ଦେଶ ବିଦେଶ

ଜୁନ 21 ରେ ହେବାକୁ ଥିବା ସୂର୍ଯ୍ୟ ପରାଗର ଏମିତି ରହିବ ଭାରତ ଉପରେ ପ୍ରଭାବ, ଦେଶର ଏହି ଅଂଶ ସବୁଠାରୁ ଅଧିକ ଅସୁବିଧାର ସମ୍ମୁଖୀନ ହେବ

୨୧ ଜୁନ ୨୦୨୦ର ସୂର୍ଯ୍ୟ ପରାଗ ଏହି ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଅଟେ । ଏହି ସୂର୍ଯ୍ୟ ପରାଗ ବଳୟାକାର ଅଟେ । ବଳୟାକାର ସୂର୍ଯ୍ୟ ପରାଗ ସେତେବେଳେ ଲାଗିଥାଏ ଯେତେବେଳେ ଚନ୍ଦ୍ରମା ସାମାନ୍ୟ ରୂପରେ ପୃଥିବୀ ଠାରୁ ଦୂରେଇ ଯାଏ । ଯେଉଁଥିରେ ସୂର୍ଯ୍ୟ ଚାରିପଟେ ଚୁଡି ଆକାରର ଛବି ଦେଖାଯାଏ । ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଣର ବିଶେଷ ମହତ୍ଵ ହୋଇଥାଏ । ଯେତେବେଳେ କି ବୈଜ୍ଞାନିକଙ୍କ ଅନୁସାରେ ଗ୍ରହଣ ଏକ ଖଗୋଳୀୟ ଘଟଣା ଅଟେ । ଧାର୍ମିକ ଦ୍ରୁଷ୍ଟିକୋଣରେ ଗ୍ରହଣକୁ ଅଶୁଭ ଘଟଣା କୁହାଯାଏ । ଗ୍ରହଣ ଦ୍ଵାରା ପ୍ରଥମେ ସୁତକ କାଳ ପ୍ରଭାବିତ ହୋଇଥାଏ । ସୁତକ କାଳ ଅଶୁଭ ହୋଇଥାଏ ।

ଗ୍ରହଣ ଲାଗିବାର ସମୟ

୨୧ ଜୁନ ଦିନ ସୂର୍ଯ୍ୟ ପରାଗ ରବିବାର ସକାଳ ୧୦ :୧୩ ମିନିଟରେ ଆରମ୍ଭ ହେବ । ଏହା ପରେ ୧୨ : ୦୨ ମିନିଟରେ ଗ୍ରହଣ ନିଜର ଚରମ ସୀମାରେ ଥିବ ଓ ମୋକ୍ଷ କାଳ ୦୩ : ୦୫ ମିନିଟ ପର୍ଯ୍ୟନ୍ତ ରହିବ । ୨୧ ଜୁନ ସୂର୍ଯ୍ୟ ପରାଗର ୧୨ ଘଣ୍ଟା ପୂର୍ବେ ହିଁ ସୁତକ କାଳ ଲାଗିଯିବ । ଗ୍ରହଣର ସୁତକ କାଳ ୨୦ ଜୁନ ରାତି ୧୦ :୦୫ ମିନିଟରେ ଆରମ୍ଭ ହୋଇଯିବ ଓ ଏହା ଗ୍ରହଣର ସମାପ୍ତିରେ ଶେଷ ହେବ ।

ପୁରା ବିଶ୍ବରେ ରହିବ ପ୍ରଭାବ

ପୁରା ଭାରତ ସହିତ ଏହି ଗ୍ରହଣ ଦକ୍ଷିଣ ପୂର୍ବ ୟୁରୋପ, ଉତ୍ତର ଅଷ୍ଟ୍ରେଲିୟା, ଆଫ୍ରିକା, ଆଫଗାନିସ୍ତାନ, ପାକିସ୍ତାନ, ଚୀନ, ବର୍ମା ଓ ଫିଲୀପୀଂସରେ ଦେଖାଦେବ । ସୂର୍ଯ୍ୟ ପରାଗର ପ୍ରଭାବ ଭାରତରେ କିଛି ଏହିଭଳି ରହିବ । ଭାରତର କେତେକ କ୍ଷେତ୍ରରେ ବର୍ଷା କମ ହେବା ଦ୍ଵାରା ଅକାଳ ଭଳି ସ୍ଥିତି ସାମ୍ନାକୁ ଆସିବ । ଭାରତ, ଆଫଗାନିସ୍ତାନ, ପାକିସ୍ତାନ, ଚୀନ ଭଳି ଦେଶରେ ପ୍ରାକୃତିକ ପ୍ରକୋପ ଓ ରାଜନୈତିକ ନିଷ୍ପତି କାରଣରୁ ଜନଧନର ହାନି ହୋଇପାରେ ।

ଦୁନିଆର ପ୍ରମୁଖ ଦେଶ ମଧ୍ୟରେ ଚିନ୍ତାର ବାତାବରଣ ରହିବ । ଯୁଧ୍ୟ ଭଳି ସ୍ଥିତି ଉତ୍ପନ୍ନ ହୋଇପାରେ । ଭାରତର ଯମୁନା ନିକଟରେ ରହୁଥିବା ଲୋକମାନଙ୍କୁ କଠିନ ଓ ସମସ୍ୟାର ସାମ୍ନା କରିବାକୁ ପଡିପାରେ ।

ସୁତକ କାଳ କଣ ହୋଇଥାଏ

ଗ୍ରହଣ ପୂର୍ବରୁ ସୁତକ କାଳ ଲାଗିଯାଏ । ଯେଉଁ ସମୟରେ ଶୁଭ କାର୍ଯ୍ୟ, ପୂଜା ପାଠ, ଧାର୍ମିକ ଆୟୋଜନ କରାଯାଇ ନ ଥାଏ । ଏହି ସମୟରେ ମନ୍ଦିର କବାଟ ବି ବନ୍ଦ ରଖାଯାଏ । ଯାହା ଦ୍ଵାରା ଭଗବାନଙ୍କ ପାଖକୁ ବି ଗ୍ରହଣର ଅଶୁଭ ପ୍ରଭାବ ନ ପହଞ୍ଚି ପାରିବ । ସୁତକ କାଳ ସମୟ ଅଶୁଭ ହୋଇଥାଏ । କାରଣ ଏହି ସମୟରେ ରାହୁ ସୂର୍ଯ୍ୟ ବା ଚନ୍ଦ୍ରମାକୁ ଗ୍ରାସ କରି ନିଏ । କୁହାଯାଏ କି ଗ୍ରହଣ ସମୟରେ ସବୁଠୁ ଅଧିକ ନକରାତ୍ମକ ଊର୍ଜା ଭାରିରହିଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button