ଦେଶ ବିଦେଶ

କେଶ ଝଡିବାରେ ଚିନ୍ତିତ କି ? ଶୋଇବା ପୂର୍ବରୁ ନିଶ୍ଚିତ ଲଗାନ୍ତୁ ଏହି ଖାସ ତେଲ

ଆଜିର ଦୁନିଆରେ ସବୁଠୁ ବଡ ସମସ୍ୟା ହୋଇ ଠିଆ ହୋଇଛି କେଶ ଝଡିବା। ଏହାର କାରଣ ହେଉଛି ଜୀବନଶୈଳୀରେ ପରିବର୍ତ୍ତନ, ଭୁଲ ଖାଦ୍ୟପେୟର ଅଭ୍ୟାସ ଏବଂ ଠିକ ଭାବରେ କେଶର ଯତ୍ନ ନନେବା। ସବୁ ମହିଳା ମାନେ ସୁସ୍ଥ ଏବଂ ସୁନ୍ଦର କେଶ ଚାହିଁଥାନ୍ତି, ଯେଉଁ କାରଣରୁ ସେ କେଶରେ ଅନେକ ପ୍ରକାରର ପ୍ରଡକ୍ଟସ ବ୍ୟବହାର କରିଥାନ୍ତି କିନ୍ତୁ ସେଥିରୁ କିଛି ଫରକ ଦେଖାଯାଏ ନାହିଁ। ଆଜି ଆମେ ଆପଣଙ୍କ କେଶ ପାଇଁ ଏମିତି ଉପାୟ ଜଣାଇବୁ ଯାହାକୁ ବ୍ୟବହାର କରି ଆପଣ ଆପଣଙ୍କ କେଶ ଲମ୍ବା,ଘନ ଏବଂ ସୁସ୍ଥ ହୋଇଯିବ।

ଏମିତି କରନ୍ତୁ ତେଲର ପ୍ରସ୍ତୁତ

vitamine eଏହି ସ୍ବତନ୍ତ୍ର ତେଲକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ୪ଟି ଭିଟାମିନ ଇ କ୍ୟାପସୁଲ, ୨ ଟେବୁଲ ଚାମଚ ନଡିଆ ତେଲ, ୧ ଟେବୁଲ ଚାମଚ ବାଦାମ ତେଲ ଏବଂ ୨ ଟେବୁଲ ଚାମଚ କ୍ୟାଷ୍ଟର ଅଏଲ ଆବଶ୍ୟକ। ଏବେ ଆପଣ ଏକ ବୋଟଲରେ ଏହି ସବୁକୁ ମିଶାଇ ଦିଅନ୍ତୁ। ଆପଣଙ୍କର ହେୟାର ଅଏଲ ପ୍ରସ୍ତୁତ ହୋଇଯାଇଛି।

ତେଲକୁ ଏମିତି କରନ୍ତୁ ବ୍ୟବହାର

ସପ୍ତାହରେ ଥରେ ଶୋଇବା ପୂର୍ବରୁ ଏହି ତେଲକୁ ଆପଣଙ୍କ କେଶରେ ଲଗାନ୍ତୁ। ୧୦ ମିନିଟ ପର୍ଯ୍ଯନ୍ତ ମସାଜ କରି ରାତି ସାରା ଛାଡି ଦିଅନ୍ତୁ। ପରଦିନ ସାମ୍ପୁରେ ଧୋଇ କଣ୍ଡିସନର ଲଗାଇ ଦିଅନ୍ତୁ।

hair

ଆସନ୍ତୁ ଜାଣିବା ଏହି ତେଲକୁ ଲଗାଇବା ଦ୍ବାରା କଣ କଣ ଫାଇଦା ମିଳିଥାଏ

-ଏହା ଆପଣଙ୍କ କେଶକୁ ସୁସ୍ଥ ରଖିଥାଏ।
-ଏହି ତେଲ ଆପଣଙ୍କ କେଶକୁ ମୂଳରୁ ଠିକ କରିବାରେ ସାହାଯ୍ୟ କରିଥାଏ।
-ଆପଣଙ୍କୁ କେଶ ଝଡିବା ସମସ୍ୟାରୁ ମୁକ୍ତି ମିଳିବ।
-ଏହା ଆପଣଙ୍କ କେଶକୁ ଏକ୍ସଟ୍ରା ଉଜ୍ବଳତା କରିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button