ଦେଶ ବିଦେଶ
ଏହି ଯୋଗ ମୁଦ୍ରା ଦ୍ବାରା ଚୁଟକିରେ ଦୂର କରନ୍ତୁ ଥକାପଣ ଏବଂ ଦୁର୍ବଳତା

ପୃଥିବୀ ମୁଦ୍ରା
ଦରକାରରୁ କମ୍ ଓଜନ ହେବା କାରଣରୁ ମଧ୍ୟ ଅନେକ ରୋଗର ଆଶଙ୍କା ରହିଥାଏ ଯାହା ଦ୍ବାରା ଶରୀରର ପ୍ରତିରୋଧକ କ୍ଷମତା କମ୍ ହୋଇଯାଇଥାଏ। ପୃଥିବୀ ମୁଦ୍ରା ଦୁର୍ବଳ ଲୋକଙ୍କର ଓଜନ ବଢ଼ାଇଥାଏ। ଏହି ମୁଦ୍ରା ଶରୀରର ଭିଟାମିନର ଅଭାବକୁ ଦୂର କରିଥାଏ।
ବଢ଼ୁଥିବା ଛୁଆ, ମହିଳା ଏବଂ ଦୁର୍ବଳ ପାଚନ ଶକ୍ତିର ଲୋକମାନଙ୍କ ପାଇଁ ଏହି ମୁଦ୍ରା ଲାଭଦାୟକ ହୋଇଥାଏ।ଏହା ଦ୍ବାରା ଶରୀରର ଶକ୍ତି ବଢ଼ିଥାଏ, ଜୀବନ ଶକ୍ତିର ବିସ୍ତାର ହୋଇଥାଏ ଏବଂ ଚେହେରାରେ ଚମକ ଆସିଥାଏ।
ଏହି ମୁଦ୍ରାକୁ କରିବା ସମୟରେ ପଦ୍ମାସନରେ ବସି ନିଜର ମେରୁଦଣ୍ଡକୁ ସିଧା ରଖନ୍ତୁ ଏବଂ ଦୁଇଟି ହାତକୁ ଆଙ୍ଗୁଠି ଏବଂ ଅନାମିକାର ଅଗ୍ରଭାଗକୁ ମିଶାନ୍ତୁ।
ଶେଷ ଆଙ୍ଗୁଠିକୁ ସିଧା ରଖନ୍ତୁ। ପ୍ରତ୍ୟେକଦିନ ୧୦-୧୫ ମିନିଟ ସମୟ ପର୍ଯ୍ଯନ୍ତ କରି ଏହାର ଅବଦ୍ଧିକୁ ବଢ଼ାଇ ଚାଲନ୍ତୁ। ଯଦି ଆପଣଙ୍କୁ କଫ ସମସ୍ୟା ଥାଏ ତେବେ ଏହି ମୁଦ୍ରାକୁ ଅଧିକ ସମୟ ପର୍ଯ୍ଯନ୍ତ କରିବା ଉଚିତ ନୁହେଁ। ଏହାକୁ ଖାଲି ପେଟରେ ହିଁ କରନ୍ତୁ।



