ଓଡିଶା
ପୋଖରୀକୁ ପହଁରା ଶିଖିବାକୁ ଆସିଥିଲେ, ହେଲେ ଫେରିଲା ମୃତଦେହ

ପୋଖରୀକୁ ପହଁରା ଶିଖିବାକୁ ଆସିଥିଲେ, ହେଲେ ଫେରିଲା ମୃତଦେହ । ବ୍ରହ୍ମପୁର ଆଙ୍କୁଲି ନୂଆ ସାହି ପୋଖରୀରେ ବୁଡି ଦୁଇ ମୃତ । ମୃତଦେହ ଉଦ୍ଧାର କଲେ ଅଗ୍ନିଶମ ବାହିନୀ । ମୃତକ ହେଲେ ବିଶ୍ୱଜିତ୍ ପଣ୍ଡା, ଅନ୍ୟ ଜଣଙ୍କ ମିଳିନି ପରିଚୟ । ଉଭୟ ପୋଖରୀକୁ ପହଁରା ଶିଖିବା ପାଇଁ ଆସିଥିଲେ । ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଦୁଇ ଜଣଙ୍କୁ ଉଦ୍ଧାର କରି ବ୍ରହ୍ମପୁର ମଡ଼ ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସୂଚନାଯୋଗ୍ୟ, କିଛିଦିନ ତଳେ ବାଲେଶ୍ଵର ଟାଉନ୍ ଥାନା ଅନ୍ତର୍ଗତ ମାନସିଂ ବଜାର ଅଞ୍ଚଳରେ ଘଟିଥିଲା ଅଘଟଣ । ସମର କୋର୍ସ ପାଇଁ ଭଦ୍ରକ ଜିଲ୍ଲାରୁ ଆସି ଏକ ଘରୋଇ ଶିକ୍ଷାନୁଷ୍ଠାନ ରହିଥିବା ଦୁଇ ଛାତ୍ରଙ୍କ ପୋଖରୀରେ ବୁଡ଼ି ମୃତ୍ୟୁ ହୋଇଥିଲା । ତେବେ ଦୁଇ ଛାତ୍ରଙ୍କ ମୃତ୍ୟୁକୁ ନେଇ ବାଲେଶ୍ଵର ଜିଲ୍ଲା ମେଡିକାଲରେ ଗତ ବିଳମ୍ବିତ ରାତ୍ରିରେ ଉତ୍ତେଜନା ଦେଖିବାକୁ ମିଳିଥିଲା ।

