ବିଚାର

କିଡନୀକୁ କେମିତି ରଖିବେ ସୁସ୍ଥ ? ଜାଣନ୍ତୁ ସୁସ୍ଥ କିଡନୀ ପାଇଁ ସଠିକ ଜୀବନଶୈଳୀ, ବିଶିଷ୍ଟ କିଡନୀ ପ୍ରତିରୋପଣ ସର୍ଜନ Dr. Manas Ranjan Pradhan ଙ୍କ ଠାରୁ

କିଡନୀର ସ୍ୱାସ୍ଥ୍ୟ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ୨୦୦୬ ଠାରୁ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରତି ବର୍ଷ ମାର୍ଚ୍ଚ ମାସର ଦ୍ଵିତୀୟ ଗୁରୁବାରକୁ ବିଶ୍ଵ କିଡନୀ ଦିବସ ଭାବେ ପାଳନ କରାଯାଉଛି । କିଡନୀ ହେଉଛି ଆମ ଶରୀରର ଏକ ଫିଲଟର ଭଳି । ଆମ ଶରୀରରୁ ଅପରିଷ୍କାର ରକ୍ତକୁ ଛାଣି ଶରୀରକୁ ବିଶୁଦ୍ଧ ରକ୍ତ ଯୋଗାଇବା କିଡନୀର ମୁଖ୍ୟ କାମ । ତେଣୁ କିଡନୀକୁ ସୁସ୍ଥ ରଖିବା ନିହାତି ଦରକାର । ଜାଣନ୍ତୁ ଏନେଇ କଣ କହୁଛନ୍ତି ବିଶିଷ୍ଟ କିଡନୀ ପ୍ରତିରୋପଣ ସର୍ଜନ ଡାକ୍ତର ମାନସ ରଞ୍ଜନ ।

କିଡନୀ ସୁସ୍ଥ ରହିଲେ ଆମେ ବି ସୁସ୍ଥ ରହିବା । ତେଣୁ ଆମ ରକ୍ତ ବିଶୁଦ୍ଧ ହେବା ନିହାରି ଆବଶ୍ୟକ ଓ ଏଥିପାଇଁ କିଡନୀ ସୁସ୍ଥ ରହିବା ଆବଶ୍ୟକ । କୌଣସି କାରଣରୁ ଯଦି କିଡନୀ ଠିକ ଭାବେ କାର୍ଯ୍ୟ ପରିପାରେ ନାହିଁ ତେବେ ଆମ ରକ୍ତରେ ଅପରିଷ୍କାର ପଦାର୍ଥ ସବୁ ଜମା ହୁଏ । ଏହାଦ୍ବାରା ବ୍ୟକ୍ତିଙ୍କୁ ଭୋକ ହୁଏନି, ଗୋଡ ହାତ ଓ ମୁହଁ ଫୁଲିଯାଏ, କାର୍ଯ୍ୟ କରିବାରେ ଆଗ୍ରହ ହୁଏ ନାହିଁ, ଦୁର୍ବଳ ଲାଗିବା ଏହିପରି ଅନେକ ଲକ୍ଷଣ ଦେଖାଯାଏ ।

ଶରୀରର ପାଣି ଅଂଶ, ୟୁରିଆ ଏବଂ ଅନ୍ୟାନ୍ୟ ଏସିଡ ଓ ପ୍ରୋଟିନ ସବୁ ଆମ ଶରୀରରେ ବାଲାନ୍ସ କରିବା ହେଉଛି କିଡନୀର କାର୍ଯ୍ୟ । କାରଣ ଏହି ସବୁ ପଦାର୍ଥ ଆମ ଶରୀରରେ ଆବଶ୍ୟକ ଠାରୁ ଅଧିକ ରହିଲେ ଏହା ହାନିକରକ ହୋଇଥାଏ । ଆଉ କିଡନୀକୁ ସୁସ୍ଥ ରଖିବା ପାଇଁ ସନ୍ତୁଳିତ ଖାଦ୍ୟ ପଦାର୍ଥ ମଧ୍ୟ ସେବନ କରିବା ଆବଶ୍ୟକ । ଆଜିକାଲି ସମସ୍ତେ ବାହାରର ପ୍ରୋସେସଡ୍ ଖାଦ୍ୟ ସବୁ ଅଧିକ ଖାଉଛୁ ।

ଶୀଘ୍ର ବଡି ବିଲଡିଙ୍ଗ ପାଇଁ ଆଜିକାଲି ଯୁବପିଢି ବହୁଳ ମାତ୍ରାରେ ପ୍ରୋଟିନ ମଧ୍ୟ ନେଉଛନ୍ତି । ଜାଣିବା ଉଚିତ ଯେ ଆବଶ୍ୟକ ଠାରୁ ଅଧିକ ପ୍ରୋଟିନ ମଧ୍ୟ ଆମ ଶରୀର ପାଇଁ କ୍ଷତିକାରକ ଅଟେ । ନିଜ ଶରୀର ଓଜନ ଅନୁସାରେ କେତେ ପ୍ରୋଟିନ ଖାଇବା ଆବଶ୍ୟକ ଏହା ଡାକ୍ତରଙ୍କ ପରାମର୍ଶ କରିବା ଉଚିତ । ପ୍ରତିଦିନ ଖାଦ୍ଯରେ ସବୀଜ ପନିପରିବା, ଫଳମୂଳ ଆଦି ସେବନ କରିବା ଆବଶ୍ୟକ । ଯେତେ ସମ୍ଭବ ବଜାରରେ ମିଳୁଥିବା ଖାଦ୍ଯ ଠାରୁ ଦୂରେଇ ରୁହନ୍ତୁ ।

ବାରମ୍ବାର ବ୍ୟବହାର ହେଉଥିବା ତେଲରେ ତିଆରି ଖାଦ୍ୟ ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଅନେକ ସମୟରେ ପାଣିରେ ଅଧିକ ଆଇରନ ବା ଧାତୁ ଅଧିକ ରହିବା ଦ୍ଵାରା କିଡନୀ ଉପରେ ଏହାର ଖରାପ ପ୍ରଭାବ ପକାଇଥାଏ । ଏହାସହ ପ୍ରତିଦିନ ଅଳ୍ପ ସମୟ ବାହାର କରି ବ୍ୟାୟାମ, ଯୋଗ ଆଦି କରିବା ଉଚିତ ।

ଏହା ମଧ୍ୟ ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ । ଏହାସହ କିଛି ମେଡ଼ିସିନର ଅତ୍ୟଧିକ ସେବନ ମଧ୍ୟ କିଡନୀ ଖରାପ ହେବାର କାରଣ ହୋଇଥାଏ । ଏହାସହ ସଠିକ ସମୟରେ ସଠିକ ପରିମାଣରେ ନିଦ୍ରା ଯିବା ମଧ୍ୟ ତ୍ୟନ୍ତ ଜରୁରୀ । ଦୈନନ୍ଦିନ ଜୀବନରେ ଏହିସବୁ ନିୟମ ପାଳନ କଲେ ଆପଣଙ୍କ କିଡନୀ ନିଶ୍ଚିତ ଭାବେ ସୁସ୍ଥ ରହିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button