ରକ୍ତଚାପରେ ଆକ୍ରାନ୍ତ ରୋଗୀ ଆପଣାନ୍ତୁ ଏହି ଉପଚାର ! ପଡିବ ନାହିଁ ଔଷଧର ଆବଶ୍ୟକତା

ହାଇପରଟେନସନ ଏକ ଏମିତି ସମସ୍ୟା ଅଟେ ଯାହା ଆଜିକାଲି ଦୁନିଆରେ ପ୍ରାୟ ସବୁ ମଣିଷଙ୍କ ପାଖରେ ଦେଖିବାକୁ ମିଳୁଛି। ଏଥିରେ ରୋଗୀର ରକ୍ତଚାପ ଅଧିକ ହେବା କାରଣରୁ ମୁଣ୍ଡ ବୁଲାଇବା , ଅନ୍ଧାରିଆ ଦେଖାଯିବା, ଅସ୍ତବ୍ୟସ୍ତ ଲାଗିବା ଭଳି ସମସ୍ୟା ହୋଇଥାଏ। ଏହି ସମସ୍ୟାକୁ ଦୂର କରିବା ପାଇଁ ଲୋକମାନେ ଡାକ୍ତର ଏବଂ ମେଡିସିନର ସାହାରା ନେଇଥାନ୍ତି। କିନ୍ତୁ ଆପଣ ଚାହିଁଲେ ଘରୋଇ ଉପଚାର ସାହାଯ୍ୟରେ ବିନା କୌଣସି ଓୗଷଧ ନଖାଇ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ।
ଉଚ୍ଚ ରକ୍ତଚାପକୁ ଦୂର କରିବା ପାଇଁ ଆପଣ ବଡ ଅଳେଇଚର ସାହାରା ନେଇ ପାରିବେ। ଔଷଧୀୟ ଗୁଣରେ ଭରପୂର ଅଳେଇଚକୁ ବ୍ଲଡ ପ୍ରେସର ସହିତ ଅସ୍ଥାମା, ଫୁସଫୁସରେ ସଂକୁଚନର କଷ୍ଟକୁ ମଧ୍ୟ ସାହାଯ୍ୟ ହୋଇଥାଏ। ତେବେ ଜାଣନ୍ତୁ କେମିତି ବଡ ଅଳେଇଚ ସାହାଯ୍ୟରେ ବ୍ଲଡ ପ୍ରେସରକୁ ଭଲ କରାଯାଇପାରିବ।
୨୦୦ ଗ୍ରାମ ବଡ ଅଳେଇଚକୁ ନେଇ ତାୱାରେ ପକାନ୍ତୁ। ଅଳେଇଚକୁ ଭଲଭାବେ ଭାଜିଲା ପରେ ଏହାକୁ ନେଇ ପେଶୀ ଦିଅନ୍ତୁ। ଏହା ପରେ ଏକ ଡବାରେ ଏହି ପେଶା ଯାଇଥିବା ଅଳେଇଚକୁ ରଖିଦିଅନ୍ତୁ। ଏକ ଘଣ୍ଟା ପୂର୍ବରୁ ୫ ଚାମଚ ଅଳେଇଚ ପାଉଡର ସହିତ ୨ ଚାମଚ ମହୁ ମିଶାଇ ଖାଆନ୍ତୁ। ନିୟମିତ ୧୫ରୁ୨୦ ଦିନ ପର୍ୟ୍ୟନ୍ତ ଏହି ଉପଚାରକୁ ଆପଣେଇବା ଆପଣ ରକ୍ତଚାପକୁ ନିୟନ୍ତ୍ରଣରେ ରଖିପାରିବେ। ଏଥିପାଇଁ କୌଣସି ଓୌଷଧର ଆବଶ୍ୟକତା ପଡିବ ନାହିଁ।
ଏହା ପାଇଁ ମଧ୍ୟ ବ୍ୟବହାର କରିପାରିବେ ବଡ ଅଳେଇଚ
ଯଦି ଆପଣଙ୍କ ପାଟିରୁ ଦୁର୍ଗନ୍ଧ ବାହାରୁଛି। ତେବେ ବଡ ଅଳେଇଚକୁ ଚୋବାଇ ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ। ଏହା ବ୍ୟତୀତ ଏହାକୁ ବ୍ୟବହାର କରି ଆପଣ ମୁହଁର ଦାଗକୁ ମଧ୍ୟ ଦୂର କରିପାରିବେ।



