ଦେଶ ବିଦେଶ

କେବଳ ଅଣ୍ଡା ନୁହଁ, ଅଣ୍ଡା ଖୋଳ ମଧ୍ୟ ବହୁ ଲାଭଦାୟକ : ଜାଣନ୍ତୁ ଏହାର ବହୁବିଧ ବ୍ୟବହାର

ସଣ୍ଡେ ହୋ ୟା ମଣ୍ଡେ ରୋଜ ଖାଏଁ ଅଣ୍ଡେ’ । ଏଇ ବିଜ୍ଞାପନ ଲାଇନଟି ଆପଣ କେଉଁଠି ନା କେଉଁଠି ଶୁଣିଥିବେ ନଚେତ ପଢ଼ିଥିବେ। ଅଣ୍ଡାର ଫାଇଦା ସମ୍ପର୍କରେ ଆପଣ ତ ଭଲ ଭାବେ ଜାଣିଥିବେ। ଅଣ୍ଡାର ବ୍ୟବହାର ନା କେବଳ ସ୍ବାସ୍ଥ୍ୟ ପାଇଁ ବରଂ ସୁନ୍ଦରତା ପାଇଁ ମଧ୍ୟ କରାଯାଏ। ଅଣ୍ଡାର ଧଳା ଅଂଶ ସ୍ବାସ୍ଥ୍ୟ ଏବଂ ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ବହୁତ ଫାଇଦା ଦେଇଥାଏ। କିନ୍ତୁ କଣ ଆପଣ କେବେ ଶୁଣିଛନ୍ତି କି ଅଣ୍ଡାର ଖୋଳ ମଧ୍ୟ ସୁନ୍ଦରତା ବଢ଼ାଇବାରେ ବହୁତ ଲାଭ ଦାୟକ ହୋଇଥାଏ ବୋଲି ? ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ ଯେ ଅଣ୍ଡାର ଚୋପା ତ୍ବଚା ଏବଂ ଅନେକ ପ୍ରକାରର ସମସ୍ୟା ପାଇଁ କାମରେ ଆସି ପାରିବ। ଏହା ସହିତ ଅଣ୍ଡା ଖୋଳକୁ ଠିକ୍ ଭାବେ ବ୍ୟବହାର କଲେ ହିଁ ତ୍ବଚା ସଫା ହୋଇଥାଏ ଏବଂ ଏହା ଦ୍ବାରା ପ୍ରାକୃତିକ ଚମକ ଆସିଥାଏ।

ଅନେକ ଲୋକ ଦୈନିକ ଅଣ୍ଡା ଖାଇବା ପାଇଁ ଉପଦେଶ ଦେଇ ଥାଆନ୍ତି । କୁହାଯାଏ, ପ୍ରତିଦିନ ଅଣ୍ଡା ଖାଇବା ଦ୍ୱାରା ବିଭିନ୍ନ ପ୍ରକାରର ରୋଗ ହୋଇ ନ ଥାଏ । ସାଧାରଣତଃ ଅଣ୍ଡା ଖାଇବା ପରେ ଅଣ୍ଡାଖୋଳକୁ ଅଦରକାରୀ ଭାବି ପିଙ୍ଗା ଯାଇଥାଏ । ତେବେ ଆପଣ ଜାଣିଛନ୍ତି କି କେବଳ ଯେ ଅଣ୍ଡା ଖାଇବା ଦ୍ୱାରା ଅନେକ ପ୍ରକାରର ଲାଭ ମିଳିଥାଏ ତାହା ନୁହଁ ବରଂ ଅଣ୍ଡାର ଖୋଳର ମଧ୍ୟ ବିଭିନ୍ନ ଉପକାରିତା ରହିଛି। କିଛି ବ୍ୟକ୍ତି ଏହା ଜାଣିଥିଲେ ହେଁ ଅନେକ ଏହା ବିଷୟରେ ଅଜଣା ରହିଛନ୍ତି । ଆସନ୍ତୁ ଜାଣିବା କ’ଣ ରହିଛି ଅଣ୍ଡାଖୋଳର ଉପକାରିତା ।

ବ୍ୟବହାର କରିବାର ପ୍ରଣାଳୀ

ସୌନ୍ଦର‌୍ୟ୍ୟ ପାଇଁ ଅଣ୍ଡା ଖୋଳର ବ୍ୟବହର କରାଯାଇ ପାରିବ। ଅଣ୍ଡା ଫଟାଇବା ପରେ ତାହାର ଚୋପାକୁ ଖରାରେ ଶୁଖାଇ ଦିଅନ୍ତୁ। ଏହା ପରେ ତାହାକୁ ପେଶି ପାଉଡର ପ୍ରସ୍ତୁତ କରି ଦଅନ୍ତୁ । ଏହା ପରେ ହିଁ ବ୍ୟବହାର କରନ୍ତୁ।
ଅଣ୍ଡା ଚୋପାର ଫାଇଦା

egg_coverତ୍ବଚାକୁ ଦାଗମୁକ୍ତ କରିବା ପାଇଁ ଅଣ୍ଡା ଚୋପାର ପାଉଡରକୁ ବ୍ୟବହାର କରନ୍ତୁ। ଅଣ୍ଡା ଚୋପାର ପାଉଡରରେ ଭିନେଗାର ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ଚେହେରାରେ ହାଲୁକା ଭାବରେ ମାଲିସ କରନ୍ତୁ। ଏହି ଉପାୟ କରିବାର କିଛି ଦିନ ପରେ ଗୋରା ଏବଂ ଚମକଦାର ତ୍ବଚା ପାଇ ପାରିବେ।

ଅଣ୍ଡା ଚୋପାର ପ୍ରସ୍ତୁତ ପାଉଡରରେ ଲେମ୍ବୁ ରସ ଓ ଭିନେଗାର ମିଶାଇ ତ୍ବଚାରେ ଲଗାଇବା ଦ୍ବାରା ତ୍ବଚାରେ ଥିବା ଦାଗ ଓ ଚିହ୍ନ ଦୂର ହୋଇଥାଏ। ଏହା ସହିତ ତ୍ବଚାରେ ସଂକ୍ରମଣର ଭୟ ମଧ୍ୟ କମ୍ ରହିଥାଏ। ଯଦି ଆପଣଙ୍କର କୌଣସି ପ୍ରକାରର ଚର୍ମ ରୋଗ ହୋଇଥାଏ,ତେବେ ଏହି ଉପାୟ ଆପଣଙ୍କୁ ଫାଇଦା ଦେବ।

ସୌନ୍ଦର‌୍ୟ୍ୟରେ ସୁନ୍ଦର ଦାନ୍ତର ମଧ୍ୟ ମହତ୍ତ୍ବପୂର୍ଣ୍ଣ ଭୂମିକା ରହିଛି। ଯଦି ଆପଣ ହଳଦିଆ ଦାନ୍ତ ପାଇଁ ଚିନ୍ତିତ ଅଛନ୍ତି। ସବୁଦିନ ବ୍ରସ୍ କରିବା ପରେ ମଧ୍ୟ ଦାନ୍ତ ହଳଦିଆ ରହୁଛି ତେବେ ଅଣ୍ଡା ଖୋଳର ପାଉଡରକୁ ନିୟମିତ ଭାବରେ ଦାନ୍ତରେ ମାଲିସ କରନ୍ତୁ। କିଛି ଦିନ ପରେ ଫରକ ଜାଣି ପାରିବେ।

egg shellଅଣ୍ଡାର ଖୋଳର ପାଉଡରରେ ଦୁଇ ଚାମଚ ମହୁ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ ଆପଣ ନିଜର ତ୍ବଚାରେ ଲଗାନ୍ତୁ। ଗୋଟିଏ ସପ୍ତାହ ଭିତରେ ଆପଣଙ୍କ ତ୍ବଚାର ଫରକ ଜାଣି ପାରିବେ।

ଏହା ସହିତ ଅଣ୍ଡା ଖୋଳ ଦ୍ବାରା ଆପଣ ବହୁତ ପ୍ରକାରର ଲାଭରେ ରହିପାରିବେ

-କପଡ଼ାରେ ଚମକ ଆଣିବା ପାଇଁ ଅଣ୍ଡା ଖୋଳ ବହୁ ଲାଭଦାୟକ । କପଡ଼ା ସଫା କରୁଥିବା ସମୟରେ ବାଲ୍ଟିଏ ପାଣିରେ ଅଣ୍ଡା ଖୋଳ ଗୁଣ୍ଡକୁ ପକାଇ ରାତି ସାରା କପଡ଼ା ବତୁରାଇ ରଖନ୍ତୁ । ସକାଳେ କପଡ଼ା ଗୁଡ଼ିକୁ ଧୋଇ ଦିଅନ୍ତୁ ଦେଖିବେ କପଡ଼ାର ଚମକ ବଢ଼ିଯିବ ।

-ଅଣ୍ଡାର ଖୋଳରୁୁ କ୍ୟାଲସିୟମ୍‌ ମିଳିଥାଏ । ଏହାକୁ ଗରମ ପାଣିରେ ସଫା କରି ଶୁଖାନ୍ତୁ । ଏହାପରେ ଏହାକୁ ଗୁଣ୍ଡ କରି ପବନ ଯାଇ ପାରୁନଥିବା ଏକ ପାତ୍ରରେ ବନ୍ଦ କରି ରଖନ୍ତୁ । ଏହି ଗୁଣ୍ଡକୁ ଆପଣ କ୍ୟାଲସିୟମ୍‌ ପାଉଡର ଭାବେ ବ୍ୟବହାର କରିପାରିବେ ।

ଏହା ସହ ପଢ଼ନ୍ତୁ : 

-ପନିପରିବାରେ ହେଉଥିବା ଛୋଟ ଛୋଟ ପୋକକୁ ଦୂରେଇ ରଖିବା ପାଇଁ ଏହା ଚାରିପାଖରେ ଅଣ୍ଡାର ଖୋଳକୁ ଛୋଟ ଛୋଟ ଖଣ୍ଡ କରି ପକାଇ ଦିଅନ୍ତୁ । ଦେଖିବେ ପୋକ ହେବା କମିଯିବ । ଏହା ସହ ଘରେ ଅଧିକ ପରିମାଣର ଅସରପା ହେଉଥିଲେ ସେହି ସ୍ଥାନରେ ଅଣ୍ଡା ଖୋଳ ରଖିଦିଅନ୍ତୁ, ଦେଖିବେ ଅସରପା ଆଉ ପାଦ ମାଡ଼ିବେ ନାହିଁ ।

egg_shell-ଆପଣ ଜାଣିଛନ୍ତି କି ଖାଲି ପୋକଯୋକ ନୁହଁ ବରଂ ବିଲେଇଙ୍କୁ ମଧ୍ୟ ଘର ଠାରୁ ଦୂରେଇ ରଖେ ଅଣ୍ଡା ଖୋଳ । ଅନେକ ସମୟରେ ବିଲେଇ ଘରକୁ ଆସି ଅପରିଷ୍କାର କରିଥାନ୍ତି । ଏହି ସମୟରେ ଯେଉଁ ଯାଗାକୁ ବିଲେଇ ଆସୁଛି ସେଠାରେ ଅଣ୍ଡା ଖୋଳ ପକାଇ ଦିଅନ୍ତୁ । ବହୁତ ଶୀଘ୍ର ଏହାର ପ୍ରତିକ୍ରିୟା ଦେଖିପାରିବେ ।

-ଅଣ୍ଡା ଖୋଳ ଗୁଣ୍ଡକୁ ଅଣ୍ଡାରେ ଗୋଳେଇ ଲଗାଇବା ଦ୍ୱାରା ବିଭିନ୍ନ ପ୍ରକାରର ଚର୍ମ ସଂକ୍ରମଣରୁ ରକ୍ଷା ମିଳିଥାଏ । ଏହା ସହ ତ୍ୱଚାର ରୁକ୍ଷତା ଏବଂ ଦାଗ ଦୂର ହୋଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button