ଦେଶ ବିଦେଶ

ଅଫିସରେ ନକରାତ୍ମକ ବ୍ଯକ୍ତିଙ୍କଠୁ ନିଜକୁ ରଖିବାକୁ ଚାହୁଁଛନ୍ତି ଦୂର, ତେବେ କରନ୍ତୁ ଏହି କାମ

ବ୍ଯକ୍ତି ଅନୁଯାୟୀ ସମସ୍ତଙ୍କର ସ୍ବଭାବ ଭିନ୍ନ ଭିନ୍ନ ରହିଥାଏ। ଏପରିକି କିଛି ବ୍ଯକ୍ତିଙ୍କ ବ୍ଯବହାରରେ ଆମର ସମସ୍ତ ଅସୁବିଧାର ସମାଧାନ ମିଳିଥିବା ବେଳେ ଆଉ କିଛିଙ୍କର କଥା ଆମକୁ ବହୁତ କଷ୍ଟ ଦେଇଥାଏ। କାରଣ କିଛି ବ୍ଯକ୍ତିଙ୍କ ସ୍ବଭବରେ ବହୁତ ନକାରତ୍ମକ ଭାବନା ରହିଥାଏ। ତେବେ ଆଜି ଆମେ କାର୍ଯ୍ଯଳୟରେ କିପରି ନକରାତ୍ମକ ଲୋକଙ୍କ ନିକଟରୁ ଦୂରରେ ତାହା ବିଷୟରେ କହିବାକୁ ଯାଉଛୁ।

ଯେଉଁ ବ୍ଯକ୍ତି ନେଗେଟିଭ୍ ବା ନକରାତ୍ମକ ଚିନ୍ତାଧାରା ବିଶିଷ୍ଟ ହୋଇଥାନ୍ତି ସେମାନଙ୍କୁ ସକାରତ୍ମକ ଜିନିଷ ପ୍ରତି ପ୍ରେରିତ କରନ୍ତୁ। ତାଙ୍କ ସହ ପଜେଟିଭ ବିଷୟ ବସ୍ତୁକୁ ନେଇ ଆଲୋଚନା କରନ୍ତୁ।

office

କାର୍ଯ୍ଯଳୟରେ କାମକୁ ନେଇ ପ୍ରତିଯୋଗିତା ଲାଗି ରହିବା ଏକ ସାଧାରଣ କଥା। ଏଣୁ କେବେ ମଧ୍ୟ ନକରାତ୍ମକ ଭାବନା ଥିବା ବ୍ଯକ୍ତିଙ୍କ ନିକଟରେ ହାର ମାନନ୍ତୁ ନାହିଁ। ଯଦି କୌଣସି ବ୍ଯକ୍ତି ଆପଣଙ୍କ ସମସ୍ତ କଥାରେ ମୁଣ୍ଡ ପୂରାଇଥାନ୍ତି ଅଥବା ସବୁବେଳେ ଆପଣଙ୍କୁ ନେଇ ଅଭିଯୋଗ କରୁଛନ୍ତି ତାଙ୍କ ସାମ୍ନାରେ ହାର ମାନିବା ମୂର୍ଖାମି ।

office 2

ଯଦି କାର୍ଯ୍ଯଳୟରେ କୌଣସି ବ୍ଯକ୍ତିଙ୍କ କଥା ଆପଣଙ୍କ ଉପରେ ନକରାତ୍ମକ ପ୍ରଭାବ ପକାଉଛି ତେବେ ତାଙ୍କଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ। ନିଜକୁ ଚାପଗ୍ରସ୍ତ କରିବା ବଦଳରେ ନକରାତ୍ମକ ଚିନ୍ତାଧାରା ଥିବା ବ୍ଯକ୍ତିଙ୍କୁ ତାଙ୍କ କାମରେ ଧ୍ୟାନ ଦେବାକୁ ଅନୁରୋଧ କରନ୍ତୁ।

ଯଦି କୌଣସି ବ୍ଯକ୍ତିଙ୍କ କଥା ଅଫିସରେ ଖରାପ ଲାଗୁଛି । ତେବେ ଚୁପ ନରହି ତାଙ୍କ ନେଗେଟିଭ୍ ଚିନ୍ତାଧାରାକୁ  ପଜେଟିଭରେ ବଦଳିବାକୁ ଚେଷ୍ଟା କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button