Toxic Pre-Release Event: ଟକ୍ସିକ ଇଭେଣ୍ଟରେ ବଡ଼ ଅଘଟଣ, ଭୁଶୁଡ଼ିଲା ସାଉଣ୍ଡ ସେଟଅପ୍

ସାଉଥ ସୁପରଷ୍ଟାର ୟଶଙ୍କ ଆଗାମୀ ଫିଲ୍ମ ‘ଟକ୍ସିକ’ଦର୍ଶକଙ୍କ ମଧ୍ୟରେ ଜବରଦସ୍ତ ଚର୍ଚ୍ଚା ସୃଷ୍ଟି କରିଛି । ଟକ୍ସିକ ଫିଲ୍ମ ଅଗଷ୍ଟ ୨୬ ତାରିଖରେ ରିଲିଜ ହେବାକୁ ଯାଉଛି । କିନ୍ତୁ ଫିଲ୍ମ ରିଲିଜ୍ ପୂର୍ବରୁ ୨୨ ଅଗଷ୍ଟ ଶନିବାର ଦିନ ହାଇଦ୍ରାବାଦରେ ଏକ ବଡ଼ ପ୍ରି-ରିଲିଜ୍ ଇଭେଣ୍ଟ ଆୟୋଜନ ହୋଇଥିଲା । ହେଲେ ଏହାରି ମଧ୍ୟରେ ଏକ ବଡ଼ ଦୁର୍ଘଟଣା ଘଟିଥିଲା । ଯେଉଁଥିରେ ଅନେକ ଲୋକ ଆହତ ହୋଇଥିଲେ ।
ରିପୋର୍ଟ ଅନୁଯାୟୀ, ଟକ୍ସିକର ପ୍ରି- ରିଲିଜ ଇଭେଣ୍ଟ ହାଇଦ୍ରାବାଦର ମଲ୍ଲା ରେଡ୍ଡୀ ବିଶ୍ୱବିଦ୍ୟାଳୟରେ ଆୟୋଜନ ହୋଇଥିଲା । ଫଳରେ ୟଶଙ୍କର ଅନେକ ଫ୍ୟାନ୍ସ ସେଠାରେ ଉପସ୍ଥିତ ଥିଲେ । ଇଭେଣ୍ଟ ଚାଲିଥିବାବେଳେ ଘଟିଥିଲା ବଡ଼ ଅଘଟଣ । ହଠାତ୍ ବଡ଼ ସାଇଣ୍ଡ ବକ୍ସର ସେଟଅପ୍ ଭୁଶୁଡ଼ି ପଡିଥିଲା । ଯାହା ଫଳରେ ଏହି ଦୁର୍ଘଟଣାରେ ଦୁଇ ଜଣ ଛାତ୍ର ଆହତ ହୋଇଥିଲେ ଏବଂ ଜଣେ ଝିଅ ଚେତାଶୂନ୍ୟ ହୋଇପଡ଼ିଥିଲେ । ଏହି ଘଟଣା ଦର୍ଶକଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି କରିଥିଲା । ଯାହା ଫିଲ୍ମ ଇଭେଣ୍ଟର ଭିଡ଼ ନିୟନ୍ତ୍ରଣ ଏବଂ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କିନ୍ତୁ ଏହି ଘଟଣା ୟଶ ଦେଖିବା ପରେ ମାଇକ୍ରୋଫୋନରେ ସମସ୍ତଙ୍କୁ ସାବଧାନ ରହିବାକୁ ଆନାଉନ୍ସ କରିଥିଲେଏବଂ ଆୟୋଜକଙ୍କୁ ଛାତ୍ରମାନଙ୍କ ଅବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ ।
ସେପଟେ ପୋଲିସ ତୁରନ୍ତ ଆହତ ଦୁଇ ଛାତ୍ରଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେଇଯାଇଥିଲା । ଡାକ୍ତରମାନେ ନିଶ୍ଚିତ କରିଛନ୍ତି ଯେ ସେମାନେ ସୁରକ୍ଷିତ ଅଛନ୍ତି ଏବଂ ଚିନ୍ତାର କୌଣସି କାରଣ ନାହିଁ । ପୋଲିସ ଏକ ମାମଲା ରୁଜୁ କରିଛି ଏବଂ ତଦନ୍ତ କରୁଛି ।
ଗୀତୁ ମୋହନଦାସଙ୍କ ନିର୍ଦ୍ଦେଶିତ “ଟକ୍ସିକ”ରେ ୟଶ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ନୟନତାରା, କିୟାରା ଆଡଭାନୀ , ହୁମା କୁରେଶୀ ଏବଂ ତାରା ସୁତାରିଆ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମର ଆଗୁଆ ବୁକିଂ ଜୋରଦାର ରହିଛି ।



