ମନୋରଞ୍ଜନ

ନିଜ ପରିବାର ପାଇଁ କେତେ କୋଟି ସମ୍ପତ୍ତି ଛାଡି ଯାଇଛନ୍ତି Dilip Kumar, ଜାଣି ଆଶ୍ଚର୍ଯ୍ୟ ହେଇଯିବେ ଆପଣ !

ନମସ୍କାର ବନ୍ଧୁଗଣ ଏହି କରୋନା କାଳ ରେ ସମସ୍ତ ଙ୍କ ପାଇଁ ବହୁତ ଦୁଃଖଦ ସମୟ ଦେଖାଇଛି । ପ୍ରତିଦିନ କୌଣସି ନା କୌଣସି ମର୍ମାହତ ଖବର ଶୁଣିବାକୁ ମିଳୁଛି ତେବେ ବଲିଉଡ ର ଅନେକ କଳାକାରମାନେ ମଧ୍ୟ ଏହି ସମୟରେ ପରଲୋକ କୁ ଗମନ କରିଛନ୍ତି ।

ତେବେ ଆଜି ସକାଳେ ଏକ ଖବର ସମ୍ପୂର୍ଣ୍ଣ ବଲିଉଡ କୁ ଅନ୍ଧକାର କରି ଦେଇଛି । ବଲିଉଡ ର ଦିଗଜ କଳାକାର ଯାହାଙ୍କୁ ‘ଟ୍ରେଜେଡି କିଙ୍ଗ’ ଦିଲ୍ଲୀପ କୁମାର ଙ୍କ ମୃତ୍ୟୁ ଘଟିଛି । ସେ ଅନେକ ଦିନ ରୁ ଅସୁସ୍ଥ ଥିଲେ ଏବଂ ସେ କିଛି ଦିନ ହେବ ହସ୍ପିଟାଲରେ ଆଡ଼ମିଟ ହୋଇଥିଲେ କିନ୍ତୁ ଆଜି ୯୮ ବର୍ଷ ବୟସରେ ସେ ଏହି ଦୁନିଆ ରୁ ସବୁଦିନ ପାଇଁ ଚାଲିଗଲେ । ଏହା ବଲିଉଡ ପାଇଁ ଏକ ଅପୁରଣୀୟ କ୍ଷତି ଅଟେ । ତେବେ ଆସନ୍ତୁ ତାଙ୍କ ବିଷୟରେ କିଛି କଥା ଏବଂ ତାଙ୍କ ସମ୍ପତ୍ତି ବିଷୟରେ ଆଲୋଚନା କରିନେବା ।

ଦିଲ୍ଲୀପ କୁମାର ଙ୍କ ଜନ୍ମ ୧୧ ଡିସେମ୍ବର ୧୯୨୨ ମସିହାରେ ପେଶାବର ବ୍ରିଟିଶ ଭାରତ ରେ ଜନ୍ମ ହୋଇଥିଲେ । ତେବେ ତାଙ୍କ ଅସଲି ନାମ ହେଉଛି ମହମ୍ମଦ ୟୁଶୂଫ ଖାନ କିନ୍ତୁ ସିନେମା ରେ ଆସିବା ପରେ ତାଙ୍କ ନାମ ବଦଳାଇ ଦିଲ୍ଲୀପ କୁମାର ରଖା ଯାଇଥିଲା । ତାଙ୍କ ବାପା ଙ୍କ ନାମ ଲାଲା ଗୁଲାମ ସର୍ବର ଏବଂ ମାତା ଙ୍କ ନାମ ଆଏଶା ବେଗମ ।

ଦିଲ୍ଲୀପ କୁମାର ଦୁଇ ଥର ବିବାହ କରିଥିଲେ ପ୍ରଥମ ସ୍ତ୍ରୀ ଙ୍କ ନାମ ସାଏରା ବାନୋ ଏବଂ ଦ୍ଵିତୀୟ ସ୍ତ୍ରୀ ହେଉଛନ୍ତି ଆଶମା ରେହମା କିନ୍ତୁ ଏହି ବିବାହ ଦୁଇ ବର୍ଷ ପରେ ବିଚ୍ଛେଦ ହୋଇ ଯାଇଥିଲା । ଦିଲ୍ଲୀପ କୁମାର ଙ୍କ ପ୍ରଥମ ସିନେମା ହେଉଛି ‘ଜ୍ଵାର ଭଟ୍ଟା’ ଏହା ପରେ ସେ ଅନେକ ସିନେମା କରିଛନ୍ତି ଯେପରି ମୁଗଲେ ଆଜମ, ଅନ୍ଦାଜ, ରାମ ଔର ଶ୍ୟାମ, କର୍ମା, ସୌଦାଗର, କ୍ରାନ୍ତି, ଦେବଦାସ ଆଦି ଅନେକ ହିଟ ସିନେମା ସେ ବଲିଉଡ କୁ ପ୍ରଦାନ କରିଛନ୍ତି ।

ତେବେ ସେ ବେଷ୍ଟ ଆକ୍ଟର, ଲାଇଫ ଟାଇମ ଆଚିଭମେଣ୍ଟ, କିଶୋର କୁମାର ସମ୍ମାନ ଆଦି ପୁରସ୍କାର ରେ ପୁରସ୍କୃତ ହୋଇଛନ୍ତି । ତେବେ ମୁମ୍ବାଇରେ ତାଙ୍କ ନିଜ ର ଏକ ବଡ଼ ଘର ଅଛି ସେଠାରେ ସେ ନିଜ ପରିବାର ସହିତ ରୁହନ୍ତି ।

ତାଙ୍କ ପାଖରେ ମର୍ସଡିଜ, ଇନୋଭା, ବି ଏମ ଡବ୍ଲ୍ୟୁ, ଆଦି ଦାମୀ କାର ଅଛି ଏବଂ ସେ ୫୭୫ କୋଟି ସମ୍ପତି ର ମାଲିକ । ତେବେ ଦିଲ୍ଲୀପ କୁମାର ଙ୍କ ମୃତ୍ୟୁ ସମସ୍ତ ଙ୍କୁ ଅନେକ ଦୁଃଖ ଦେଇଛି ଏବଂ ସେ ଆମ ମନ ଭିତରେ ଚିରକାଳ ପାଇଁ ଅମର ହୋଇ ରହିବେ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button