ଦେଶ ବିଦେଶ

ଘର ଚାରିପଟେ କଣ ସବୁ ରହିଲେ ହୋଇଥାଏ ଧନର ବର୍ଷା

ବାସ୍ତୁଶାସ୍ତ୍ରେ ମତରେ ଘରର ଅଗଣାରେ ଏବଂ ଚାରି ପାର୍ଶ୍ଵ ରେ କଣ ସବୁ ରହିଲେ ଘରକୁ କାଙ୍ଗାଳ କରିଥାଏ ଏବଂ କଣ ସବୁ ରହିଲେ ଧନ ଆୟିଶ୍ୱର୍ଯ୍ୟ ମିଳିଥାଏ । ଏହି ବିଷୟରେ ଆସନ୍ତୁ ଜାଣିବା । ପ୍ରଥମେ ଆସନ୍ତୁ ଜାଣିବା ଘରର ଚାରି ପାଖରେ କଣ ସବୁ ରହିଲେ କି ପ୍ରକାରର ଅସୁବିଧା ହେଇଥାଏ ।

ତେନ୍ତୁଳି ଗଛ, ପୂର୍ବ, ଉତ୍ତର, ପଶ୍ଚିମ ରେ ତେନ୍ତୁଳି ଗଛ ରହିବା ଦ୍ଵାରା ଗୃହରେ ଆସନ୍ତୁ ଦେଖା ଦେଇଥାଏ । ପୂର୍ବ ପୁରୁଷ ଙ୍କ ମତରେ ତେନ୍ତୁଳି ଗଛରେ ଭୂତ, ପ୍ରେତ ଏବଂ ପିଶାଚ ବାସ କରିଥାନ୍ତି କାରଣ ତେନ୍ତୁଳି ଗଛ ଏମାନଙ୍କର ଅତି ପ୍ରିୟ ଗଛ ହୋଇଥାଏ । ତେଣୁ ଘରର ଚାରିପାଖରେ କୌଣସି ଦିଗରେ ତେନ୍ତୁଳି ଗଛ ରହିବା ଅତ୍ୟନ୍ତ ଅଶୁଭ ଜନକ ଅଟେ । ଏବଂ ଘରେ ନାନା ପ୍ରକାରର ଦୁଃଖ ଦୁର୍ଦ୍ଦଶା ଦେଖା ଦେଇଥାଏ ।

କଣ୍ଟା ଜାତୀୟ ଗଛ

ଘର ର ଚାରିପାଖରେ କଣ୍ଟା ଜାତୀୟ ଗଛ ରହିବା ବସ୍ତୁ ମତରେ ଅଶୁଭ ହେଇଥାଏ । ଯେପରିକି ବରକୋଳି ଗଛ, ନାଗଫେନି ଗଛ ଏହା ସବୁ ଘରର କୌଣସି ଦିଗ ରେ ରହିବା ଅତ୍ୟନ୍ତ ଅଶୁଭ ଦାୟକ ହୋଇଥାଏ । ଏବଂ ଘରକୁ ଅଶୁଭ ଫଳ ଦେଇଥାଏ ।

ଡୀମିରି ଗଛ ଓ ଆତ ଗଛ

ଏହି ଗଛ ଘର ଆଖ ପାଖରେ ରହିଲେ ଦରିଦ୍ରତା ବଢ଼ିଯାଇଥାଏ ଏବଂ ରୋଗ ସୋକ ଅଶାନ୍ତି ମାଡିଆସିଥାଏ । ତେଣୁ ଏହି ଗଛ ଘର ପାଖରେ ରହିବା ବହୁତ୍ ଅଶୁଭ ଅଟେ

ନଳ କୂଅ, ଗାଡିଆ

ଘର ର ଦକ୍ଷିଣା ପାର୍ଶ୍ଵ ରେ ଏହା ସବୁ ରହିଲେ ଘରର ଲୋକ ମାନଙ୍କର ମାନସିକ ଆସନ୍ତି ବୃଦ୍ଧି ପାଇଥାଏ ଏବଂ ମାନସିକ ରୋଗ ମଧ୍ୟ୍ୟ ବୃଦ୍ଧି ପାଇଥାଏ । ଧନ ହାନି ଦରିଦ୍ରତା ମଧ୍ୟ ଦେଖିବାକୁ ମିଳିଥାଏ । ଏହାର ପ୍ରତିକାର ପାଇଁ ଘରର ଚାରି ପାର୍ଶ୍ବରେ ତୁଳସୀ ଗଛ ଲଗାଇଦିଅନ୍ତୁ ।

କଣ କଣ ରହିଲେ ଶୁଭ ଅଟେ

ଦେବଦାରୁ, ଗୁଆ ଗଛ

ଘରର ଦକ୍ଷିଣ ଏବଂ ପଶ୍ଚିମ ଦିଗରେ ଦେବଦରୁ ଗଛ ଏବଂ ଗୁଆ ଗଛ ଲଗାଇଲେ ଘରକୁ ଅନେକ ଶୁଭ ସମ୍ବାଦ ଆସିଥାଏ । ଏହି ଗଛ ଦ୍ଵାରା ଘରର ସବୁ ନକାରାତ୍ମକ ଦୋଷ କଟିଯାଇଥାଏ ।

ଡାଳିମ୍ବ ଗଛ

ଘରର ଉତ୍ତର ଦିଗ ଡାଳିମ୍ବ ଗଛ ବା ବେଲ ଗଛ ଲଗାଇଲେ ଘରକୁ ବହୁତ୍ ଶୁଭ ଶକ୍ତି ଆସିଥାଏ । ଘରେ ଥିବା ସବୁ ସମସ୍ୟା ଦୂର ହୋଇଥାଏ । ଘରେ ଏକ ପ୍ରକାରର ସମାନତା ଦେଖିବାକୁ ମିଳିଥାଏ ।

ଏହା ସହିତ ଘରର ଭିତର ସହିତ ବାହାରକୁ ମଧ୍ୟ୍ୟ ସଫା ସୁତୁରା ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ । ମାତା ଲକ୍ଷ୍ମୀ ଙ୍କ ଆଗମନ ମଧ୍ୟ୍ୟ ହୋଇଥାଏ । ତେଣୁ ଘରେ ସୁଖ ଶାନ୍ତି ରେ ରହିବାକୁ ଚାହୁଁଥଲେ ଏହି ସବୁ ବସ୍ତୁ ର ନିୟମ ମାନିବାକୁ ପଡିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button