ଦେଶ ବିଦେଶ

ରକ୍ତଦାନ କରୁଛନ୍ତି କି ? ତେବେ ଜାଣି ରଖନ୍ତୁ ଏହି ୬ ଦିଗ ବିଷୟରେ, ନଚେତ

ବର୍ତ୍ତମାନ ସମୟରେ ରକ୍ତଦାନ କରିବା କେତେକ କାରଣରୁ ଜରୁରୀ ହୋଇଗଲାଣି। ଏହି ଭଳି କରିବା ଦ୍ବାରା ଆପଣ ଅନ୍ୟର ସାହାଯ୍ୟ ତ କରୁଛନ୍ତି କିନ୍ତୁ ଏହା ସହିତ ଆପଣଙ୍କୁ ମଧ୍ୟ ଏହା ଦ୍ବାରା ବହୁତ ଫାଇଦା ମିଳିଥାଏ। କେତେବେଳେ ଆପଣଙ୍କୁ ରକ୍ତର ଆବଶ୍ୟକତା ପଡିଲେ ଏହା ଆପଣଙ୍କର ଆବଶ୍ୟକତାକୁ ପୂରଣ କରିଥାଏ।

କେତେକ ଲୋକ ଭାବିଥାନ୍ତି ଯେ ରକ୍ତଦାନ କରିବା ପରେ ଶରୀର ଦୁର୍ବଳ ହୋଇଯାଏ କିନ୍ତୁ ଏମିତି ହୋଇନଥାଏ। ରକ୍ତଦାନ କରିବାର ୨୧ ଦିନ ପରେ ଏହା ପୁନର୍ବାର ସ୍ରୁଷ୍ଟି ହୋଇଥାଏ। ଆସନ୍ତୁ ଜାଣିବା ରକ୍ତ ଦାନ କରିବା ସମୟରେ ଆପଣଙ୍କୁ କେଉଁ କେଉଁ କଥା ଉପରେ ବିଶେଷ ଧ୍ୟାନ ରଖିବା ଆବଶ୍ୟକ।

blood donation in hands websiteପ୍ରଥମ କଥା ଯାହା ଆପଣଙ୍କୁ ରକ୍ତଦାନ କରିବା ସମୟରେ ଧ୍ୟାନ ରଖିବା ଆବଶ୍ୟକ ତାହା ହେଉଛି ଆପଣ ରକ୍ତଦାନ କରିବା ପାଇଁ ଯୋଗ୍ୟ ଅଟନ୍ତି ନା ନାହିଁ।

ଯଦି ଆପଣ ରକ୍ତଦାନ କରିବା ପାଇଁ ଭାବୁଛନ୍ତି ତେବେ ଗୋଟିଏ ଦିନ ପୁର୍ବରୁ ଧୂମ୍ରପାନ କରିବା ବନ୍ଦ କରିଦିଅନ୍ତୁ। ଏହା ଛଡା ରକ୍ତଦାନ କରିବାର ୩ ଘଣ୍ଟା ପରେ ଆପଣ ଧୂମ୍ରପାନ କରିପାରିବେ।

ରକ୍ତଦାନ କରିବା ପରେ ପ୍ରତ୍ୟେକ ୩ ଘଣ୍ଟା ବ୍ୟବଧାନରେ ହେବୀ ଡାଇଟ ନେବା ଆବଶ୍ୟକ। ଏଥିରେ ଆପଣ ଅଧିକରୁ ଅଧିକ ସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ଆବଶ୍ୟକ। ଆପଣ ଚାହିଁବେ ତ ଫଳ ମଧ୍ୟ ଖାଇପାରିବେ। ରକ୍ତଦାନ କରିବା ପରେ ଯଦି ଆପଣ ସ୍ବାସ୍ଥ୍ୟକର ଖାଦ୍ୟ ନ ଖାଇ ତରଳ ଖାଦ୍ୟ ନିଅନ୍ତି। ତେବେ ଏଥିରୁ ଆପଣଙ୍କୁ ଦୁର୍ବଳ ଅନୁଭବ ହେବ।

women-cant-donate-bloodଗୋଟିଏ ଥର କୌଣସି ବ୍ୟକ୍ତିଙ୍କ ଶରୀରରୁ ୪୭୧ ଏମ.ଏଲରୁ ଅଧିକ ରକ୍ତ ନେଇ ହୋଇ ନଥାଏ।

ଲୋକମାନଙ୍କ ମନରେ ଭୁଲ ଧାରଣା ଥାଏଯେ ରକ୍ତଦାନ କଲେ ହିମୋଗ୍ଲୋବିନ କମ୍ ହୋଇଥାଏ କିନ୍ତୁ ଏମିତି କିଛି ହୋଇନଥାଏ।

ଜଣେ ସ୍ବାସ୍ଥ୍ୟବାନ ଲୋକ ରକ୍ତଦାନ କରିପାରିବେ। ପୁରୁଷ ମାନେ ୩ ମାସରେ ଥରେ ରକ୍ତଦାନ କରିପାରିବେ। ସେହିଭଳି ମହିଳା ମାନେ ୪ ମାସରେ ଥରେ ରକ୍ତଦାନ କରିପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button