ଦେଶ ବିଦେଶ

ଆପଣଙ୍କ ଚେହେରାର ସୌନ୍ଦର୍ଯ୍ୟ ବିଗାଡୁଛି କି ତିଳଚିହ୍ନ ? ତେବେ ଆପଣାନ୍ତୁ ରସୁଣର ଏହି ଅତୁଟ ଉପାୟ

ତିଳଚିହ୍ନ ଶରୀରରେ ସୌନ୍ଦର୍ଯ୍ୟ ବଢ଼ାଇବାରେ ସାହାଯ୍ୟ କରିଥାଏ। କିନ୍ତୁ ଚେହେରାରେ ଜରୁରୀ ଠାରୁ ଅଧିକ ରାଶି ସୁନ୍ଦରତା ବଢ଼ାଇବା ବଦଳରେ ଚେହେରାକୁ ଖରାପ କରି ଦେଇଥାଏ। ଏଥିରୁ ଚିନ୍ତିତ ହୋଇ ଅନେକ ଳୋକ ବହୁତ ପ୍ରକାରର କସମେଟିକ ସର୍ଜରୀର ସାହାରା ନେଉଛନ୍ତି ଯାହା ବହୁତ ଦାମୀ ହୋଇଥାଏ ଏବଂ ଏହା ସହିତ ଏଥିରେ ଅନେକ ପ୍ରକାରର ସାଇଡ ଇଫେକ୍ଟ ମଧ୍ୟ ହୋଇଥାଏ। ଯଦି ଆପଣ ମଧ୍ୟ ନିଜ ତିଳଚିହ୍ନକୁ ନେଇ ଚିନ୍ତାରେ ଅଛନ୍ତି ତେବେ ଏହାକୁ ହଟାଇବା ପାଇଁ ରଷୁଣର ସାହାଯ୍ୟ ନିଅନ୍ତୁ। ଆସନ୍ତୁ ଜାଣିବା କେମିତି…

garlic

ସାମଗ୍ରୀ

  • ଗୋଟିଏ ରଷୁଣ
  • କଟନ କପଡା

ପ୍ରସ୍ତୁତି ପ୍ରଣାଳୀ

  • ସର୍ବପ୍ରଥମେ ରଷୁଣର କୋଲାକୁ ପେଶି ତାହାର ପେଷ୍ଟ ପ୍ରସ୍ତୁତ କରନ୍ତୁ।
  • ରଷୁଣର ଏହି ପେଷ୍ଟକୁ ସେହି ଯାଗାରେ ଲଗାନ୍ତୁ ଯେଉଁ ସ୍ତାନରୁ ଆପଣ ତିଳଚିହ୍ନ ହଟାଇବାକୁ ଚାହୁଁଛନ୍ତି।
  • ତିଳଚିହ୍ନରେ ପେଷ୍ଟ ଲଗାଇବା ପରେ ସେହି ସ୍ତାନରେ ସୂତାର କପଡା ବାନ୍ଧି ଦିଅନ୍ତୁ।
  • ଏହି କପଡାକୁ ରାତି ସାରା ବାନ୍ଧି ରଖନ୍ତୁ।

ଭଲ ରେଜଲ୍ଟ ପାଇବା ପାଇଁ ଏହି ଉପାୟକୁ ଦିନରେ ୨-୩ ଥର ପ୍ରୟୋଗ କରନ୍ତୁ ଏବଂ ସପ୍ତାହରେ ୩ ଥର ନିଶ୍ଚୟ ପୁନର୍ବାର କରନ୍ତୁ। ଧ୍ୟାନ ରଖନ୍ତୁ ରଷୁଣର ପେଷ୍ଟ କାରଣରୁ ପ୍ରଥମ ଦିନରେ ତିଳଚିହ୍ନରେ ଏକ ଆସ୍ତରଣ ହୋଇଯିବ। ଧୀରେ ଧୀରେ ଏହାର ଅକାର ଛୋଟ ହୋଇ ଗାୟବ ହୋଇଯିବ। ଧ୍ୟାନ ରଖନ୍ତୁ ଆପଣଙ୍କୁ ତିଳଚିହ୍ନରେ ହୋଇଥିବା ଆସ୍ତରଣକୁ ନିଜ ହାତରେ କାଢ଼ିବା ଉଚିତ ନୁହେଁ।

garlic

ଏହା ଛଡା ଆପଣ ତିଳଚିହ୍ନ ହଟାଇବା ପାଇଁ ସେଓକୁ ମଧ୍ୟ ବ୍ୟବହାର କରିପାରିବେ। ଏଥିପାଇଁ ଆପଣଙ୍କୁ ସେଓର ଭିନେଗାର, ତୁଳା ଏବଂ ଡାକ୍ତର ଟେପ ଆବଶ୍ୟକ। ତିଳଚିହ୍ନ ହଟାଇବା ପାଇଁ ସର୍ବପ୍ରଥମେ ତୁଳାକୁ ଭିନେଗାରରେ ବୁଡାଇ ରାଶି ହୋଇଥିବା ସ୍ତାନରେ ଲଗାନ୍ତୁ। ଏହା ପରେ ଭିନେଗାରରେ ବୁଡା ଯାଇଥିବା ତୁଳାକୁ ତିଳଚିହ୍ନରେ ଜାବୁଡି ରଖିବା ପାଇଁ ଡାକ୍ତର ଟେପର ବ୍ୟବହାର କରନ୍ତୁ। ଏହାକୁ ପ୍ରାୟ ୫-୬ ଘଣ୍ଟା ପର୍ଯ୍ଯନ୍ତ ଲଗାଇ ରଖନ୍ତୁ।

ଯେତେ ପର୍ଯ୍ଯନ୍ତ ତିଳଚିହ୍ନରେ ଆସ୍ତରଣ ହେଉନାହିଁ, ସେହି ସ୍ତାନକୁ ସଫା କରି ସେଓର ଭିନେଗାରକୁ ତିଳଚିହ୍ନ ଉପରେ ଲଗାନ୍ତୁ। ଜଣାଇପାକୁ ଚାହିଁବୁ ଭିନେଗାରରେ ମହଜୁଦ ଥିବା ଏସିଡ ତିଳଚିହ୍ନକୁ ଶୁଖାଇ ଦିଏ। ଯେଉଁ କାରଣରୁ ତିଳଚିହ୍ନରେ ଆସ୍ତରଣ ଜମିଥାଏ ଏବଂ ଧୀରେ ଧୀରେ ତାହା ମିଳେଇ ଯାଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button