ଦେଶ ବିଦେଶ

ଲମ୍ବା ସମୟ ଧରି ପରଫ୍ୟୁମର ବାସ୍ନା ଶରୀରରେ ରଖିବାକୁ ଚାହୁଁଛନ୍ତି କି ? ତେବେ ଏମିତି କରନ୍ତୁ ବ୍ୟବହାର

ଘରୁ ବାହାରିବା ପୂର୍ବରୁ ଆମେ ନିଜକୁ ଫ୍ରେସ୍ ଅନୁଭବ କରିବା ପାଇଁ ଡିଓ କିମ୍ବା ପରଫ୍ୟୁମର ବ୍ୟବହାର କରିଥାଉ। ସମସ୍ତେ ଚାହାନ୍ତି ଯେ ତାଙ୍କ ପରଫ୍ୟୁମ୍ ବହୁତ ସମୟ ଧରି ରହୁ। ଏଥିପାଇଁ ଅନେକ ଲୋକ ପରଫ୍ୟୁମ୍ ଲଗାଇଲା ବେଳେ ଶରୀରରୁ ଅଧିକା ନିଜ ଡ୍ରେସରେ ଅଧିକା ଲଗେଇଥାନ୍ତି ଯାହା ଦ୍ବାରା ପରଫ୍ୟୁମର ବାସ୍ନା ଅଧିକ ସମୟ ଧରି ରହୁ। ଆଜି ଆମେ ଆପଣଙ୍କୁ ଜଣାଇବୁ ପରଫ୍ୟୁମ ବ୍ୟବହାର କରିବାର ଠିକ୍ ଉପାୟ ଯାହା ଦ୍ବାରା ଆପଣଙ୍କ ପରଫ୍ୟୁମ ଦିନସାରା ଆପଣଙ୍କ ସହିତ ରହିପାରିବ।

perfume-fbପରଫ୍ୟୁମ ଲଗାଇପାର ଉଚିତ ଉପାୟ ହେଉଛି ଆମେ ତାକୁ ଶରୀରରେ ଠିକ ସ୍ଥାନରେ ଲଗାଇବା। ଏମିତି କରିବା ଦ୍ବାରା ପରଫ୍ୟୁମ୍ ସହଜରେ ମିଶିଯାଏ ଏବଂ ଦିନ ସାରା ରହିଥାଏ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଶରୀରର ସେହି ସ୍ଥାନ ବିଷୟରେ ଯେଉଁଠି ଆପଣ ପରଫ୍ୟୁମ୍ ଲଗାଇଲେ ଦିନ ସାରା ସ୍ମେଲ ଆସିଥାଏ।

perfume

ପରଫ୍ୟୁମକୁ ବହୁତ ଜଣ ମଣିବନ୍ଧରେ ଲଗାଇଥାନ୍ତି କିନ୍ତୁ ଯଦି ଆପଣ ଏହାକୁ ମଣିବନ୍ଧରେ ନ ଲଗାଇ କହୁଣୀରେ ଲଗାନ୍ତି ତେବେ ଏହା ଲମ୍ବା ସମୟ ଧରି ରହିଥାଏ। କାରଣ କହୁଣୀରେ ଗରମ ଉତ୍ପନ ହୋଇଥାଏ। ଯେଉଁ କାରଣରୁ ପରଫ୍ୟୁମ୍ ଲମ୍ବା ସମୟ ଧରି ରହିଥାଏ ଉଡି ନ ଥାଏ।

perfume2

ଶରୀରରେ ଅନ୍ୟ ଏକ ସ୍ଥାନ ଯେଉଁଠି ଆପଣଙ୍କୁ ପରଫ୍ୟୁମ ଲଗାଇବା ଆବଶ୍ୟକ, ତାହା ହେଉଛି କାନର ପଛ ପାଖ। ଏହା ଏକ ଏମିତି ଯାଗା ଯାହା ତେଲିଆ ହୋଇଥାଏ ଯାହା ଦ୍ବାରା ଏହି ଯାଗାରୁ ଜଲଦି ପରଫ୍ୟୁମ୍ ଉଡି ନ ଥାଏ।

nabhi

ଆଉ ଏକ ଭଲ ସ୍ଥାନ ହେଉଛି ଆପଣଙ୍କ ନାଭି। ଏହା ଏମିତି ଏକ ଯାଗା ଯେଉଁଠି ଗରମ ଉତ୍ପନ ହୋଇଥାଏ। ଏହା ହେଉଛି ପରଫ୍ୟୁମ୍ ଲଗାଇବାର ଠିକ ପଏଣ୍ଟ। ତେବେ ଆପଣ ଯେବେ ବି ପରଫ୍ୟୁମ ଲଗଉଛନ୍ତି ତେବେ ଏହି ସବୁ ଯାଗାରେ ସ୍ପ୍ରେ କରିବାକୁ ନ ଭୁଲନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button