାଇଛି ଯାହା ପଡିବା ଦ୍ଵାରା ବ୍ୟକ୍ତିର ଜୀବନରେ କିଛି ଖରାପ ହୋଇଥାଏ । ହାତରୁ ଯଦି ପଡିଯାଏ ଏହି ଜିନିଷ ତେବେ ବୁଝି ଯାଆନ୍ତୁ କି ହେବାର ଅଛି ଅଶୁଭ ।

ଲୁଣ

Image courtesy: Google

ଯଦି ଆପଣଙ୍କ ହାତରୁ ଅଚାନକ ଲୁଣ ପଡି ଯାଉଛି ତେବେ ବୁଝି ଯାଆନ୍ତୁ କି ଆସନ୍ତା ଦିନ ଗୁଡିକରେ ଆପଣଙ୍କୁ ଟଙ୍କାର ଅସୁବିଧା ହୋଇପାରେ । ଲୁଣକୁ ଶୁକ୍ର ଓ ଚନ୍ଦ୍ରମା ସହ ଯୋଡି କରି ବି ଦେଖାଯାଏ ଓ ଏହା ପଡିବା ଦ୍ଵାରା ଜୀବନରେ ନକରାତ୍ମକ ପ୍ରଭାବ ବି ବଢିବାକୁ ଲାଗେ ।

କ୍ଷୀର ପଡିବା

Image courtesy: Google

ହାତରୁ କ୍ଷୀର ପଡିବା ବି ଅଶୁଭ ହୋଇଥାଏ । ଏମିତି କୁହାଯାଏ କି ହାତରୁ ଯଦି କ୍ଷୀର ପଡିଯାଏ ତେବେ ପରିବାରର ଲୋକମାନଙ୍କ ମଧ୍ୟରେ ଟେନସନ ବଢିବାକୁ ଲାଗିଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ କ୍ଷୀର ପଡିବା ମାନେ ଘରେ ଝଗଡା ଆରମ୍ଭ ହେବା ।

ପନିପରିବା ପଡିବା

Image courtesy: Google

ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ହାତରୁ ପନିପରିବା କିମ୍ବା ଚାଉଳ କିମ୍ବା ଗହମ ପଡି ଯାଉଛି ତେବେ ଏହା ବି ଅଶୁଭ ସଂକେତ ହୋଇଥାଏ । ଏହିଭଳି ହେବା ମାନେ ଅନ୍ନପୂର୍ଣାଙ୍କର ଅପମାନ ହେବା । ଏହାର ଅର୍ଥ ବ୍ୟକ୍ତିର ଜୀବନରେ ଖାଦ୍ୟର ଅସୁବିଧା ଆସିବ । ତାକୁ ଧନ ସମ୍ବନ୍ଧିତ ସମସ୍ୟାର ସାମ୍ନା କରିବାକୁ ପଡିବ ।

ଗୋଲମରୀଚ ପଡିବା

Image courtesy: Google

ଗୋଲମରୀଚକୁ ସ୍ୱାସ୍ଥ୍ୟ ସହ ଯୋଡି କରି ଦେଖାଯାଏ ଓ ଗୋଲମରୀଚ ପଡିବାର ଅର୍ଥ ଏହା ହୋଇଥାଏ କି ଆସୁଥିବା ଦିନରେ ଆପଣଙ୍କର କିମ୍ବା ଆପଣଙ୍କର କୌଣସି ପାଖାପାଖି ମଣିଷର ସ୍ୱାସ୍ଥ୍ୟ ଖରାପ ହୋଇପାରେ ।

କାଚ ପଡିବା

Image courtesy: Google

ଯଦି ଆପଣଙ୍କ ହାତରୁ କାଚର ଗିଲାସ ପଡି ଯାଉଛି ତେବେ ଏହାର ଅର୍ଥ ଏହା ହୋଇଥାଏ କି କୌଣସି ପ୍ରକାର ବିବାଦ ଆପଣଙ୍କ ସାମାନରେ ଆସିପାରେ । ଏହା ସହିତ ଆପଣଙ୍କର କୌଣସି ସମ୍ପର୍କୀୟଙ୍କ ସହିତ ସମ୍ବନ୍ଧ ଖରାପ ବି ହୋଇପାରେ ।

ପୂଜା ସାମଗ୍ରୀ ପଡିବା

Image courtesy: Google

ଯଦି ପୂଜା କରିବା ସମୟରେ ପୂଜା ସାମଗ୍ରୀ ହାତରୁ ପଡିଯାଏ ତେବେ ଏହାର ଅର୍ଥ ପରିବାର ଉପରେ ଆସୁଥିବା କୌଣସି ବଡ ସମସ୍ୟାର ସଂକେତ ଅଟେ । ଆଳତୀର ଥାଳି କିମ୍ବା ଦୀପ ପଡିଯିବା ଅଶୁଭ ସଂକେତ ହୋଇଥାଏ ।

ସିନ୍ଦୁର ପଡିବା

Image courtesy: Google

କୌଣସି ବିବାହିତ ନାରୀର ହାତରୁ ସିନ୍ଦୁର ଯଦି ପଡି ଯାଉଛି ତେବେ ଏହାର ଅର୍ଥ ହୋଇଥାଏ କି ତାହାର ସ୍ଵାମୀ କୌଣସି ସମସ୍ୟାରେ ପଡିପାରେ । ତାହାର ସ୍ଵାମୀର ସ୍ୱାସ୍ଥ୍ୟ ବି ଖରାପ ହୋଇପାରେ । ଏହିଭଳି ହାତରୁ ସ୍ଵାମୀର ଫଟୋ ପଡିବା ବି ଅଶୁଭ ହୋଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button