ବିଚାର

୨୦୧୯ ମସିହାର ଆରମ୍ଭ ଏହି ୫ ଟି ଜିନିଷ ସହ କରିବା ହେଉଛି ବହୁତ ଜରୁରୀ, ହେବ ଧନ ବର୍ଷା

ନୂଆ ବର୍ଷ ଆରମ୍ଭ ହେବାକୁ ଏବେ କିଛି ସମୟ ବାକି ଅଛି । ନୂଆ ବର୍ଷକୁ ମଧ୍ୟ ଲୋକ ଉତ୍ସବ ଭଳି ପାଳନ୍ତି । ସବୁ ଜାଗାରେ ପାର୍ଟି ହୁଏ ଲୋକ ବହୁତ ମସ୍ତି କରନ୍ତି । ନୂଆ ବର୍ଷ ରେ ଆଉ ଏକ ଜିନିଷ ଅଛି ଯାହାକୁ ସମସ୍ତେ କରିଥାନ୍ତି ଓ ତାହା ହେଲା କି ରେଜୋଲୁସନ ନେବା କି ଆସୁଥିବା ନୂଆ ବର୍ଷରେ ସେ ନିଜ ଜୀବନରେ କଣ ନୂଆ ମୋଡ ଆଣିପାରିବେ ଓ ଜୀବନକୁ ଆହୁରି ସୁଖମୟ କରିବେ ।

ବିଶେଷ କଥା ଏହା ହେଲା କି ଗତ ବର୍ଷକୁ ବିଦାୟ ଦେଇ ଓ ନୂଆ ବର୍ଷର ସ୍ଵାଗତ ପାଇଁ ଆପଣ କିଛି ଏମିତି ମଧ୍ୟ କରି ପାରନ୍ତି ଯାହା ପାଇଁ ଆପଣଙ୍କ ଘରେ ଖୁସି ଆସିବ ଓ ଶୁଭ କାମରେ କୌଣସି ପ୍ରକାରର ବାଧା ଉପୁଜିବ ନାହିଁ । ଆଜି ଆମେ ଆପଣଙ୍କୁ ଏମିତି କିଛି ଜିନିଷ ବିଷୟରେ କହିବୁ ଯାହାକୁ ଘରେ ରଖିଲେ ଆପଣଙ୍କର ଉନ୍ନତି ହେବ ।

କଇଁଛ

ସବୁ ଲୋକ କାଠି ବା ମାଟିର କଇଁଛ ଆଣି ଘରେ ରଖିଥାନ୍ତି କିନ୍ତୁ ଭଲ ହେବ ଯଦି ଆପଣ ନିଜ ଘରେ କୌଣସି ଧାତୁର କଇଁଛ ଆଣି ରଖନ୍ତି। ଏହି ଧାତୁ ରୂପା, ପିତ୍ତଳ ଓ କଂସାର ହେଲେ ଚଳିବ । ଏହା ସହିତ ଆପଣ କଇଁଛ କେଉଁ ଦିଗରେ ରଖିବେ ତାକୁ ମଧ୍ୟ ଧ୍ୟାନ ଦେବେ ଓ ଏହାକୁ ସବୁବେଳେ ଉତ୍ତର ଦିଗରେ ରଖିବେ ।

ପିରାମିଡ

 

ଆପଣ ଆପଣଙ୍କ ଘରେ ବହୁତ ପ୍ରକାରର ପିରାମିଡ ରଖି ପାରିବେ । ବିଶେଷଜ୍ଞଙ୍କ ଅନୁସାରେ ପିରାମିଡକୁ ରଖିବା ଦ୍ଵାରା ବା ଏହି ଆକୃତିର କୌଣସି ଧାତୁ ଘରେ ରଖିବା ଦ୍ଵାରା ଘରେ ପଜିଟିଭ ଏନର୍ଜି ଆସିଥାଏ ଓ କୌଣସି ଶୁଭ କାମରେ ମଧ୍ୟ ବାଧା ଆସିନଥାଏ ।

 

ଶୁଆର ଚିତ୍ର

ନୂଆ ବର୍ଷରେ ପଢାକୁ ନେଇ ଯଦି ଆପଣ ଏକାଗ୍ରଚିତ୍ତ ହେବାକୁ ଚାହୁଛନ୍ତି ଓ ନିଜ ସ୍ମରଣ ଶକ୍ତିକୁ ବଢାଇବାକୁ ଚାହୁଛନ୍ତି ତେବେ ଆପଣଙ୍କୁ ନିଜ ଘରର ଉତ୍ତର ଦିଗରେ ଶୁଆର ଚିତ୍ର ଲଗାଇବାକୁ ପଡିବ ।

ମୟୁରପିଞ୍ଛ

ହିନ୍ଦୁ ଧର୍ମରେ ମୟୁର ପିଞ୍ଛର ବିଶେଷ ମହତ୍ତ୍ଵ ରହିଛି, ଭଗବାନ କୃଷ୍ଣ ମୟୁରପିଞ୍ଛକୁ ନିଜ ମଥାରେ ସ୍ଥାନ ଦେଇଥିଲେ ଏବଂ

ଯଦି ଆପଣ ନିଜ ଘରେ ଏହି ନୂଆ ବର୍ଷରେ ସୁଖ ସମୃଦ୍ଧି ଆଣିବାକୁ ଚାହୁଛନ୍ତି ମୟୁର ପିଞ୍ଛକୁ ନିଜ ଘରେ ସ୍ଥାନ ଦିଅନ୍ତୁ, ଜଣାଇ ଦେଉଛୁ କି ମୟୁର ପିଞ୍ଛ ଆପଣଙ୍କ ଭାଗ୍ୟରେ ଥିବା ସବୁ ଅସୁବିଧାକୁ ଦୂର କରିଥାଏ।

ସ୍ଵସ୍ତିକର ଚିତ୍ର

ହିନ୍ଦୁ ଧର୍ମରେ ସ୍ଵସ୍ତିକ କୁ ମା ଲକ୍ଷ୍ମୀ ଓ ଗଣପତିଙ୍କର ପ୍ରତୀକ ମାନନ୍ତି । ଯଦି ଆପଣ ପୂଜା ସ୍ଥାନରେ ସ୍ଵସ୍ତିକର ଚିତ୍ର ବା ସିନ୍ଦୁର ତେଲରେ ସ୍ଵସ୍ତିକ ଆଙ୍କନ୍ତି ତେବେ ଆପଣଙ୍କ ଉପରେ ମା ଲକ୍ଷ୍ମୀଙ୍କର କୃପା ହେବ ଓ ଆପଣ ଧନ ଧାନ୍ୟରେ ପରିପୂର୍ଣ୍ଣ ହେବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button