ବିଚାର

ଏହି ୫ ଟି ଖାଦ୍ୟ କେବେବି ଗରମ କରି ଖାଆନ୍ତୁ ନାହିଁ, ଏସବୁକୁ ଖାଇବା ବିଷ ଖାଇବା ସଙ୍ଗେ ସମାନ

ସତେଜ ଖାଦ୍ୟ ଖାଇବା ପାଇଁ ଯେତେ ସ୍ଵାଦିଷ୍ଠ ଲାଗେ ସେତେ ହିଁ ଶରୀର ପାଇଁ ଭଲ ହୋଇ ଥାଏ । କିନ୍ତୁ ପ୍ରାୟ କେତେ ଜଣଙ୍କ ଘରେ ଯେବେ ବି ଖାଦ୍ୟ ଖାଇବା ପରେ ବଞ୍ଚିଯାଏ, ତାକୁ ଫ୍ରିଜ ରେ ରଖି ଦିଅନ୍ତି ଏବଂ ପୁଣି ଥରେ ତାକୁ ଗରମ କରି ଖାଆନ୍ତି । ତଥାପି ଖାଦ୍ୟ ରୋଷେଇ କରିବା ପରେ ତାକୁ ବୋହୁତ ସମୟ ପର୍ଯ୍ୟନ୍ତ ରଖିବା ଉଚିତ ନୁହେଁ, ଏହା କରିବା ଦ୍ଵାରା ଖାଇବାରେ ଥିବା ପୋଷୋକ ତତ୍ୱ ନଷ୍ଟ ହୋଇଯାନ୍ତି । କିନ୍ତୁ ଏମତି ବି କିଛି ଖାଦ୍ୟ ଅଛି ଯାହାକୁ ପୁଣିଥରେ ଗରମ କରି ଖାଇବା ଉଚିତ ନୁହେଁ । କାରଣ ଏହାକୁ ପୁଣି ଗରମ କରି ଖାଇବା ବିଷ ଖାଇବା ସଙ୍ଗେ ସମାନ ହୋଇଥାଏ ।

ତେବେ ଆସନ୍ତୁ ଜାଣିବା ସେ କେଉଁ ୫ ଟି ଖାଦ୍ୟ ଯାହାକୁ ପୁଣିଥରେ ଗରମ କରି ଖାଇବା ବିଷ ଖାଇବା ସଙ୍ଗେ ସମାନ ଅଟେ ।

୧. କୁକୁଡା ମାଂସ

 

ସତେଜ ତିଆରି ହୋଇଥିବା ମାଂସ ଖାଇବା ଦେହ ପାଇଁ ଭଲ ଅଟେ , କିନ୍ତୁ ମାଂସକୁ ପୁଣି ଥରେ ଗରମ କରି ଖାଇବା ଦେହ ପାଇଁ ଖରାପ ହୋଇପାରେ । ଚିକେନ କୁ ପୁଣି ଥରେ ଗରମ କଲେ ଏଥିରେ ଥିବା ପ୍ରୋଟିନ ନଷ୍ଟ ହୋଇଯାଏ ।

୨. ଆଳୁ

ଆଳୁ ଦେହ ପାଇଁ ଉପଯୁକ୍ତ ଅଟେ କିନ୍ତୁ ଏହାକୁ ବୋହୁତ ସମୟ ଧରି ରୋଷେଇ କରିବା ଉଚିତ ନୁହେଁ । ଆଳୁ କୁ ବେସୀ ସମୟ ଧରି ରଖିବା ଦ୍ଵାରା ଏଥିରେ ଥିବା ପୋଷୋକ ତତ୍ୱ ଶେଷ ହୋଇଯାଏ ।

ଆପଣଙ୍କୁ ଭଲ ଲାଗିପାରେ: ଏଥର ଦୀପାବଳିରେ ବଜାରରେ ବିକ୍ରି ହେବ ନାହିଁ ଏଇ ଜିନିଷ, ମୋଦୀ ସରକାର ନେଲେ ବଡ ନିସ୍ପତି

୩. ବିଟ୍

 

ଯଦି ଆପଣ ବିଟ୍ କୁ ରୋଷେଇ କରୁଛନ୍ତି ଆଉ ଖାଇବା ପରେ ଯେତେବେଳେ ଏହା ବଞ୍ଚିଯାଏ ତାକୁ ପୁଣି ଗରମ କରି ଖାଇବା ଉଚିତ ନୁହେଁ । ଏହା କରିବା ଦ୍ଵାରା ଏଥିରେ ଥିବା ନାଇଟ୍ରେଟ ସମାପ୍ତ ହୋଇଯାଏ ।

୪. ଛତୁ

 

ଛତୁ ରେ ଭରପୁର ମାତ୍ରାରେ ପ୍ରୋଟିନ ରହିଥାଏ । ସେଥିପାଇଁ ତାଜା ମସରୂମ ଖାଇବା ଉପଯୁକ୍ତ ଅଟେ । ପୁଣି ଥରେ ଗରମ କରି ଖାଇବା ଦ୍ଵାରା ଏହା ବିଷ ଖାଇବା ସଙ୍ଗେ ସମାନ ହୋଇଥାଏ ।

୫. ପାଳଙ୍ଗ ଶାଗ

 

ଶାଗକୁ ପୁଣିଥରେ ଗରମ କରି ଖାଇବା ଦ୍ଵାରା ଏହା ଦେହ ପାଇଁ ହାନିକାରକ ହୋଇଥାଏ । ଏଥିରୁ କ୍ଯାନ୍ସର ଭଳି ମାରାତ୍ମକ ରୋଗ ହେବାର ସମ୍ଭବନା ଉପୁଜିଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button