ଦେଶ ବିଦେଶ

କିଏ କେତେ ବି ମାଗୁ ନା କାହିଁକି, ଶ୍ରାବଣ ମାସରେ ଭୁଲରେ ମଧ୍ୟ ଏହି 4ଟି ଜିନିଷ କାହାକୁ ଦିଅନ୍ତୁ ନାହିଁ, ଭଗବାନ ଶିବ ରୁଷ୍ଟ ହୋଇଯାନ୍ତି

ଶ୍ରାବଣ ମାସକୁ ଭଗବାନ ଭୋଳାନାଥଙ୍କ ଶକ୍ତିର ମାସ ବୋଲି ବିବେଚନା କରାଯାଏ । ଏହି ମାସରେ ନିଜର ସମସ୍ତ କାର୍ଯ୍ୟ ପରିତ୍ୟାଗ କରି ଯଦି ଜଣେ ଭକ୍ତ ଭଗବାନ ଶିବଙ୍କୁ ପ୍ରସନ୍ନ କରିବାକୁ ଲାଗିଯାଏ, ତେବେ ସେ ତାର ସମସ୍ତ ଆଶା ଆକାଂକ୍ଷା ପୂର୍ଣ୍ଣ କରିଥାନ୍ତି ଓ ସେହି ବ୍ୟକ୍ତି ଘରେ ସାକ୍ଷାତ ଭଗବାନ ଶିବ ଆଗମନ କରିଥାନ୍ତି ।

ଶ୍ରାବଣ ମାସରେ ଯେପ୍ରକାର ଜଣେ ବ୍ୟକ୍ତି ଉତ୍ତମ କାର୍ଯ୍ୟ କରି ଭଗବାନ ଶିବଙ୍କୁ ପ୍ରସନ୍ନ କରିପାରିବ ବୋଲି କୁହାଯାଏ, ସେହିପରି ଏପରି କିଛି ବିଷୟ ଯାହା ରହିଛି ଯାହା ଶ୍ରାବଣ ମାସରେ କରିବାକୁ ବାରଣ ମଧ୍ୟ କରାଯାଇଛି । ନଚେତ ଆପଣଙ୍କୁ ଦୁଃଖ ପ୍ରାପ୍ତି ମଧ୍ୟ ହୋଇପାରେ । ଆଜିକାଲି ଉଧାର ଦେବା ବା ନେବା ପ୍ରତ୍ଯେକ ବ୍ୟକ୍ତିଙ୍କ ଜୀବନରେ ଖୁବ ଜରୁରୀ ଅଟେ ଓ ଅନ୍ୟକୁ ସାହାଯ୍ୟ କରିବା ପୁଣ୍ୟ କର୍ମ ଅଟେ । କିନ୍ତୁ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ କେହି କେତେ ମଧ୍ୟ ଉଦ୍ଧାର ମାଗୁ ନା କାହିଁକି ଶ୍ରାବଣ ମାସରେ ଏହି 4ଟି ଜିନିଷ କାହାକୁ ମଧ୍ୟ ଦିଅନ୍ତୁ ନାହିଁ ।

ସର୍ବ ପ୍ରଥମେ ଶ୍ରାବଣ ମାସରେ ଭଗବାନ ସ୍ଭିବଙ୍କ ସମ୍ବନ୍ଧିତ ଯେକୌଣସି ଜିନିଷ ମଧ୍ୟ ଆପଣ କାହାକୁ ଉଧାର ଦିଅନ୍ତୁ ନାହିଁ । ଯେମିତି ଭଗବାନ ଶିବଙ୍କ ସହ ଜଡିତ କୌଣସି ଫଳ, ବସ୍ତ୍ର ଓ ଯେକୌଣସି ପୂଜା ସାମଗ୍ରୀ । ଏହିସବୁ ଆପଣ ଭୁଲରେ ମଧ୍ୟ କାହାକୁ ଉଧାର ବା ଦାନ ଭାବେ ଦିଅନ୍ତୁ ନାହିଁ । ବିଶ୍ବାସ କରାଯାଏ କି ଏହି ପ୍ରକାର ଜିନିଷ ଅନ୍ୟକୁ ଦେବା ଦ୍ଵାରା ଭୋଳାନାଥ ଆପଣଙ୍କ ଘରୁ ଅନ୍ୟ ଘରକୁ ଚାଲି ଯାଆନ୍ତି ଓ ସେ ଆପଣଙ୍କ ପାଇଁ ଯାହା କରିବାକୁ ଯାଉଥିଲେ ଆଉ ତାହା ଆପଣଙ୍କୁ ପ୍ରାପ୍ତି ହୁଏ ନାହିଁ ।

ଶ୍ରାବଣ ମାସକୁ ଧନ ପ୍ରାପ୍ତିର ମାସ ବୋଲି ମଧ୍ୟ ବିବେଚନା କରାଯାଏ । କାରଣ ସ୍ଵୟଂ ଭଗବାନ ଶିବ ଆପଣଙ୍କ ଘରକୁ ଆଗମନ କରନ୍ତି ଓ ସୁଖ ସମୃଦ୍ଧି ନେଇ ଆସନ୍ତି ସେଥିପାଇଁ ଏହି ମାସରେ କେହି ଆପଣଙ୍କୁ ଧନ ଉଧାର ମାଗିଲେ ଦିଅନ୍ତୁ ନାହିଁ କି କାହା ଠାରୁ ଧନ ଉଧାର ମଧ୍ୟ ନିଅନ୍ତୁ ନାହିଁ । ବିଶ୍ବାସ କରାଯାଏ କି ଏହି ମାସରେ ଉଧାର ଦେଲେ ଆପଣଙ୍କ ଧନ ଫେରି ଆସେ ନାହିଁ ଓ ଉଧାର ନେଇଥିବା ଧାନର କରଜ ମଧ୍ୟ ବଢିଚାଲେ ।

ଶ୍ରାବଣ ମାସରେ ଦୁଧ ଏବଂ ଦହି ଆଦି ଭଗବାନ ଭୋଳାନାଥଙ୍କୁ ଅର୍ପଣ କରାଯାଏ । ସେଥିପାଇଁ ଶ୍ରାବଣ ମାସରେ ସକାଳୁ ସକାଳୁ କିମ୍ବା ସନ୍ଧ୍ୟାକାଳରେ କେହି ଆପଣଙ୍କୁ ଏହି ସବୁ ଜିନିଷ ମାଗିବାକୁ ଆସିଲେ ତାକୁ ଏହି ସବୁ ଭୁଲରେ ମଧ୍ୟ ଦିଅନ୍ତୁ ନାହିଁ । ଏପରି କରିବା ଦ୍ଵାରା ଆପଣଙ୍କ ଘରର ସୁଖ ସମୃଦ୍ଧି ଅନ୍ୟ ଘରକୁ ଚାଲିଯାଏ ଓ ଆପଣଙ୍କୁ ଭଗବାନ ଶିବଙ୍କ କ୍ରୋଧର ସାମନା ମଧ୍ୟ କରିବାକୁ ପଡିପାରେ ।

ଏହି ମାସରେ ଯଦି ଆପଣ କାହାକୁ ଉପହାର ଦେବାକୁ ଚାହୁଁଛନ୍ତି ତେବେ ଭୁଲରେ ମଧ୍ୟ ଆପଣ ପିନ୍ଧିଥିବା ଘଣ୍ଟା କିମ୍ବା ବଜାରରୁ ନୂଆ ଘଣ୍ଟା କିଣି ଉପହାର ଦିଅନ୍ତୁ ନାହିଁ । କାରଣ ପ୍ରତ୍ଯେକ ବ୍ୟକ୍ତି ସହ ତା ଭଲୟ ମନ୍ଦ ସମୟ ଚାଲିଥାଏ । ଏପରି କରିବା ଦ୍ଵାରା ଆପଣଙ୍କ ଉତ୍ତମ ସମୟ ଅନ୍ୟ ପାଖକୁ ଚାଲି ଯାଇପାରେ । ଏହା ସହ କାହା ପାଖରୁ ଘଣ୍ଟା ନେବା ମଧ୍ୟ ଆବଶ୍ୟକ ନୁହେଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button