ବିଚାର

ଯେଉଁ ଘରେ ହେଇଥାଏ ଏହି କାମ, ସେଠାରେ ସବୁବେଳେ ରହିଥାନ୍ତି ନିଜେ ମା ଲକ୍ଷ୍ମୀ

ଶାସ୍ତ୍ର ଏମିତି କିଛି କଥା କୁହାଯାଇଛି ଯଦି ତାହାକୁ ବ୍ୟକ୍ତି ଠିକ ଭାବରେ ପାଳନ କରିବ ତାହେଲେ ତାର ସବୁ ସମସ୍ୟା ସମୟ ସହିତ ବହୁତ ଶୀଘ୍ର ଶେଷ ହୋଇ ଯାଇଥାଏ ଏବଂ ଯାହାଦ୍ୱାରା ବ୍ୟକ୍ତି ବହୁତ ଖୁସିରେ ଜୀବନ ଅତିବାହିତ କରିଥାଏ । ଘର ପରିବାରରେ ସବୁବେଳେ ସମସ୍ୟା ଦେଖାଯାଇ ଥାଏ କେତବେଳେ ଘରେ ଅଶାନ୍ତିର ବାତାବରଣ ରହିଥାଏ ତ ଆଉ କେତବେଳେ ଧନ ସବନ୍ଧିତ ସମସ୍ୟା ଦେଖାଦେଇ ଥାଏ । ଏଭଳି ପରିସ୍ଥିତିରେ ଆପଣ ଶାସ୍ତ୍ରରେ କୁହାଯାଇ ଥିବା କଥା ଯଦି କରିବେ ତାହେଲେ ଆପଣଙ୍କର ସବୁ ସମସ୍ୟା ଦୂର ହେବା ସହିତ ମା ଲକ୍ଷ୍ମୀଙ୍କର ମଧ୍ୟ କୃପା ମିଳିବ ।

ବାସ୍ତୁଶାସ୍ତ୍ର ଅନୁସାରେ ଘରେ କରନ୍ତୁ ଏହି କାମ

୧ – ଯଦି ଆପଣମାନେ ଧନ ସମ୍ବନ୍ଧିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ତାହେଲେ ରୋଷେଇ ଘରେ କେବେ ହେଲେ ବି ଅଇଁଠା ରଖନ୍ତୁ ନାହିଁ, ଖାଇବା ସମୟରେ ପ୍ରଥମେ ଭଗବାନଙ୍କୁ ଖାଦ୍ୟ ଅର୍ପଣ କରନ୍ତୁ ତାପରେ ନିଜେ ଖାଆନ୍ତୁ, ଘର ସବୁବେଳେ ସଫା ରଖନ୍ତୁ ଏବଂ ଘରେ କେବେ ହେଲେ ମଇଳା ଜମିବା ପାଇଁ ଦିଅନ୍ତୁ ନାହିଁ । ଏହି ସବୁ କାମ କରିବା ଦ୍ଵାରା ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ସବୁବେଳେ ରହିଥାଏ ଏବଂ କେବେ ହେଲେ ଟଙ୍କାର ଅଭାବ ହୋଇ ନଥାଏ ।

୨ – ମଣିଷକୁ ନିଜ ଦିନର ଆରମ୍ଭ ବଡ ମାନଙ୍କର ଆଶୀର୍ବାଦ ନେଇ କରିବା ଉଚିତ, ଆପଣ ସବୁବେଳେ ବଡମାନଙ୍କୁ ସଂମ୍ମାନ କରନ୍ତୁ, କୌଣସି ବି ସ୍ତ୍ରୀ ଲୋକଙ୍କୁ ଅପମାନ କରନ୍ତୁ ନାହିଁ ଏବଂ ପର ସ୍ତ୍ରୀ ଉପରେ ଖରାପ ନଜର ମଧ୍ୟ ପକାନ୍ତୁ ନାହିଁ । ଯଦି ଆପଣ ଏମିତି କରିବେ ତାହେଲେ ଆପଣଙ୍କ ଉପରେ ମାତା ଲକ୍ଷ୍ମୀଙ୍କ କୃପା ସବୁବେଳେ ରହିବ ।

୩ – ସମସ୍ତ କୂଳର ଜଣେ ଆରାଧ୍ୟ ଦେବୀ ଥାନ୍ତି ଯାହାଙ୍କ ପୂଜା ପୁରା ପରିବାର ମିଶି ଏକ ବିଶେଷ ତିଥିରେ କରିଥାନ୍ତି । ଯଦି ଆପଣ ପୂଣ୍ୟ ତିଥି ଅନୁସାରେ ପିତୃପୁରୁଷ ମାନଙ୍କର ଶ୍ରାଦ୍ଧ କରିବେ ତାହେଲେ ସେମାନଙ୍କର ଆଶୀର୍ବାଦ ପୁରା ପରିବାର ଉପରେ ରହିଥାଏ ।

୪ – ଆପଣ ନିଜର ଖାଦ୍ୟ ପ୍ରସ୍ତୁତି କରିବା ସମୟରେ ଗୋଟିଏ ରୁଟି ଗାଈ ପାଇଁ ରଖନ୍ତୁ, ଆପଣ ପ୍ରତିଦିନ ଆପଣଙ୍କ ଘର ପାଖରେ ଥିବା ପୋଖରୀକୁ ଯାଇ ମାଛମାନଙ୍କୁ ଅଟା ଖାଇବାକୁ ଦିଅନ୍ତୁ, କୁକୁରକୁ ରୁଟି ଖାଇବା ପାଇଁ ଦିଅନ୍ତୁ ଏବଂ ପ୍ରତିଦିନ ପକ୍ଷୀମାନଙ୍କୁ ଦାନା ଖାଇବା ପାଇଁ ଦିଅନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କ ଜୀବନର ସମସ୍ୟା କମ ହୋଇଯାଇ ଥାଏ ।

୫ – ଯଦି ଆପଣ ଗରିବମାନଙ୍କୁ ଖାଇବାକୁ ଦେବା ସହିତ ଅନ୍ନ ଦାନ କରିବେ ତାହେଲେ ଆପଣଙ୍କର ପୂଣ୍ୟ ହେବ ଏବଂ ଆପଣଙ୍କ ପରିବାର ସମସ୍ୟାରୁ ମୁକ୍ତି ପାଇ ପାରିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button