ରାଶିଫଳ

ମିଥୁନ- କୁମ୍ଭ ରାଶି ବ୍ଯକ୍ତି ହୋଇଥାନ୍ତି ଭଲ ବନ୍ଧୁ, ଆସନ୍ତୁ ଜାଣିବା ସେହିପରି କେଉଁ ରାଶିର କିଏ ବନ୍ଧୁ

କେବେ ଭଲପାଇବା, କେବେ ଝଗଡ଼ା, ଏହା ତ ହେଉଛି ବନ୍ଧୁତାର ମୂଳମନ୍ତ୍ର। ବନ୍ଧୁଙ୍କ ବିନା ମନୁଷ୍ଯ ଜୀବନ ଅଧୁରା ଲାଗିଥାଏ। ପରିବାର, ଜୀବନସାଥି ଏବଂ ସଂପର୍କୀୟଙ୍କ ଛଡ଼ା ବନ୍ଧୁ ହିଁ ଏପରି ଏକ ସଂପର୍କ ଯେଉଁଥିରେ କୌଣସି ପ୍ରକାରର ନିୟମ ନାହିଁ କି ନାହିଁ କୌଣସି ସୀମା। ଏଣୁ ବନ୍ଧୁ ଚୟନ କରିବା ପୂର୍ବରୁ ବହୁତ ଭାବିଛନ୍ତି ନିର୍ଣ୍ଣୟ ନେବା ଉଚିତ୍। ତେବେ ଆଜି ଆମେ ଆପଣଙ୍କ ରାଶି ହିସାବରେ କେଉଁ ରାଶିର ବ୍ଯକ୍ତିଙ୍କ ସହ ବନ୍ଧୁତା ରହିବା ଉଚିତ୍ ତାହା ବିଷୟରେ କହିବାକୁ ଯାଉଛୁ।

frnds

ମେଷ –ଧନୁ ରାଶି

ଯଦି ଆପଣଙ୍କ ରାଶି ମେଷ ତେବେ ଆପଣଙ୍କର ବନ୍ଧୁତା ଧନୁ ରାଶିର ବ୍ଯକ୍ତିଙ୍କ ସହ ଭଲ ଜମିବ। କହିବାକୁ ଗଲେ ଏହି ଦୁଇ ରାଶିର ବ୍ଯକ୍ତିଙ୍କର ଦୁହିଁଙ୍କ ମଧ୍ୟରେ ଭଲ ଭାବର ଆଦାନପ୍ରଦାନ ହୋଇଥାଏ। ଏହା ଛଡ଼ା ଏହି ରାଶିର ବ୍ଯକ୍ତିଙ୍କର ସିଂହ ରାଶିର ବ୍ଯକ୍ତିଙ୍କ ସହ ବହୁତ ଭଲ ପଡ଼ିଥାଏ।

ବୃଷ ଏବଂ ମକର ରାଶି

ଏହି ଦୁଇ ରାଶିର ବ୍ଯକ୍ତି ବହୁତ ସତ୍ଯତା ଏବଂ ବିଶ୍ବାସର ସହ ବନ୍ଧୁତା ବନିଥାନ୍ତି। ତେବେ ଏହି ରାଶିର ବ୍ଯକ୍ତି ଭୁଲରେ ମଧ୍ୟ ମିଥୁନ ରାଶି ବ୍ଯକ୍ତିଙ୍କ ସହ ବନ୍ଧୁତା କରନ୍ତୁ ନାହିଁ। କାରଣ ତାହା ଅଧିକ ଦିନ ପର୍ଯ୍ଯନ୍ତ ତିଷ୍ଠିବ ନାହିଁ।

frnd

ମିଥୁନ –କୁମ୍ଭ ରାଶି

ଏହି ଦୁଇ ରାଶିର ବନ୍ଧୁତା ସୁଦ୍‌ଢ଼ ହୋଇଥାଏ ।ଏମାନେ ସବୁବେଳେ ଦୁହିଁଙ୍କ ପାଇଁ ଠିଆ ହୋଇଥାନ୍ତି। ଏହି ରାଶିର ବ୍ଯକ୍ତି କେବେ କାହାକୁ ଧୋକ ଦେଇନଥାନ୍ତି।

କର୍କଟ-ମୀନ ରାଶି

ଏହି ରାଶିର ବ୍ଯକ୍ତି ପରସ୍ପର ସହ ସମସ୍ତ ମୂହୂର୍ତ୍ତରେ ଠିଆ ହୋଇଥାନ୍ତି। ଏମାନେ ଜୀବନର ସମସ୍ତ ଅସୁବିଧାକୁ ବହୁତ ଭଲ ଭାବେ ସାମ୍ନା କରିଥାନ୍ତି। ତେବେ ଏହି ରାଶିର ବ୍ଯକ୍ତି କେବେ ମକର ରାଶି ବ୍ଯକ୍ତିଙ୍କ ସହ ବନ୍ଧୁତା କରିବା ଉଚିତ୍ ନୁହଁ।

friend

ସିଂହ- ମିଥୁନ ରାଶି

ଏହି ଦୁଇ ରାଶିଙ୍କର ଭଲ ବୁଝାବଣା ରହିବା ସହ ବହୁତ ଭଲ ବନ୍ଧୁ ମଧ୍ୟ ହୋଇଥାନ୍ତି। ଏଥିସହ ଧନୁ ରାଶି ମଧ୍ୟ ସିଂହ ରାଶି ପାଇଁ ବହୁତ ଭଲ ସାବ୍ଯସ୍ତ ହୋଇଥାନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button