ପାଦରେ ରହିଛି କାନ୍ଦୁଥିବା ଶିଶୁକୁ ଚୁପ୍ କରିବାର ରହସ୍ୟ

ମାତୃତ୍ବ ସମସ୍ତ ମହିଳାଙ୍କ ଜୀବନ ଏକ ବିଶେଷ ମୂହୂର୍ତ୍ତ ରହିଥାଏ। ତେବେ ମାତୃତ୍ବ ଠାରୁ ଅଧିକ କଷ୍ଠକର ହୋଇଥାଏ ଶିଶୁକୁ ସମ୍ଭାଳିବା। କାରଣ ଶିଶୁ ନିଜର କଷ୍ଟ ଏବଂ ଯନ୍ତ୍ରଣା କହିପାରନ୍ତି ନାହିଁ ଯାହା ଫଳରେ ସେମାନେ କାନ୍ଦିଥାନ୍ତି । ଶରୀରରେ ଅସୁସ୍ଥତା ହେଉ ବା କିଛି ଅନ୍ୟ କାରଣ ତାହା ପାଇଁ ସେମାନେ କେବଳ କାନ୍ଦିଥାନ୍ତି । ବେଳେବେଳେ କିଛି କାନ୍ଦର କାରଣ ଜଣାପଡ଼ିଥିଲେ ମଧ୍ୟ କିଛିର କାରଣ ଜାଣିବା କଷ୍ଟକର ହୋଇଥାଏ। ଯଦି ଆପଣଙ୍କ ଶିଶୁ ମଧ୍ୟ କିଛି କାରଣ ବଶତଃ ଅହରହ କାନ୍ଦୁଛି ତେବେ ତାହାକୁ ତୁରନ୍ତ ଚୁପ୍ କରାଇବାର ଉପାୟ ରହିଛି ତାହାର ପାଦରେ ।
ଆସନ୍ତୁ ଜାଣିବା କିପରି ଚୁଟ୍କିରେ କାନ୍ଦୁଥିବା ଶିଶୁକୁ ଚୁପ୍ କରାଇବେ
ଶିଶୁଟିର ଦାନ୍ତ ଏବଂ ମୁଣ୍ଡରେ ଯନ୍ତ୍ରଣା ଅନୁଭୂତ ହେଉଥିଲେ ତାହାର କାନ୍ଦ ବନ୍ଦ କରିବା ପାଦର ତଳି ଆଙ୍ଗୁଟି ଗୁଡ଼ିକୁ ଧିରେ ଧିରେ ଚିପନ୍ତୁ ଦେଖିବେ ଶିଶୁଟିକୁ ଆରାମ ଲାଗିବା ସହ ସେ କାନ୍ଦିବା ବନ୍ଦ କରିଦେବ । ଏଥିସହ ତଳିପାଦର ସେହି ଅଂଶକୁ ମାଲିସ କରିବା ଦ୍ୱାରା ଥଣ୍ଡା ଏବଂ ସାଇନସ୍ରୁ ମଧ୍ୟ ରକ୍ଷା ମିଳିଥାଏ।
ଫୁସ୍ଫୁସ୍ କିମ୍ବା ଛାତିରେ ଯନ୍ତ୍ରଣା ଅନୁଭୂତ ହେଉଥିଲେ ତଳିପାଦର ଉପରି ଅଂଶକୁ ମାଲିସ କରନ୍ତୁ । ଦେଖିବେ ଶିଶୁଟି ଚୁପ୍ ରହିବା ସହ ତାହାକୁ ଆରାମ ଲାଗିବ । ଶିଶୁଟିର ପେଟ ଖରାପ କିମ୍ବା କିଛି କାରଣ ବଶତଃ ଯନ୍ତ୍ରଣା ଅନୁଭୂତ ହେଉଥାଏ। ଏଥିପାଇଁ ଶିଶୁର ପାଦର ମଝି ଅଂଶକୁ ମାଲିସ କରନ୍ତୁ ଦେଖିବେ ତାହା ଦ୍ୱାରା ଯନ୍ତ୍ରଣା କିଛି ମାତ୍ରାରେ କମ ହେବ । ଏହା ଦ୍ୱାରା ଶିଶୁଟିର ପାଚନ କ୍ରିୟା ମଧ୍ୟ ସଠିକ୍ ଭାବେ ହୋଇଥାଏ। ଶିଶୁଟିକୁ ଶୁଆଇବା ସମୟରେ ତଳି ପାଦର ଗୋଇଠି ଅଂଶକୁ ମାଲିସ କରନ୍ତୁ । ଏହା ଦ୍ୱାରା ଶିଶୁଟିକୁ ଆରାମ ଲାଗିବା ସହ ନିଶ୍ଚିନ୍ତାରେ ଶୋଇଥାଏ।



