ମନୋରଞ୍ଜନ

ଘରକୁ ଦିଅନ୍ତୁ ପ୍ରାକୃତିକ ସୁନ୍ଦରତା, ଯେଉଁଠି ଚାହୁଁଛନ୍ତି, ସେଠି ରଖନ୍ତୁ ‘ଗଛ’

ଯଦି ଆପଣ ସଉକରେ ଘର ଭିତରେ ଗଛ ଲଗାଇବାକୁ ପସନ୍ଦ କରୁଥାଆନ୍ତି, ତା’ହେଲେ ଏଥିରେ ପରିବର୍ତ୍ତନ ଆଣି ଦେଖନ୍ତୁ। ଗଛରେ ଘରକୁ ସଜେଇ ଦିଅନ୍ତୁ, ଆଉ ଏହାପରେ ନଜର କରନ୍ତୁ ଆପଣଙ୍କ ଘର କିପରି ସୁନ୍ଦର ଦିଶୁଛି। ଘର ସଜେଇବା ପାଇଁ ଆପଣ ଯେଉଁଠି ଚାହିଁବେ, ସେଠି ଗଛ ରଖିପାରିବେ। ବାସ୍‌ କେବଳ ତରିକା ଜାଣିଥିଲେ ହେଲା।

ର‍୍ୟାକରେ ଗଛ ରଖନ୍ତୁ

ଯଦି କୋଠରୀର ଏକ କାନ୍ଥ ଖାଲି ରହିଛି, ତା’ହେଲେ ଏଥିରେ ପେଣ୍ଟିଂ କି ଘରସଜା ସାମଗ୍ରୀ ଲଗାଇବା ବଦଳରେ ଗଛ ଦ୍ୱାରା ସଜେଇ ପାରିବେ। କାନ୍ଥରେ ଆପଣ ଛୋଟ ଛୋଟ ବୋତଲରେ ଛୋଟ ଗଛ ଲଗେଇ ପାରିବେ। ର‍୍ୟାକ୍‌ରେ ମନି ପ୍ଲାଣ୍ଟ ଲତା ବହୁତ ଆକର୍ଷକ ଲାଗିବ।

tree2

ଗଛ ପରଦା

କାନ୍ଥ କିମ୍ବା ଖାଲି କବାଟରେ ଛୋଟ ଛୋଟ କାଚ ବୋତଲରେ ଘାସ, ଚାରି ପତ୍ରିଆ ଗୁଳ୍ମ ଆଦି ଲଗେଇ ପାରିବେ। ଶିଶିଗୁଡ଼ିକୁ ଗୋଟିଏ ତଳେ ଗୋଟିଏ ବାନ୍ଧି ରଶିରେ ଲଟକାଇ ଦିଅନ୍ତୁ। ଆପଣ ଛୋଟ ଗଛଗୁଡ଼ିକୁ ରଶି ହୋଲ୍ଡରରେ ମଧ୍ୟ ଟାଙ୍ଗିପାରିବେ। ତେବେ ଗଛ ଅନୁସାରେ ଆପଣ ସେହି ଆୟତନର ବୋତଲ ଲଟକାଇ ପାରିବେ।

ସୁନ୍ଦର ଏବଂ ସୁରକ୍ଷିତ ମଧ୍ୟ

ଘର ଭିତରେ ହେଉ କିମ୍ବା ବାହାରେ, ଆପଣ ଯେଉଁଠି ବି ଗଛ ପାତ୍ର ରଖିପାରିବେ। ଏହାକୁ କୌଣସି ର‍୍ୟାକ୍‌ ବଦଳରେ ଜାଲିରେ ରଖନ୍ତୁ। ଏହାଦ୍ୱାରା ଗଛ ସୁରକ୍ଷିତ ରହିବା ସହିତ ଦେଖିବାକୁ ମଧ୍ୟ ଆକର୍ଷଣୀୟ ଲାଗିବ। ଏହାକୁ ସିଙ୍ଗଲ କିମ୍ବା କ୍ରିସ୍‌କ୍ରସ ହୋଲ୍ଡରରେ ଲଟକାଇ ଦିଅନ୍ତୁ।

tree3

ଘର କୋଣର ସଠିକ୍‌ ବ୍ୟବହାର

ଘର ଭିତରେ ଯଦି ସିଢ଼ି ରହିଛି, ତେବେ ଏହାର ତଳ ଭାଗ ହୁଏତ କୌଣସି କାମରେ ଆସି ନ ଥାଏ। କିନ୍ତୁ ଗଛ ଲଗେଇ ଆପଣ ସେହି ଜାଗାକୁ ଠିକ୍‌ ବ୍ୟବହାର କରିପାରିବେ। ଜାଗା ଅନୁସାରେ ଆପଣ ଟେବୁଲ କିମ୍ବା ଆଲମିରା ରଖି ଗଛ ଲଗେଇ ପାରିବେ। ଏହା ସହିତ ମଝିରେ ଶୋ ପିସ୍‌ ମଧ୍ୟ ରଖିପାରିବେ। ଯଦି ଆଲମିରା ନାହିଁ, ତା’ହେଲେ ଷ୍ଟୁଲ୍‌ କିମ୍ବା ଷ୍ଟାଣ୍ଡରେ ଗଛ ରଖିପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button