ଜୀବନଶୈଳୀ

ପୁରୁଷଙ୍କ ଅପେକ୍ଷା ମହିଳା କାର୍ଯ୍ଯାଳୟରେ କାହିଁକି ରୁହନ୍ତି ଅଧିକ ଚାପଗ୍ରସ୍ତ

ଆଜିର ସମୟରେ କାମର ଚାପ ଅଧିକ ରହିବା ହେତୁ ପ୍ରାୟ ସମସ୍ତେ ରହୁଛନ୍ତି ଚିନ୍ତିତ ଏବଂ ଚାପଗ୍ରସ୍ତ। କିନ୍ତୁ ଦେଖିବାକୁ ଗଲେ ସମସ୍ତ ସ୍ଥାନରେ ପୁରୁଷଙ୍କ ଅପେକ୍ଷା ମହିଳା ରହୁଛନ୍ତି ଅଧିକ ଚିନ୍ତିତ ଏବଂ ଚାପଗ୍ରସ୍ତ। ତେବେ ଏହା ଆମେ କହୁନାହୁଁ ନିକଟରେ ହୋଇଥିବା ଏକ ଗବେଷଣାରେ ଏହା ପ୍ରମାଣିତ ହୋଇଛି। ଏହି ଗବେଷଣାରେ ଜଣାପଡ଼ିଛି , କାର୍ଯ୍ଯାଳୟରେ ପୁରୁଷଙ୍କ ଅପେକ୍ଷା ଅଧିକ ଚିନ୍ତାଗ୍ରସ୍ତ ରହିଥାନ୍ତି ମହିଳା। ଯାହାଫଳରେ ଅନେକ ପ୍ରକାରର ମାନସିକ ତଥା ଶାରୀରିକ ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ୁଛି। ଏଣୁ ଏହି ସମସ୍ୟାକୁ ଯଥା ସମ୍ବବ ସମାଧାନ ବାହାର କରିବା ଆବଶ୍ୟକ।

 businesswoman

କଣ ରହିଛି କାରଣ ?

ବାସ୍ତବରେ ମହିଳାମାନେ ଭାବନାତ୍ମକ ଭାବେ ବହୁତ ଦୁର୍ବଳ ଏବଂ ଅସ୍ଥିର ରହିଥାନ୍ତି। ଏଥିପାଇଁ କାର୍ଯ୍ଯାଳୟରେ ସେମାନେ ଅଧିକ ଚାପ ଅନୁଭବ କରିଥାନ୍ତି। ସେମାନଙ୍କୁ କାମ ହିସାବରେ ଦରମା ଏବଂ ପ୍ରମୋସନ ମିଳିନଥାଏ କିନ୍ତୁ ଅଧିକ କାମର ଆଶା କରାଯାଇଥାଏ। ସେହିପରି ବିବାହିତ ମହିଳାଙ୍କୁ ତାଙ୍କ ପରିବାର ଏବଂ କାର୍ଯ୍ଯାଳୟ ମଧ୍ୟ ସନ୍ତୁଳନ କରିବାକୁ ପଡ଼ିଥାଏ। ଯାହାଫଳରେ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ିଥାଏ। ଏହି ସମସ୍ତ ସମସ୍ୟା ଦେଇ ଗତି କରୁଥିବାରୁ ଅନେକ ସମୟରେ ତାଙ୍କୁ ପରମାନେଣ୍ଟ ଚିନ୍ତାର ମଧ୍ୟର ସାମ୍ନା କରିବାକୁ ପଡ଼ିଥାଏ।

working-women

କିପରି କରିବା କାର୍ଯ୍ଯାଳୟରେ ଚାପ ଦୂର

-ନିଜର ସମୟକୁ ପରିବାର ଏବଂ କାର୍ଯ୍ଯାଳୟର ସୁବିଧା ଦେଖି ମ୍ୟାନେଜ କରନ୍ତୁ। ସର୍ବପ୍ରଥମେ ସେହି କାମ କରନ୍ତୁ ଯାହା ଆପଣଙ୍କ ପାଇଁ ନିହାତି ଜରୁରୀ ଅଟେ। ଅନ୍ୟ ସମସ୍ତ କାମ କରିବା ମଝିରେ ନିଜ ପାଇଁ ମଧ୍ୟ କିଛି ସମୟ ବାହାର କରନ୍ତୁ।

-କିଛି ଜିନିଷ ଅତ୍ୟାଧିକ ଭାବିବା ମଧ୍ୟ ଚିନ୍ତାକୁ ବଢ଼ାଇ ଦେଇଥାଏ। ଅନେକ ସମୟରେ ଅଧିକ ଭାବିବା ଦ୍ବାରା ମୁଣ୍ଡ କାମ କରିବା ବନ୍ଦ ମଧ୍ୟ କରିଦେଇଥାଏ ଯାହା ଫଳରେ ମାନସିକ ରୋଗର ସମ୍ଭାବନା ବଢ଼ିଯାଇଥାଏ।

-କଥାରେ ଅଛି ନିଜ ରୋଗର ନିଜେ ବଇଦ। ଏଣୁ ଆପଣଙ୍କ ସମସ୍ୟା ବା ଚିନ୍ତାର ଆପଣଙ୍କ ନିକଟରେ ହିଁ ସମାଧାନ ରହିଛି। ଏଣୁ ଚେଷ୍ଠା କରନ୍ତୁ ହିଲିଂ କେୟାର ବା ଏନଯାଇଟି ଦ୍ବାରା ନିଜକୁ ଚାପମୁକ୍ତ ରଖିବେ।

Indian-Women1

-ଚାପମୁକ୍ତ ହେବାର ସବୁଠାରୁ ଭଲ ଉପାୟ ହେଉଛି ଯୋଗ ବା ଧ୍ୟାନ କରିବା। ଯେତେବେଳେ ଆପଣ ଚାପଗ୍ରସ୍ତ ଅନୁଭବ କରୁଛନ୍ତି ସେତେବେଳେ ୫ ମିନିଟର ବିରତି ନେଇ ଧ୍ୟାନ କରନ୍ତୁ ଏବଂ ମନକୁ ଶାନ୍ତ କରନ୍ତୁ।

-ଘରର ଏବଂ କାର୍ଯ୍ଯାଳୟର କାମ ଚକ୍କର ମହିଳାଙ୍କୁ ସଠିକ୍ ଭାବେ ନିଦ ପୂରା ହୋଇନଥାଏ। ଯାହା ଫଳରେ ଚିନ୍ତା ଏବଂ ଏକୁଟିଆପଣ ବଢ଼ିଥାଏ। ଏଣୁ ଏଥିରୁ ମୁକ୍ତି ପାଇବା ପାଇଁ ସବୁବେଳେ ନିଜର ନିଦକୁ ପୂରା କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button