ବିଚାର

ସକାଳୁ ଖାଲି ପେଟରେ ଖାଇ ନିଅନ୍ତୁ ପିଜୁଳି ପତ୍ର ! ମୂଳରୁ ଭଲ କରିଦିଏ ଏହି 7 ରୋଗ

ଆପଣ ପମାନେ ସକାଳୁ ଉଠି ସମସ୍ତେ ନିଜର ନିତ୍ୟ ଲର୍ମ ସାରି କିଏ ଲଲଲକିଏ ସକାଳର ଜଳଖିଆ ବା ଆଉ କିଛି ଖାଇଥାନ୍ତି କିନ୍ତୁ ଆପଣ ଜାଣିଛନ୍ତି କି ସକାଳ ଉଠି ମିଟି ଏକ ଜିନିଷ ବା ତାର ରସ ଖାଇବା ଦ୍ୱାରା ଆମ ଶରୀରର ବହୁତ ପ୍ରକାର ରୋଗ ସମୂଳେ ଭଲ ହୋଇଯାଏ । ଏହା ହେଉଛି ପ୍ରାୟ ସମସ୍ତଙ୍କ ବାଡ଼ିରେ ଥିବା ପିଜୁଳି ଗଛ । ଏହି ଗଛର ପତ୍ର ର ପ୍ରୟୋଗ ଦ୍ୱାରା ଆମ ଶରୀରର ବହୁତ ପ୍ରକାରର ରୋଗ ଭଲ ହୋଇଥାଏ ।

ଏହାକୁ ପ୍ରୟୋଗ କରି ଦାନ୍ତର କଷ୍ଟ , ମାଢ଼ିରକଷ୍ଟ , ଗଳାରେ କଷ୍ଟ , ବ୍ରଣ ଏବଂ ଡାଇବେଟିସ ଭଳି ମାରାତ୍ମକ ରୋଗରୁ ଉପଶମ ମିଳିଥାଏ । ତେବେ ଆସନ୍ତୁ ଜାଣିବା ଏହି ପିଜୁଳି ପତ୍ର କିପରି ବ୍ୟବହାର କରି ବିଭିନ୍ନ ରୋଗରୁ ସମୂଳେ ନିପାତ କରିବା ।

ଯେଉଁ ମାନଙ୍କର ବହୁତ ଦିନରୁ ପୁରୁଣା ଆଣ୍ଠୁ ଗଣ୍ଠି ବିନ୍ଧା ରୋଗ ଅଛି ସେହି ମାନଙ୍କ ପାଇଁ ଏହି ପିଜୁଳି ପତ୍ର ର ପ୍ରୟୋଗ ଦ୍ୱାରା ବହୁତ ଲାଭ ମିଳିଥାଏ । ଏଥିପାଇଁ ଆପଣ ପିଜୁଳି ପତ୍ରକୁ କୁଟି ଏହାକୁ ଗରମ କରି ଗଣ୍ଠି ବିନ୍ଧୁଥିବା ସ୍ଥାନରେ ଲଗାନ୍ତୁ ଦେଖିବେ ଏହି ଗଣ୍ଠି ବିନ୍ଧାରୁ ଆପଣଙ୍କୁ ବହୁତ ଲାଭ ମିଳିବ । ଦ୍ଵିତୀୟରେ ଆପଣ ଏହି ପିଜୁଳି ପତ୍ର ର ସେବନ ପିଲାଠୁ ଆରମ୍ଭ କରି ବୃଦ୍ଧ ସମସ୍ତେ ଏହାକୁ ବ୍ୟବହାର କରି ବହୁତ ରୋଗରୁ ଉପଶମ ପାଇପାରିବେ । ଏହା ଦ୍ୱାରା ପେଟ ରୋଗ ବହୁତ ମାତ୍ର ରେ ଭଲ ହୋଇଥାଏ ।

ଯେଉଁ ଲୋକ ମାନଙ୍କ ଡାଇରିଆର ସମସ୍ୟା ଅଛି ସେହି ଲୋକ ମାନଙ୍କ ପାଇଁ ପିଜୁଳି ପତ୍ର ବହୁତ ଲାଭ ଦାୟକ ଅଟେ । ଏଥିପାଇଁ ପିଜୁଳି ପତ୍ରକୁ ଭଲ ଭାବରେ ଧୋଇ ଏକ କପ ପାଣିରେ ଫୁଟାନ୍ତୁ ଏବେ ସେହି ପାଣିକୁ ଭଲ ଭାବରେ ଥଣ୍ଡା କରି ଛାଣି ପିଇ ନିଅନ୍ତୁ । ତୃତୀୟ ରେ ବହୁତ ଲୋକ ମାନଙ୍କ ସ୍ୱପ୍ନ ଦୋଷ ଥାଏ । ଏହି ସ୍ୱପ୍ନ ଦୋଷ ରୁ ରକ୍ଷା ପାଇବା ପାଇଁ ପିଜୁଳି ପତ୍ରରୁ ରସ ବାହାର କରି ସେଥିରେ ମହୁ ମିଶାନ୍ତୁ । ପ୍ରତି ଦିନ ଏହି ମିଶ୍ରଣକୁ ସେବନ କରନ୍ତୁ ଏହା ଦ୍ୱାରା ଆପଣଙ୍କର ସ୍ୱପ୍ନ ଦୋଷ ବହୁତ ଶୀଘ୍ର ଭଲ ହୋଇଯିବ ।

ପିଜୁଳି ପତ୍ରରେ ପ୍ରସ୍ତୁତ ହୋଇଥିବା ରସ ବା ଚାହା  ପିଇଲେ ତ୍ୱଚା , କେଶ ଓ ସ୍ୱସ୍ଥ୍ୟ ପାଇଁ ବହୁତ ଉପକାରୀ ଅଟେ । ପିଜୁଳି ପତ୍ରକୁ ଶୁଖାଇ ଗୁଣ୍ଡ କରି ସେଥିରେ ଚାହା ତିଆରି କରି ପିଇଲେ ଭଲ ନିଦ୍ରା ହୋଇଥାଏ । ଛୋଟ ପିଲାଙ୍କୁ ତରଳ ଝାଡା ହେଉଥିଲେ ପିଜୁଳିର ନରମ ପତ୍ରକୁ ବାଟି ଛାଣି ତାର ରସକୁ ପିଇବାକୁ ଦେଲେ ଏଥିରୁ ଉପଶମ ମିଳିଥାଏ । ମଧୁ ମେହ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ । ପିଜୁଳି ପତ୍ରକୁ ଚୋବାଇ ଖାଇଲେ ପେଟରେ ଥିବା କୃମି ନଷ୍ଟ ହୋଇଥାଏ । ଏହି ପିଜୁଳି ପତ୍ରର କଅଁଳିଆ ପତ୍ରକୁ ବାଟି ମୁଣ୍ଡରେ ଲେପ ଦେଲେ ମୁଣ୍ଡ ବିନ୍ଧାରୁ ମୁକ୍ତି ମିଳିଥାଏ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button