ବିଚାର

ଭୁଲରେ ମଧ୍ୟ ଫ୍ରୀଜରେ ରଖନ୍ତୁ ନାହିଁ ଅଟା ଚକଟା, ହୋଇପାରେ ଏହି କ୍ଷତି

ପ୍ରାୟ ଅଧିକାଂଶ ସମୟରେ ମହିଳା ମାନେ ରୁଟି ତିଆରି କରିବା ସମୟରେ ବାକି ରହି ଯାଇଥିବା ଅଟାକୁ ଫ୍ରୀଜରେ ରଖିଦିଅନ୍ତି। କଣ ଆପଣ ଜାଣନ୍ତି ଆପଣଙ୍କ ଏହି ଅଭ୍ୟାସ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଏହା ଶୁଣି ସାରିଲା ପରେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ଯ ହେବେ କାରଣ ଏହି ଅଭ୍ୟାସ ଆପଣଙ୍କର ବର୍ଷ ବର୍ଷ ଧରି କରୁଛନ୍ତି। ଆସନ୍ତୁ ଜାଣିବା ଫ୍ରୀଜରେ ରଖାଯାଇଥିବା ଅଟାକୁ ବ୍ୟବହାର କରି ଆପଣଙ୍କୁ ହେଉଥିବା କ୍ଷତି ବିଷୟରେ।

ବୈଜ୍ଞାନିକ ତଥ୍ୟ

pizza-dough8ବିଶେଷଜ୍ଞଙ୍କ ମତରେ ଅଟା ଚକଟିଲା ପରେ ଶୀଘ୍ର ଏହାକୁ ବ୍ୟବହାର କରିବା ଆବଶ୍ୟକ ନଚେତ ଏଥିରେ ଥିବା କେତେକ ରାସାୟନିକ ପରିବର୍ତ୍ତନ ଆସିଥାଏ ଯାହା ସ୍ବାସ୍ଥ୍ୟ ପାଇଁ ବହୁତ ହାନିକାରକ ବୋଲି ଧରାଯାଏ। ଅଟା ଚକଟାରେ ଫ୍ରୀଜରେ ଥିବା ହାନିକାରକ କିରଣ  ପ୍ରବେଶ କରିଯାଏ ଏବଂ ତାହାକୁ ଖରାପ କରିଦିଏ। ଏହି ଅଟା ଚକଟାରେ ରୁଟି କରି ଖାଇବା ଦ୍ବାରା ରୋଗ ହେବାର ବହୁତ ସମ୍ଭାବନା ଥାଏ।

ଆୟୁର୍ବେଦିକ ତଥ୍ୟ

ata2ଜଣାଇବାକୁ ଚାହିଁବୁ ଯେ ଆୟୁର୍ବେଦରେ ମଧ୍ୟ ସ୍ପଷ୍ଟ କୁହାଯାଇଛି ଯେ ଫ୍ରୀଜରେ ଅଟା ଚକଟି ରଖିବା ଆଦୌ ଉଚିତ ନୁହେଁ। ବାସି ଅଟାରେ ପ୍ରସ୍ତୁତ ରୁଟିର ସ୍ବାଦ ତାଜା ଅଟା ଚକଟା ରୁଟିର ସ୍ବାଦ ଭଳି ହୋଇନଥାଏ।

ଧାର୍ମିକ କାରଣ

ata1ଶାସ୍ତ୍ରରେ ମଧ୍ୟ କୁହାଯାଇଛି ଯେ ବାସି ଭୋଜନ ଭୂତଙ୍କର ଭୋଜନ ହୋଇଥାଏ। କୁହାଯାଏ ଯେ ଯେତେବେଳେ ଘରେ ବଳକା ଅଟାକୁ ଫ୍ରୀଜରେ ରଖିଦିଆଯାଏ ତେବେ ଏହା ପିଣ୍ଡ ସହିତ ସମାନ ହୋଇଯାଇଥାଏ। ତେବେ ଭୂତପ୍ରେତ ଏହି ପିଣ୍ଡର ଭକ୍ଷଣ କରିବା ପାଇଁ ଘରକୁ ଆସିବା ଆରମ୍ଭ ହୋଇଯାଇଥାଏ। ଯେଉଁ ପରିବାରରେ ଏହି ପ୍ରକାରର ଅଭ୍ୟାସ ରହିଥାଏ ସେହିଠାରେ କୌଣସି ନା କୌଣସି ପ୍ରକାରର ରୋଗ ଏବଂ ଆଳସ୍ୟ ସର୍ବଦା ଲାଗିକି ରହିଥାଏ।

ଗ୍ୟାସ ସମସ୍ୟା

ବାସି ଅଟାର ରୁଟିକୁ ଖାଇବା ଦ୍ବାରା ବ୍ୟକ୍ତିଙ୍କୁ ଗ୍ୟାସର ସମସ୍ୟା ମଧ୍ୟ ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button